ଗୁଣୁପୁର, ୨୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଡାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଅନାସ୍ଥା ପ୍ରସ୍ତାବ ପାଇଁ ଗୁଣୁପର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବ୍ଲକର ସମିତି ସଭ୍ୟ, ସରପଞ୍ଚମାନେ ଆବେଦନ କରିଥିଲେ। ଉପଜିଲାପାଳ ଏହାର ବିଚାର କରି ଅନାସ୍ଥା ପାଇଁ ଭୋଟ ଗ୍ରହଣ ତାରିଖ ଧାର୍ଯ୍ୟ କରିଥିଲେ। ୨୦୨୫ ଜୁଲାଇ ୨୪ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ହେଲେ ଭୋଟ ପରେ ଫଳାଫଳ ପ୍ରକାଶ ହୋଇପାରିବ ନାହିଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଭୋଟ ବକ୍ସ ଗୁଣୁପୁର ଉପ କୋଷାଗାରରେ ରଖାଯାଇଥିଲା। ପୁଣି କୋର୍ଟ ଆଜି ଗଣତି ନେଇ ଦିନ ଧାର୍ଯ୍ୟ କରିଥିଲେ। ଏହିକ୍ରମରେ ଗୁଡାରୀ ବ୍ଲକ ପରିସରରେ ଆଜି ପୋଲିସର କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ସରିଛି। ଏହି ଭୋଟ ଗ୍ରହଣ ପ୍ରକ୍ରିୟାରେ ମୋଟ ୧୯ ଜଣ ମଧ୍ୟରୁ ୧୬ ଜଣ ଅନାସ୍ଥା ସପକ୍ଷରେ ରହିଥିବା ଜଣାପଡିଛି।