Posted inଖେଳ

ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାଙ୍ଗିଗଲା ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି

ନୂଆଦିଲ୍ଲୀ,୩।୧: ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ରବିବାର ମୁମ୍ବାଇରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଦଳର ଷ୍ଟାର ଉଇକେଟ କିପର ସଞ୍ଜୁ ସାମସନଙ୍କ ମଝି ଆଙ୍ଗୁଳିରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ଫିଲ୍ଡିଂ କରିବାକୁ ମଧ୍ୟ ଆସି ନ ଥିଲେ।

ପିଟିଆଇ ରିପୋର୍ଟ ଅନୁଯାୟୀ ସଞ୍ଜୁଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ଏହା ଠିକ୍ ହେବାକୁ ପ୍ରାୟ ଏକ ମାସ ସମୟ ଲାଗିପାରେ। ତେଣୁ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ କେରଳ ପାଇଁ ସେ ଖେଳି ପାରିବେ ନାହିଁ, ଯାହା ଜମ୍ମୁ ଏବଂ କଶ୍ମିର ବିପକ୍ଷରେ ୮ ଫେବୃଆରୀରୁ ୧୨ ଯାଏ ଖେଳାଯିବ। ଆଘାତରୁ ସୁସ୍ଥ ହେଲା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟ ଦେବାକୁ ପଡିବ। ଏଠାରୁ ଗ୍ରୀନ ସିଗନାଲ ମିଳିବା ପରେ ସେ ଆକ୍ସନକୁ ଫେରିବେ।

ଏସବୁରୁ ଜଣା ପଡୁଛି ଯେ, ସଞ୍ଜୁ ସିଧାସଳଖ ଆଇପିଏଲକୁ ଫେରିବେ। ଯେଉଁଠି ସେ ରାଜସ୍ଥାନ ରୟାଲ୍ସକୁ ପ୍ରତିନିଧିତ୍ୱ କରିବେ। ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ସଞ୍ଜୁ ବିଫଳ ହୋଇଥିଲେ ଏବଂ ଆଗକୁ ହେବାକୁ ଥିବା ଦିନିକିଆ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ। କୁହାଯାଉଛି ଯେ, ଜୋଫ୍ରା ଆର୍ଚରଙ୍କ ୧୫୦ ଗତିର ବଲ ସଞ୍ଜୁଙ୍କ ଆଙ୍ଗୁଳିକୁ ଆଘାତ ଦେଇଛି।

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ସିରିଜ ସଞ୍ଜୁଙ୍କ ପାଇଁ ଭଲ ରହିଥିଲା। ଏହି ଦୁଇ ସିରିଜରେ ସେ ତିନୋଟି ଶତକ ହାସଲ କରିଥିଲେ। ଅନ୍ୟପଟେ ବିଜୟ ହଜାର ଟ୍ରଫି ଖେଳି ନ ଥିବାରୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ପାଇଁ ମଧ୍ୟ ଚୟନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri