ଚନ୍ଦନ ଯାତ୍ରାରେ ଏଥର ବାଣ ମନା

ପୁରୀ,୧୮ା୪: ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାରେ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୁକ୍ରବାର ସୂଚନା ଦେଇଛନ୍ତି। ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା ରହିବା ସହ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ ରହିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ ସେଣ୍ଟର କରାଯିବ। ଏଥିସହିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କାମ ସରିଛି, ବାହାର ରତ୍ନଭଣ୍ଡାର କାମ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ପ୍ରଶାସକ।

Share
Tags: crack