ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ ସିଜରିଂ ଓ ପ୍ରସୂତି ମହିଳା ଛଟପଟ ହେଉଛନ୍ତି। ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଶନିବାର ଡାକ୍ତରଙ୍କ ରାଉଣ୍ଡ ଚାଲିଥିବା ବେଳେ ଜଣେ ନର୍ସ ଅଚେତ୍‌ ହୋଇ ପଡିବା ଦେଖିବାକୁ ମିଳିଛି। ସ୍ତ୍ରୀ ଓ ପ୍ରସୂତି ୱାର୍ଡ ସମେତ ସ୍ତ୍ରୀ ଓ ପ୍ରସୂତି ଡ୍ୟୁଟି ରୁମରେ ଏସି ଲଗାଇବାକୁ ବିଭିନ୍ନ ସମୟରେ ହସ୍ପିଟାଲ ମ୍ୟାନେଜର ଓ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନି। ସେପଟେ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ, ସେଫ୍ଟିକ ୱାର୍ଡ, ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ପୁରୁଣା ଆଉଟଡୋରରୁ ୬୦ରୁ ଊର୍ଦ୍ଧ୍ୱ ଏସି ଗାଏବ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଓ ଦୁଇ ହସ୍ପିଟାଲ ମ୍ୟାନେଜରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପ୍ରଶ୍ନ ଉଠୁଛି ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ଲଗାଇବାର ଆବଶ୍ୟକତା ଥିବାବେଳେ ଜିଲା ମୁଖ୍ୟ ଚିକିସତ୍ାଳୟର ସୁପରିଟେଣ୍ଡେଣ୍ଟ ଓ ଦୁଇ ହସ୍ପିଟାଲ ମ୍ୟାନେଜର ଅଣଦେଖା କରି ଚାଲିଛନ୍ତି।
ଅଭିଯୋଗ ଅନୁଯାୟୀ, ମାତୃ ଶିଶୁ ଚିକିତ୍ସାଳୟର ତୃତୀୟ ମହଲାରେ ପ୍ରସୂତି ମହିଳାଙ୍କ ଓ୍ବାର୍ଡ ରହିଛି। ଏଠାରେ ୨୮ଟି ବେଡ୍‌ ଥିବାବେଳେ ଏସି ବ୍ୟବସ୍ଥା କରାଯାଇନି। ସେହିପରି ୨ୟ ମହଲାରେ ସିଜରିଂ ମହିଳାମାନଙ୍କ ୱାର୍ଡରେ ୨୭ ବେଡ୍‌ ରହିଛି। ୨ୟ ମହଲାରେ ଏସି ନ ଥିବାବେଳେ ପ୍ରଥମ ମହଲାରେ ଥିବା ସିଜରିଂ ମହିଳାମାନଙ୍କ ୱାର୍ଡ ରେ ଏସି ଲାଗିଛି। ଗୋଟିଏ ୱାର୍ଡରେ ସିଜରିଂ ମହିଳା ଏସିର ସୁବିଧା ପାଉଥିବାବେଳେ ଆଉ ଏକ ୱାର୍ଡରେ ସେମାନଙ୍କୁ ଏସି ବ୍ୟବସ୍ଥା ଦିଆଯାଉନି। ସରକାର ମାତୃ ଓ ଶିଶୁଙ୍କ ପାଇଁ ଅନେକ ଯୋଜନା କରୁଥିବାବେଳେ ଜିଲା ମୁଖ୍ୟ ଚିକିସତ୍ାଳୟର ମାତୃ ଓ ଶିଶୁ ଚିକିସତ୍ାଳୟରେ ଏସିର ସୁବିଧା ନ ଥିବାରୁ ସିଜରିଂ ଓ ପ୍ରସୂତି ମହିଳା ହଟହଟା ହୋଇ ଆସୁଛନ୍ତି।

ଅଂଶୁଘାତ ଚିକିତ୍ସା କକ୍ଷରେ ତାଲା
ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଥିବାବେଳେ ଅଂଶୁଘାତ ଚିକିତ୍ସା କକ୍ଷରେ ତାଲା ଝୁଲୁଛି। ଏଠାରେ ନିୟୋଜିତ ନର୍ସଙ୍କୁ ପଚାରିଲେ ଉତ୍ତର ମଳୁଛି ଚାବି ତଳେ ରହି ଯାଇଛି ପରେ ଆଣିବୁ। ଅଂଶୁଘାତ ଚିକିସତ୍ା କକ୍ଷରେ ୬ଟି ବେଡ୍‌ ଥିବା କୁହାଯାଉଛି। ହେଲେ ବେଡ୍‌ର କିଭଳି ସ୍ଥିତି ଅଛି ଜଣାପଡୁନି। ଭିତରେ ଏସି ବ୍ୟବସ୍ଥା ଅଛି କି ନାହିଁ ଜଣାପଡୁନି। ୧୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲରେ ନାମ ଫଳକରେ ଥିବା ଅଂଶୁଘାତ ଚିକିସତ୍ା କେନ୍ଦ୍ରର ସୂଚନା ଅନୁସାରେ ଅଂଶୁଘାତ ଚିକିସତ୍ା କେନ୍ଦ୍ର ଖୋଜିଲେ ମିଳୁ ନ ଥିଲା। ଏବେ କିଛି ଦିନ ହେଲା ଡାଇରିଆ ୱାର୍ଡ ସମ୍ମୁଖରେ ଅଂଶୁଘାତ ଚିକିସତ୍ା କେନ୍ଦ୍ରର ଏକ ବ୍ୟାନର ଝୁଲୁଛି। ଅଂଶୁଘାତ ରୋଗୀ କେଉଁଠି ଚିକିତ୍ସିତ ହେଉଛନ୍ତି ତାର ଟେର ମିଳୁନି ।

ଡାଇରିଆ ୱାର୍ଡରେ ଏସି ଲାଗୁନି
ଡାଇରିଆ ୱାର୍ଡ ୨ୟ ମହଲାରେ ହୋଇଥିଲେ ମଧ୍ୟ ଏଠାରେ ନାମ ଫଳକ ଲାଗିନି। ଅଂଶୁଘାତ ଚିକିସତ୍ା କେନ୍ଦ୍ର ଓ ଡାଇରିଆ ୱାର୍ଡ ମୁହଁମୁହିଁ ହୋଇ ରହିଛି। ଡାଇରିଆ ୱାର୍ଡରେ ଅଧିକାଂଶ ସମୟ ଏସି ଲଗା ଯାଉନି ବୋଲି ଅଭିଯୋଗ ଉଠିଛି। ଏସି ଅନ୍‌ ନ କରି କବାଟ ଝରକା ଖୋଲି ରହିବାକୁ ପରାମର୍ଶ ଦିଆଯାଉଛି। ପଚାରିଲେ କୁହାଯାଉଛି ବ୍ୟସ୍ତ କାହିଁକି ହେଉଛ ଏସି ଲାଗିବ। ଅନ୍ୟପକ୍ଷେ କବାଟ ଝରକା ଖୋଲା ରହିଲେ କ’ଣ ଏସି ଲାଗି ପାରିବ କହି ରୋଗୀଙ୍କ ଅଭିଯୋଗକୁ ଦାବି ଦିଆଯାଉଛି ବୋଲି ଅଭିଯୋଗ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri