ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ ସିଜରିଂ ଓ ପ୍ରସୂତି ମହିଳା ଛଟପଟ ହେଉଛନ୍ତି। ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଶନିବାର ଡାକ୍ତରଙ୍କ ରାଉଣ୍ଡ ଚାଲିଥିବା ବେଳେ ଜଣେ ନର୍ସ ଅଚେତ୍‌ ହୋଇ ପଡିବା ଦେଖିବାକୁ ମିଳିଛି। ସ୍ତ୍ରୀ ଓ ପ୍ରସୂତି ୱାର୍ଡ ସମେତ ସ୍ତ୍ରୀ ଓ ପ୍ରସୂତି ଡ୍ୟୁଟି ରୁମରେ ଏସି ଲଗାଇବାକୁ ବିଭିନ୍ନ ସମୟରେ ହସ୍ପିଟାଲ ମ୍ୟାନେଜର ଓ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନି। ସେପଟେ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ, ସେଫ୍ଟିକ ୱାର୍ଡ, ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ପୁରୁଣା ଆଉଟଡୋରରୁ ୬୦ରୁ ଊର୍ଦ୍ଧ୍ୱ ଏସି ଗାଏବ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଓ ଦୁଇ ହସ୍ପିଟାଲ ମ୍ୟାନେଜରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପ୍ରଶ୍ନ ଉଠୁଛି ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ଲଗାଇବାର ଆବଶ୍ୟକତା ଥିବାବେଳେ ଜିଲା ମୁଖ୍ୟ ଚିକିସତ୍ାଳୟର ସୁପରିଟେଣ୍ଡେଣ୍ଟ ଓ ଦୁଇ ହସ୍ପିଟାଲ ମ୍ୟାନେଜର ଅଣଦେଖା କରି ଚାଲିଛନ୍ତି।
ଅଭିଯୋଗ ଅନୁଯାୟୀ, ମାତୃ ଶିଶୁ ଚିକିତ୍ସାଳୟର ତୃତୀୟ ମହଲାରେ ପ୍ରସୂତି ମହିଳାଙ୍କ ଓ୍ବାର୍ଡ ରହିଛି। ଏଠାରେ ୨୮ଟି ବେଡ୍‌ ଥିବାବେଳେ ଏସି ବ୍ୟବସ୍ଥା କରାଯାଇନି। ସେହିପରି ୨ୟ ମହଲାରେ ସିଜରିଂ ମହିଳାମାନଙ୍କ ୱାର୍ଡରେ ୨୭ ବେଡ୍‌ ରହିଛି। ୨ୟ ମହଲାରେ ଏସି ନ ଥିବାବେଳେ ପ୍ରଥମ ମହଲାରେ ଥିବା ସିଜରିଂ ମହିଳାମାନଙ୍କ ୱାର୍ଡ ରେ ଏସି ଲାଗିଛି। ଗୋଟିଏ ୱାର୍ଡରେ ସିଜରିଂ ମହିଳା ଏସିର ସୁବିଧା ପାଉଥିବାବେଳେ ଆଉ ଏକ ୱାର୍ଡରେ ସେମାନଙ୍କୁ ଏସି ବ୍ୟବସ୍ଥା ଦିଆଯାଉନି। ସରକାର ମାତୃ ଓ ଶିଶୁଙ୍କ ପାଇଁ ଅନେକ ଯୋଜନା କରୁଥିବାବେଳେ ଜିଲା ମୁଖ୍ୟ ଚିକିସତ୍ାଳୟର ମାତୃ ଓ ଶିଶୁ ଚିକିସତ୍ାଳୟରେ ଏସିର ସୁବିଧା ନ ଥିବାରୁ ସିଜରିଂ ଓ ପ୍ରସୂତି ମହିଳା ହଟହଟା ହୋଇ ଆସୁଛନ୍ତି।

ଅଂଶୁଘାତ ଚିକିତ୍ସା କକ୍ଷରେ ତାଲା
ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଥିବାବେଳେ ଅଂଶୁଘାତ ଚିକିତ୍ସା କକ୍ଷରେ ତାଲା ଝୁଲୁଛି। ଏଠାରେ ନିୟୋଜିତ ନର୍ସଙ୍କୁ ପଚାରିଲେ ଉତ୍ତର ମଳୁଛି ଚାବି ତଳେ ରହି ଯାଇଛି ପରେ ଆଣିବୁ। ଅଂଶୁଘାତ ଚିକିସତ୍ା କକ୍ଷରେ ୬ଟି ବେଡ୍‌ ଥିବା କୁହାଯାଉଛି। ହେଲେ ବେଡ୍‌ର କିଭଳି ସ୍ଥିତି ଅଛି ଜଣାପଡୁନି। ଭିତରେ ଏସି ବ୍ୟବସ୍ଥା ଅଛି କି ନାହିଁ ଜଣାପଡୁନି। ୧୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲରେ ନାମ ଫଳକରେ ଥିବା ଅଂଶୁଘାତ ଚିକିସତ୍ା କେନ୍ଦ୍ରର ସୂଚନା ଅନୁସାରେ ଅଂଶୁଘାତ ଚିକିସତ୍ା କେନ୍ଦ୍ର ଖୋଜିଲେ ମିଳୁ ନ ଥିଲା। ଏବେ କିଛି ଦିନ ହେଲା ଡାଇରିଆ ୱାର୍ଡ ସମ୍ମୁଖରେ ଅଂଶୁଘାତ ଚିକିସତ୍ା କେନ୍ଦ୍ରର ଏକ ବ୍ୟାନର ଝୁଲୁଛି। ଅଂଶୁଘାତ ରୋଗୀ କେଉଁଠି ଚିକିତ୍ସିତ ହେଉଛନ୍ତି ତାର ଟେର ମିଳୁନି ।

ଡାଇରିଆ ୱାର୍ଡରେ ଏସି ଲାଗୁନି
ଡାଇରିଆ ୱାର୍ଡ ୨ୟ ମହଲାରେ ହୋଇଥିଲେ ମଧ୍ୟ ଏଠାରେ ନାମ ଫଳକ ଲାଗିନି। ଅଂଶୁଘାତ ଚିକିସତ୍ା କେନ୍ଦ୍ର ଓ ଡାଇରିଆ ୱାର୍ଡ ମୁହଁମୁହିଁ ହୋଇ ରହିଛି। ଡାଇରିଆ ୱାର୍ଡରେ ଅଧିକାଂଶ ସମୟ ଏସି ଲଗା ଯାଉନି ବୋଲି ଅଭିଯୋଗ ଉଠିଛି। ଏସି ଅନ୍‌ ନ କରି କବାଟ ଝରକା ଖୋଲି ରହିବାକୁ ପରାମର୍ଶ ଦିଆଯାଉଛି। ପଚାରିଲେ କୁହାଯାଉଛି ବ୍ୟସ୍ତ କାହିଁକି ହେଉଛ ଏସି ଲାଗିବ। ଅନ୍ୟପକ୍ଷେ କବାଟ ଝରକା ଖୋଲା ରହିଲେ କ’ଣ ଏସି ଲାଗି ପାରିବ କହି ରୋଗୀଙ୍କ ଅଭିଯୋଗକୁ ଦାବି ଦିଆଯାଉଛି ବୋଲି ଅଭିଯୋଗ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri