ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଶ୍ରୀ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ(ଏସ୍‌ଭିକେଏମ୍‌) ସହିତ ଏକ ଐତିହାସିକ ସହଭାଗିତା ଆଧାରରେ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଲୋକସେବା ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରଓ୍ବାଲ ଏବଂ ଟ୍ରଷ୍ଟର ଅବୈତନିକ ସମ୍ପାଦକ ଜୟନ୍ତ ଗାନ୍ଧୀ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଖୋର୍ଦ୍ଧାସ୍ଥିତ ଇନ୍‌ଫୋ ଭ୍ୟାଲିଠାରେ ଭୁବନେଶ୍ୱରରେ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ନାମରେ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଦ୍ୱାରା ଉଚ୍ଚଶିକ୍ଷା ବିଭାଗ ତଥା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଶିକ୍ଷାରେ ସହଭାଗିତା, ଅଭିବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତିପୋଷଣ ଲାଗି ଏହି ଏମ୍‌ଓୟୁ ସ୍ବାକ୍ଷର ଉତ୍ସର୍ଗୀକୃତ। ଏହି ସହଯୋଗ ବିଭିନ୍ନ ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ଦିରମାଳିନୀ ସହର ଭୁବନେଶ୍ୱର ନିକଟରେ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ନାମକ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ରାଜ୍ୟ ମଧ୍ୟରେ ଶିକ୍ଷାର ମାନ ବିସ୍ତାର କରିବାରେ ଏକ ରୂପାନ୍ତରଣ ପଦକ୍ଷେପକୁ ପ୍ରତିପାଦିତ କରୁଛି। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନର ସମ୍ପାଦକ ଗାନ୍ଧୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ଉପାଧ୍ୟକ୍ଷ ଅଶୋକ ଦାସ, ଅରୂପ ପଟ୍ଟନାୟକ, ଏସ୍‌ଭିକେଏମ୍‌ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ଜଗଦୀଶ ବିପାରିଖ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବେସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱର ନିକଟସ୍ଥ ଜଟଣୀର ଗୌଡ଼କାଶୀପୁରଠାରେ ୪୦ ଏକର ଜମି ଲିଜ୍‌ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି। ପୁନଃ ୩୦ ବର୍ଷ ପାଇଁ ଏହି ଅବଧି ବଢ଼ାଯିବା ନେଇ ଅନୁମୋଦନ କରାଯାଇପାରିବ। ଓଡ଼ିଶାର ମୂଳବାସିନ୍ଦା ହୋଇଥିବା ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଏହି ବିଶ୍ବବିଦ୍ୟାଳୟରେ ୩୦% ସିଟ୍‌ ସଂରକ୍ଷଣ ଦିଆଯିବ।
କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର(ପିଜି) ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ଅନ୍ତର୍ଭୁକ୍ତ ହେବ। ଓଡ଼ିଶା ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ। ପ୍ରାରମ୍ଭିକ ଭାବେ ୩୦୦ କୋଟି ଟଙ୍କା ପ୍ରଥମ ୫ ବର୍ଷ ପାଇଁ ୪୦ ଏକର ଜମିର ଦେୟ ବାବଦରେ ବିନିଯୋଗ କରାଯିବ। ଏହି ରାଶି ଉଚ୍ଚ ଶିକ୍ଷା ବିଭାଗ ଇଡ୍‌କୋକୁ ପ୍ରଦାନ କରିବ। ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍‌, ଯନ୍ତ୍ରପାତି ଏବଂ ମାନବ ସମ୍ବଳ ଖର୍ଚ୍ଚ ଏସ୍‌ଭିକେଏମ୍‌ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri