Posted inଜାତୀୟ

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ

ନବାଦା,୭।୪: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ନବାଦାରେ ଏକ ନିର୍ବାଚନ ରାଲିରେ ଦେଇଥିବା ଭାଷଣ ଅନେକ ଦିଗରୁ ଆଲୋଚନାର ବିଷୟ ପାଲଟିଛି। ୨୫ ମିନିଟର ସମ୍ବୋଧନରେ ସେ ମଜାଳିଆ ଢଙ୍ଗରେ ବି କହିଛନ୍ତି, ଏହାସହ ସେ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ମଧ୍ୟ ଦେଖିବାକୁ ମିଳିଛି। ଆରଜେଡି ବିଧାୟକ ତେଜସ୍ବୀ ଯାଦବ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ତାଙ୍କୁ ଏ କଥା ବହୁତ ଖରାପ ଲାଗିଛି।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ ନୀତୀଶ କୁମାରଙ୍କ ଭାଷଣ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହାପରେ ଉଭୟ ଗୁପଚୁପ ଭାବେ କିଛି କଥା ହୋଇଥିଲେ। ଏନଡିଟିଭିର ସୂଚନା ଅନୁଯାୟୀ, ଏହି କଥା ଶୁଣିଥିବା ଜଣେ ନେତା କହିଛନ୍ତି , ଆପଣ ଏତେ ସୁନ୍ଦର ଭାଷଣ ଦେଇଛନ୍ତି, ଏହାପରେ ମୋ ପାଖରେ ଆଉ କିଛି ନାହିଁ କହିବାକୁ। ଏହାପରେ ମୁଖ୍ୟମନ୍ତ୍ରୀ ସ୍ମିତହାସ୍ୟ ଦେବା ସହ ନଇଁ ପଡି ତାଙ୍କ ପାଦ ସ୍ପର୍ଶ କରିଥିଲେ।

ନୀତୀଶଙ୍କ ଏହି ଭାଷଣ କିଛି ସମୟ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଶେଷକରି ଯେଉଁ ଅଂଶରେ ମୁଖ୍ୟମନ୍ତ୍ରୀ ଶୁଣିବାକୁ ମିଳୁଛି ଯେ ଆସନ୍ତା ସାଧାରଣ ନିର୍ବାଚନରେ ଲୋକମାନେ ସେମାନଙ୍କର ସମସ୍ତ ଭୋଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ, ଯିଏ ‘ଚାରି ଲା – (ନିଜେ ଚେକ) ୪୦୦ ଏମପିଙ୍କ ସହିତ ଫେରିବେ। ଲୋକ ସଭାର ମୋଟ ସଦସ୍ୟ ସଂଖ୍ୟା ୫୪୩ ଏବଂ ପ୍ରଧାନମନ୍ତ୍ରୀ ମୋଦି ଭାଜପା ପାଇଁ ୩୭୦ଟି ଆସନ ଦେଇଥିବାବେଳେ ଆସନ୍ତା ଲୋକ ସଭା ନିର୍ବାଚନରେ ଏନଡିଏ ପାଇଁ ୪୦୦ରୁ ଅଧିକ ସିଟ ଟାର୍ଗେଟ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri