Posted inଖେଳ

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂହ ବାଦ

ଲଣ୍ଡନ,୨୦।୭: ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ନୀତିଶ ରେଡ୍ଡୀ ରବିବାର (ଜୁଲାଇ ୨୦) ଜିମ୍‌ ସେସନ ସମୟରେ ଗୋଡ଼ରେ ଗମ୍ଭୀର ଆଘାତ ପାଇଛନ୍ତି। ତାଙ୍କର ଲିଗାମେଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି, ଯାହା ଫଳରେ ସେ ଏହି ସିରିଜରୁ ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି।

ଅନ୍ୟପକ୍ଷରେ, ଟେଷ୍ଟ ଡେବ୍ୟୁ ପାଇଁ ଅପେକ୍ଷା କରିଥିବା ଅର୍ଶଦୀପ ସିଂହ ମଧ୍ୟ ପ୍ରାକ୍ଟିସ ସମୟରେ ହାତରେ ଆଘାତ ପାଇବା ଯୋଗୁଁ ମାଞ୍ଚେଷ୍ଟର ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏହା ସହିତ ବାର୍ମିଂହାମରେ ମ୍ୟାଚ ଜିତାଉ ପ୍ରଦର୍ଶନ କରିଥିବା ଆକାଶ ଦୀପଙ୍କ ମଧ୍ୟ ଖେଳିବା ସମ୍ଭାବନା କମ ରହିଛି।

ନୀତିଶ ରେଡ୍ଡୀଙ୍କ ଆଘାତ ଦଳର ସନ୍ତୁଳନକୁ ବିଗାଡ଼ି ପାରେ। ସେ ଦ୍ୱିତୀୟ ଟେଷ୍ଟରେ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଖେଳିଥିଲେ। ବାର୍ମିଂହାମରେ ସେ ବିଶେଷ ପ୍ରଭାବ ପକାଇ ନଥିଲେ, କିନ୍ତୁ ୩ୟ ଟେଷ୍ଟରେ ବୋଲିଂରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ଇଂଲଣ୍ଡର ଟପ୍‌ ଅର୍ଡରକୁ ଧ୍ୱସ୍ତ କରିଥିଲେ।

ଭାରତୀୟ ଦଳ ପୂର୍ବରୁ ଆଘାତ ସମସ୍ୟାରେ ଜର୍ଜରିତ। ଲର୍ଡସ ଟେଷ୍ଟର ପ୍ରଥମ ଦିନରେ ଋଷଭ ପନ୍ତଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ଏବେ ଉଇକେଟ୍‌ କିପିଂ କରୁ ନାହାନ୍ତି। ମାଞ୍ଚେଷ୍ଟର ଟେଷ୍ଟରେ ଧ୍ରୁବ ଜୁରେଲ ଉଇକେଟ୍‌ କିପିଂ କରିବେ ଏବଂ ପନ୍ତ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳିବେ ବୋଲି ଜଣାପଡ଼ିଛି।

ଏହି ପରିବର୍ତ୍ତନ ଦଳର ବୋଲିଂ ଶକ୍ତିକୁ ଦୁର୍ବଳ କରିପାରେ। ନୀତିଶ ରେଡ୍ଡୀଙ୍କ ଅନୁପସ୍ଥିତି ଦଳକୁ ଆହୁରି ଅସୁବିଧାରେ ପକାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ଦଳରେ ଅନ୍ଶୁଲ କାମ୍ବୋଜଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ଯଦିଓ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। କାମ୍ବୋଜ ‘ଏ’ ମ୍ୟାଚରେ ନିଖୁଣ ଲାଇନ ଓ ଲେନ୍ଥରେ ବୋଲିଂ କରି ପ୍ରଭାବିତ କରିଥିଲେ।

ଯଦି ଆକାଶ ଦୀପ ଖେଳି ନ ପାରନ୍ତି, ତେବେ ଜୁଲାଇ ୨୩ରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ସମ୍ଭାବ୍ୟ ଲାଇନଅପ୍‌ ହେଉଛି: କେଏଲ ରାହୁଲ, ୟଶସ୍ୱୀ ଜୟସୱାଲ, କରୁଣ ନାୟାର/ସାଇ ସୁଦର୍ଶନ, ଶୁଭମନ ଗିଲ, ଋଷଭ ପନ୍ତ, ଧ୍ରୁବ ଜୁରେଲ (ଉଇକେଟ୍‌ କିପର), କୁଲଦୀପ ୟାଦବ/ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ/ଶାର୍ଦୁଲ ଠାକୁର।

ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପାଇଁ ଅଦ୍ୟତନ ସ୍କ୍ୱାଡ:
ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉଇକେଟ୍‌ କିପର, ଉପ-ଅଧିନାୟକ), ୟଶସ୍ୱୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, କରୁଣ ନାୟାର, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ଉଇକେଟ୍‌ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂହ, ଅନ୍ଶୁଲ କାମ୍ବୋଜ, କୁଲଦୀପ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri