Posted inଜାତୀୟ

ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ପୁଣିଥରେ ଦୋଛକିରେ, ଶାହାଙ୍କ ଗସ୍ତ ଉପରେ ନଜର…

ପାଟନା,୧୨।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଛି। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଛି। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ କି ନାହିଁ ସେ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। କିନ୍ତୁ, ଜେଡିୟୁ କିମ୍ବା ଭାଜପା ପକ୍ଷରୁ କେହି ଏହି କଳ୍ପନା ଜଳ୍ପନା ସମ୍ପର୍କରେ ସ୍ପଷ୍ଟ ଭାବରେ କହିବାର ସ୍ଥିତିରେ ନାହାଁନ୍ତି। ଯଦିଓ ଭାଜପା ସାଂସଦ ସୁଶୀଲ ମୋଦି ଏହି କଳ୍ପନାଜଳ୍ପନକୁ କିଛି ମାତ୍ରାରେ ଖଣ୍ଡନ କରିବାକୁ ଚେଷ୍ଟା କରିଛନ୍ତି, ତେବେ ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ସେପ୍ଟେମ୍ବର ୧୬ରେ ଅମିତ ଶାହା ଝଂଝାରପୁରରେ ଏକ ସଭାରେ ଯୋଗ ଦେବାକୁ ବିହାରକୁ ଆସୁଛନ୍ତି। ଅମିତ ଶାହାଙ୍କ ଗସ୍ତ ସମୟରେ ନୀତୀଶ କୁମାର ଏବଂ ଭାଜପା ସମ୍ବନ୍ଧୀୟ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବାର ସମସ୍ତ ସମ୍ଭାବନା ରହିଛି। ବାସ୍ତବରେ, ଯେତେବେଳେ ଅମିତ ଶାହା ନିର୍ବାଚନ ରାଲିରେ ସମ୍ବୋଧିତ କରିବେ, ନୀତୀଶ କୁମାରଙ୍କୁ ଟାର୍ଗେଟ କରିବା ପାଇଁ ତାଙ୍କ ଭାଷଣରେ କେଉଁ ପ୍ରକାର ଶବ୍ଦ ବ୍ୟବହାର କରାଯିବ ତାହା ଉପରେ ସମସ୍ତ ରାଜନୈତିକ ସମୀକ୍ଷକଙ୍କ ନଜର ରହିବ।

ଏହାପୂର୍ବରୁ ରାଜ୍ୟରେ ମିଳିତ ମେଣ୍ଟ ଭାଙ୍ଗିବା ପରେ ଅମିତ ଶାହା ନିବାଚନ ବୈଠକ କରିବାକୁ ବିହାର ଆସିଥିଲେ, ତାଙ୍କର ଲକ୍ଷ୍ୟ ନୀତୀଶ କୁମାର ଏବଂ ସେ ମୌଖିକ ଭାବେ କଡ଼ା ସମାଲୋଚନା କରିବା ସହିତ କହିଥିଲେ ଥରେ ନୁହଁ ନୀତୀଶ ଦୁଇଥର ଏଭଳି କରିଛନ୍ତି। ତେଣୁ ତାଙ୍କ ପାଇଁ ଭାଜପାର ରାସ୍ତା ସବୁଦିନ ପାଇଁ ବନ୍ଦ ରହିଛି ଏବଂ ବର୍ତ୍ତମାନ ଏହା ଆଉ ଖୋଲିବ ନାହିଁ।

ଏହି କାରଣରୁ ଅମିତ ଶାହାଙ୍କ ଗସ୍ତ ସମୟରେ ମଧ୍ୟ ଏହି ପ୍ରସଙ୍ଗରେ ଅମିତ ଶାହାଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଛି। ଶାହା ଏଥର ମଧ୍ୟ ତାଙ୍କ ଅଭିଭାଷଣରେ ନୀତୀଶ କୁମାରଙ୍କ ପ୍ରତି ସମାନ କଠୋର ଆଭିମୁଖ୍ୟ ବଜାୟ ରଖୁଛନ୍ତି ଏବଂ ତାଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ଥିବା କଥା ଦୋହରାଉଛନ୍ତି କି ନାହିଁ ତାହା ଉପରେ ସଭିଙ୍କ ନଜର ରହିଛି। ଶାହାଙ୍କ ଆଭିମୁଖ୍ୟରୁ ବିହାରର ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବାର ସମସ୍ତ ସମ୍ଭାବନା ରହିଛି।

ତେବେ ସୁଶୀଲ ମୋଦି ସ୍ପଷ୍ଟ କରିଛନ୍ତି ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଭେଟ ନିର୍ବାଚନ ରାଜନୀତି ସହ ଜଡିତ ନୁହେଁ। ଭାଜପା ପାଇଁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ ଏବଂ ସେ ଅନ୍ୟ କୌଣସି ମିଳିତ ମେଣ୍ଟର ସହଯୋଗୀ ହୋଇସାରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri