Posted inଜାତୀୟ

ରବିବାର ଶପଥ ନେବେ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ହେବେ ଭାଜପାର ସୁଶୀଲ ମୋଦି

ନୂଆଦିଲ୍ଲୀ,୨୬।୧: ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ। ଆରଜେଡି ହାତ ଛାଡି ନୀତୀଶ ପୁଣିଥରେ ଭାଜପା ଶିବିରକୁ ଫେରୁଥିବା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ରବିବାର ଭାଜପା ସହଯୋଗରେ ସରକାର ଗଠନ କରି ନୀତୀଶ କୁମାର ଶପଥ ନେଇପାରନ୍ତି। ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ପୁଣିଥରେ ନୀତୀଶଙ୍କ ଡେପୁଟି ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।

ଏହି ଆଲୋଚନା ଉପରେ ମନ୍ତବ୍ୟ ଦେଇ ସୁଶୀଲ ମୋଦି କହିଛନ୍ତି ‘ବନ୍ଦ ହୋଇଯାଇଥିବା ଦ୍ୱାରା ପୁଣି ଖୋଲିପାରେ, କାରଣ ରାଜନୀତି ହେଉଛି ସୁଯୋଗର ଖେଳ।’ ତେବେ ଏହି ଘଟଣାରେ ସେ ଅଧିକ କିଛି କହି ନ ଥିଲେ।

ଅନ୍ୟପଟେ ଏହି ମାମଲାରେ ନୀତୀଶ କୁମାରଙ୍କଠାରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟୀକରଣ ମାଗିଛନ୍ତି ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତାଙ୍କୁ କୌଣସି ପ୍ରକାର ଫର୍ମୁଲାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ତେବେ ଦୁଇ ଦିନ ପରେ କାର୍ଯ୍ୟକାରୀ କମିଟି ବୈଠକ ସରିଲେ ନିଷ୍ପତ୍ତି ନିଆଯିବ, ଯେଉଁଥିରେ ଭାଜପାର ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି କୁହାଯାଉଛି।

ପୂର୍ବରୁ ନୀତୀଶଙ୍କୁ ‘ମୁଁ ବାପଘରକୁ ଚାଲିଯିବି’ କଟାକ୍ଷ କରିଥିବା ଗିରିରାଜ ସିଂ ଶୁକ୍ରବାର ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସ୍ଥିତିକୁ ସ୍ୱାଗତଯୋଗ୍ୟ ବୋଲି କରିଛନ୍ତି। ଏହାସହ ନୀତୀଶଙ୍କ ବିଷୟରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ଗିରିରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି…

ଭାରତ ସାମ୍ନାରେ ହାତ ପତାଉଛି ଆମେରିକା! ଯୁଦ୍ଧ ମଧ୍ୟରେ କାହିଁକି ଏମିତି କହିଲେ ଇରାନ ବୈଦେଶିକ ମନ୍ତ୍ରୀ? ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକାର ଆକ୍ରମଣ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି, ରୁଷୀୟ ତୈଳ ସମ୍ପର୍କରେ ୱାଶିଂଟନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ…

ଅସ୍ବାଭାବିକ ପାଣିପାଗ, ମହୁଲ ଗଛରେ ଧରୁନି ଫୁଲ: ଅଭାବୀ ବିକ୍ରିର ଶିକାର ହେଉଛି ସଂଗ୍ରହକାରୀ

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଆଦିବାସୀ ତଥା ଦୁର୍ଗମ ଅଞ୍ଚଳବାସୀଙ୍କ ଜୀବନଜୀବିକା ସହ ଜଡିତ ଲଘୁ ବନଜାତ ଦ୍ରବ୍ୟ ମହୁଲ ଫୁଲ। ହେଲେ ଅସ୍ବାଭାବିକ ପାଣିପାଗ ଯୋଗୁ…

ହର୍ମୁଜକୁ କବଜା କରିବ ଆମେରିକା? ପୂର୍ବତନ ଆମେରିକୀୟ ନୌସେନା ଅଧିକାରୀ ଦେଲେ ଚମକାଇବା ଭଳି ଖବର

ଓ୍ବାଶିଂଟନ,୧୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ମାର୍ଚ୍ଚ ୧୩) ଘୋଷଣା କରିଛନ୍ତି ଯେ ଆମେରିକୀୟ ସେନା ଇରାନର ଖାର୍ଗ…

ଟ୍ରକ୍‌ରେ ବେଆଇନ ଚାଲାଣ ହେଉଥିଲା ମୂଲ୍ୟବାନ କାଠ, ବାଟରେ ଫାଟିଲା ଚକା, ଆଉ ତା’ ପରେ…

ମୋରଡ଼ା,୧୪ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ରାଇରଙ୍ଗପୁର ବନାଞ୍ଚଳ ଅଞ୍ଚଳରୁ ଏକ ୧୨ ଚକିଆ…

ସାଙ୍ଗ ସାଜିଲେ ସଇତାନ, ସାଙ୍ଗରେ ମିଶି ପାର୍ଟି କରିବାବେଳେ ମଦ ପାଉଚ ଭାଗ ବଣ୍ଟାକୁ ନେଇ…

ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ…

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri