Posted inଜାତୀୟ

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଶୁକ୍ରବାର ସାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଜେଡିୟୁ (JDU) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜେଡିୟୁ ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟଙ୍କ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ଉପରେ ସର୍ବସମ୍ମତି କ୍ରମେ ମୋହର ବାଜିଛି। ପ୍ରଥମଟି ହେଉଛି ନୀତୀଶ କୁମାର ରାଜ୍ୟ ସଭାକୁ ଯିବେ ଏବଂ ଦ୍ୱିତୀୟଟି ହେଉଛି ତାଙ୍କ ପୁଅ ନିଶାନ୍ତ କୁମାର ସକ୍ରିୟ ରାଜନୀତିରେ ପ୍ରବେଶ କରିବେ।

ବିଆଇଟି (BIT) ମେସ୍ରାରୁ ସଫ୍ଟୱେୟାର ଇଞ୍ଜିନିୟରିଂ କରିଥିବା ନିଶାନ୍ତ କୁମାର ଆସନ୍ତାକାଲି(ଶନିବାର) ଜେଡିୟୁର ସଦସ୍ୟତା ଗ୍ରହଣ କରିବେ। ସେ ସାରା ବିହାର ଭ୍ରମଣ କରିବେ ବୋଲି ଜଣାପଡ଼ିଛି। ବିଧାୟକମାନଙ୍କୁ ସମ୍ବୋଧିତ କରି ନୀତିଶ କୁମାର କହିଛନ୍ତି, “ମୁଁ ରାଜ୍ୟସଭାକୁ ଯାଉଛି, କିନ୍ତୁ ଆପଣମାନଙ୍କୁ କୌଣସି ଅସୁବିଧା ହେବ ନାହିଁ। ମୁଁ ବିହାରରେ ମଧ୍ୟ ରହିବି ଏବଂ ସବୁ କାମର ତଦାରଖ କରିବି। ବୈଠକରେ ନୀତିଶଙ୍କ ବିଦାୟକୁ ନେଇ ଅନେକ ନେତା ଭାବପ୍ରବଣ ହୋଇପଡ଼ିଥିଲେ। ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ମାର୍ମିକ ମୁହୂର୍ତ୍ତ ଥିଲା, କିନ୍ତୁ ସମସ୍ତେ ନୀତିଶଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି।

୫ ମାର୍ଚ୍ଚରେ ନୀତୀଶ କୁମାର ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଏହାସହ ତାଙ୍କର ପ୍ରାୟ ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରୀ ଶାସନ ଶେଷ ହେବ। ଚର୍ଚ୍ଚା ଅନୁଯାୟୀ ଭାଜପାର କୌଣସି ଜଣେ ଓବିସି (OBC) କିମ୍ବା ଇବିସି (EBC) ବର୍ଗର ନେତା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ନିଶାନ୍ତ କୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିପାରେ। ସେ ସରକାରରେ ଜେଡିୟୁର ମୁଖ୍ୟ ଚେହେରା ଭାବେ କାମ କରିବେ ଏବଂ ପାର୍ଟିର କୋର୍‌ ଭୋଟ ବ୍ୟାଙ୍କ (କୁର୍ମୀ-କୋଇରୀ)କୁ ସଜାଗ ରଖିବେ।

ନୀତୀଶ କୁମାର ଏବେ ଦିଲ୍ଲୀରେ ରହି ଜାତୀୟ ରାଜନୀତି ଉପରେ ଫୋକସ୍‌ କରିବେ। ଶନିବାର ହେବାକୁ ଥିବା ନିଶାନ୍ତ କୁମାରଙ୍କ ମିଶ୍ରଣ ପର୍ବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନ୍‌ଡିଏର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର ସମ୍ଭାବନା ଅଛି। ଅପରପକ୍ଷେ ବିରୋଧୀ ଆରଜେଡି (RJD) ଏହି ନିଷ୍ପତ୍ତିକୁ ସମାଲୋଚନା କରି ଏହାକୁ ନୀତୀଶଙ୍କ ଆଦର୍ଶରୁ “ୟୁ-ଟର୍ଣ୍ଣ” ବୋଲି କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଏହି ଖେଳାଳି ହେବେ ‘ପ୍ଲେୟାର ଅଫ ଦି ମ୍ୟାଚ’! ଫାଇନାଲ ପୂର୍ୱରୁ ସଞ୍ଜୁ ସାମସନଙ୍କ ବଡ଼ ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୬।୩: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ର ଗ୍ରାଣ୍ଡ ଫିନାଲେ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri