Posted inଫୁରସତ

ପରୀକ୍ଷାରେ ରଖିଥିଲେ ମାତ୍ର ପାସ୍‌ ନମ୍ବର, ହେଲେ ଆଇଏଏସ୍‌

ଏବେ ଫଳାଫଳର ଋତୁ ଆସିଯାଇଛି। ବିଭିନ୍ନ ପରୀକ୍ଷାର ଫଳାଫଳ ଧୀରେ ଧୀରେ ପ୍ରକାଶିତ ହେଉଛି। ସାଧାରଣତଃ ପରୀକ୍ଷାରେ ପିଲା କମ୍‌ ମାର୍କ ରଖିଲେ ଭାଙ୍ଗିପଡନ୍ତି। ଯେମିତି ସ୍ବପ୍ନ ଚୁରମାର ହୋଇଗଲା ଭଳି ଲାଗେ। ଏଭଳି ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେବା ପାଇଁ ଆଗେଇ ଆସିଛନ୍ତି ଜଣେ ଆଇଏଏସ୍‌। ନୀତିନ ସାଙ୍ଗଓ୍ବାନ୍‌ ନାମକ ଏହି ଆଇଏଏସ୍‌ ଅଫିସର ଜଣଙ୍କ ସୋସିଆଲ ମିଡିଆରେ ନିଜ ଦ୍ୱାଦଶ ଶ୍ରେଣୀ ମାର୍କଶିଟ୍‌ ଶେୟାର କରି କହିଛନ୍ତି, ମୋତେ ଦ୍ୱାଦଶ ଶ୍ରେଣୀରେ କେମେଷ୍ଟ୍ରୀରେ ମାତ୍ର ୨୪ ନମ୍ବର ମିଳିଥିଲା। ଯାହାକି ପାସ୍‌ ନମ୍ବରଠାରୁ ମାତ୍ର ୧ ମାର୍କ ଅଧିକ। କିନ୍ତୁ ତାହା ମୋ ଜୀବନରେ କୌଣସି ଫରକ ପକାଇଲା ନାହିଁ। ଜୀବନ ବୋର୍ଡ ପରୀକ୍ଷା ମାର୍କ ତୁଳନାରେ ବହୁତ ବଡ। ଫଳାଫଳକୁ ଆତ୍ମନିରୀକ୍ଷଣ ଭାବରେ ଦେଖନ୍ତୁ ବୋଲି ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ସାଙ୍ଗଓ୍ବାନଙ୍କ ମାର୍କଶିଟ୍‌ ଟୁଇଟର୍‌ରେ ଭାଇରାଲ ହୋଇଛି। ୫୦ ହଜାରୁ ଅଧିକ ଲାଇକ୍ସ ମିଳିଥିବାବେଳେ ୧୩ ହଜାରୁ ଅଦତ୍କ ଲୋକେ ଏଥିରେ କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଜନସଂଖ୍ୟା ୨୭

ଲଣ୍ଡନ: କ୍ଷେତ୍ରଫଳ ଦୃଷ୍ଟିରୁ ରୁଷିଆ ବିଶ୍ୱର ସର୍ବବୃହତ ଦେଶ ହୋଇଥିବାବେଳେ ଜନସଂଖ୍ୟା ଦୃଷ୍ଟିରୁ ଚାଇନା ସବୁଠାରୁ ଆଗରେ ରହିଛି। ଏହି କ୍ରମରେ ଦେଖିଲେ ଭାରତ ଦ୍ୱିତୀୟ...

ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ...

କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା...

ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ

ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ...

ଦୁନିଆର ସବୁଠୁ କମ୍‌ ଓଜନର ଶିଶୁ: ଜନ୍ମ ବେଳେ ଓଜନ ୨୪୫ ଗ୍ରାମ୍‌, ସେଓର ଓଜନ ସହ ତୁଳନା କଲେ ଡାକ୍ତର

ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟିଏର ଜନ୍ମ କିଛି ନୂଆ କଥା ନୁହେଁ। ମାତ୍ର ଅନେକ ସମୟରେ ଓଜନ କମ୍‌ ଥିବା...

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ...

ବିବାହ ବାର୍ଷିକୀ ପାଳନ କରିବାକୁ ସମୁଦ୍ରକୂଳକୁ ଯାଇଥିଲେ ଦମ୍ପତି, କୂଳରୁ ଯାହା ପାଇଲେ ଲୋମ ଟାଙ୍କୁରି ଉଠିଲା

ଇଂଲଣ୍ଡରେ ରହୁଥିବା ଡେବରା ଓଲିବର ସ୍ବାମୀଙ୍କ ସହିତ ୪୨ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ଉଭୟ ଖୁସି ମନାଉଥିବାବେଳେ ସମୁଦ୍ରକୂଳରୁ ଏମିତି...

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ...

Advertisement
Archives

Model This Week