ହାଇଓ୍ବା ଧକ୍କାରେ ଚାଲିଗଲା ଏନ୍‌ଆଇଟି ଛାତ୍ରଙ୍କ ଜୀବନ, ଛାତ୍ରୀ ଗୁରୁତର

ବଣାଇଁ,୨୮ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ସମରଦରି ଛକ ନିକଟରେ ହାଇଓ୍ବା ଧକ୍କାରେ ରାଉରକେଲାର ଏନ୍‌ଆଇଟି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣକ ହେଲେ କାର୍ତ୍ତିକେୟନ ସେନ୍‌ଥିଲ କ୍ରିଷ୍ଣନ ଓ ସେ ଇଲ୍‌କ୍ଟ୍ରୋନିକ ଟେଲିକମ୍ୟୁନିକେଶନର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେହିଭଳି ଗୁରୁତର ଛାତ୍ରୀ ଜଣକ ହେଲେ ବାସନ୍ତୀ କାର୍ତ୍ତିକ ନାରାୟଣ। ସେ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି l

ପ୍ରାପ୍ତ ସୂଚନା ମୁତାବକ ରାଉରକେଲା ଏନ୍‌ଆଇଟି କଲେଜରୁ ଆଜି ୬ ଜଣ ଛାତ୍ରୀ ଓ ୧୦ ଜଣ ଛାତ୍ର ଭଡ଼ାରେ ମିଳୁଥିବା ୮ଟି ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଆସୁଥିଲେ। ୧୪୩ ନଂ ଜାତୀୟ ରାଜପଥର ସମରଦରି ଛକ ନିକଟରେ ରାଜାମୁଣ୍ଡା ଆଡୁ ରଙ୍ଗ ସାଇଡ୍‌ରୁ ଆସୁଥିବା ଓଡି ୧୪ ଏ ଏଚ୍‌-୨୨୧୫ ନମ୍ବର ବିଶିଷ୍ଟ ଏକ ହାଇଓ୍ବା ସାମ୍ନା ପଟରୁ ଓଡି୧୫ ଏଇ – ୪୬୯୫ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକ କାର୍ତ୍ତିକେୟନ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ଛାତ୍ରୀ ବାସନ୍ତୀ ଗୁରୁତର ହୋଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରୀଛାତ୍ର ପୋଲିସକୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ ଲହୁଣୀପଡ଼ା ଚିକିତ୍ସାଳୟ ଓ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରଙ୍କ ମୃତଦେହ ଚିକିତ୍ସାଳୟରେ ଅଛି l ଘଟଣାସ୍ଥଳରେ ପୋଲିସ ହାଇଓ୍ବା ଓ ସ୍କୁଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର …

ମହିଳାଙ୍କ ମହତ୍ କାମ : ଶିବିର ଆୟୋଜନ କରି …

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡିଶାର ବରଗଡ଼ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଯଥେଷ୍ଟ କମ୍ ରହିଛି। ୨୦୨୩ ବର୍ଷ ତଥ୍ୟ ଅନୁସାରେ ବରଗଡ଼ରେ…

କେମିତି ରୋକାଯିବ ଘୋଡ଼ା ବେପାର: ନବୀନଙ୍କ ସହ କ’ଣ ଆଲୋଚନା ହୋଇଛି ସବୁ ଖୋଲି କହିଦେଲେ ଭକ୍ତ 

ଭୁବନେଶ୍ୱର, ୨୮।୨: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ। ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ  ସେ ତାଙ୍କ…

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି…

ଅବ୍ୟବସ୍ଥାରେ ସାପ୍ତାହିକ ହାଟ, ପରିବା ପାଇଁ ଯିବାକୁ ନାକ ଟେକୁଛନ୍ତି ଲୋକେ

ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କାଳୀମନ୍ଦିର ନିକଟସ୍ଥ କଲେଜ ରୋଡ୍‌ଠାରେ କିଛି ମାସ ହେବ ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ସାପ୍ତାହିକ ହାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri