ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ନିଶାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ତେବେ ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା।
ସୂଚନା ଥାଉକି, ଗତ ଜାନୁଆରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଚନ୍ଦନଭାଟି ଗାଁରେ ଯାତ୍ରା ଚାଲିଥିଲା। ମଞ୍ଚରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏନେଇ ସଦର ଥାନା ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା। ତେବେ ଏହି ଅଶ୍ଳୀଳକୁ ଖୋଦ୍ ପୋଲିସ ବାବୁ ବସି ଦେଖୁଥିଲେ। ନିଶା ମହାରାଣାଙ୍କ ଷ୍ଟେଜ ଶୋ’ ତଳେ ରହି ହସି ହସି ମଜା ଉଠାଉଥିଲେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ। ଏହି ଭିଡିଓ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଥିଲା ବଲାଙ୍ଗୀର ପୋଲିସ ଓ ସମ୍ପୃକ୍ତ ପୋଲିସ ବାବୁ।