ଆଜି ସ୍ବତନ୍ତ୍ର ଧଳା ଶାଢି ପିନ୍ଧି ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରାମନ୍‌: ଜାଣନ୍ତୁ କିଏ ଦେଇଥିଲେ ଉପହାର

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି।
ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଜେଟରେ ବ୍ୟବସ୍ଥା ରହିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଏହି ୨ ବର୍ଗଙ୍କ ପାଇଁ ଧନର ଦେବୀ ଲକ୍ଷ୍ମୀ ଉଦାର ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ସରକାରଙ୍କ ସମାନତା ସହ ଆର୍ଥତ୍କ ଅଭିବୃଦ୍ଧି ନୀତି କାଏମ ରହିବ ବୋଲି ଆଶା କରାଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି। ଚଳିତ ବଜେଟ ପାଇଁ ସେ ଧଳା ରଙ୍ଗର ଶାଢିରେ ଏବଂ ନାଲି ବ୍ଲାଉଜ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଶାଢିର ବର୍ଡରରେ ଗୋଲଡେନ୍‌ କାରୁକାର୍ଯ୍ୟ ହୋଇଛି। ଶାଢି ଚୟନରେ ହସ୍ତତନ୍ତ ପ୍ରତି ତାଙ୍କର ପ୍ରେମକୁ ସେ ପ୍ରଦର୍ଶନ କରିଛନ୍ତି। ଏହି ମଧୁବନି ଆର୍ଟ ଶାଢି ତାଙ୍କୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀ (୨୦୨୧) ଉପହାର ଦେଇଥିଲେ। ସେ ବଜେଟ ଦିନ ଏହି ଶାଢ଼ି ପିନ୍ଧିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ବର୍ଷ ବର୍ଷ ଧରି ସୀତାରାମନ ବଜେଟ ଦିବସରେ ସର୍ବଦା ହାତବୁଣା ଶାଢ଼ି ପିନ୍ଧୁଛନ୍ତି। ସେ ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ କପଡ଼ା ଐତିହ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି।

୨୦୧୯ ମସିହାରେ ତାଙ୍କର ପ୍ରଥମ ବଜେଟ ଅଧିବେଶନରେ ସୀତାରାମନ ଏକ ଗୋଲାପୀ ମଙ୍ଗଳଗିରି ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ଗୋଲଡେନ୍‌ ବର୍ଡର ଥିଲା।

ଅର୍ଥମନ୍ତ୍ରୀ ୨୦୨୦ ବଜେଟ ପାଇଁ ଏକ ହଳଦିଆ ରେଶମ ଶାଢ଼ି ପିନ୍ଧିଥିଲେ। ହିନ୍ଦୁ ସଂସ୍କୃତିରେ ହଳଦିଆ ରଙ୍ଗକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହା ଆଶା ଏବଂ ସମୃଦ୍ଧିର ପ୍ରତୀକ।

୨୦୨୧ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ, ସୀତାରମଣ ଏକ ପୋଚମ୍ପାପଲ୍ଲୀ ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ରଙ୍ଗ ଲାଲ ଏବଂ ଧଳା ଥିଲା। ଶାଢ଼ି ମାଧ୍ୟମରେ, ସେ ସ୍ଥାନୀୟ କାରିଗର ଏବଂ ଭାରତୀୟ ବୁଣାକାର ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ଥନ ଦେଖାଇଛନ୍ତି।

ଅର୍ଥମନ୍ତ୍ରୀ ୨୦୨୨ରେ ଏକ ବୋମକାଇ ପାଟ ଶାଢ଼ି ପିନ୍ଧିଥିଲେ ଯାହା ଆଞ୍ଚଳିକ ହସ୍ତଶିଳ୍ପ ଏବଂ କଳାକୁ ପ୍ରୋତ୍ସାହିତ କରିଥିଲା। ଏହା ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରତିନିଧିତ୍ୱ କରେ।
୨୦୨୩ରେ ବଜେଟ ଉପସ୍ଥାପନ କରିବା ସମୟରେ ସିତାରାମନ ଏକ ଲାଲ ରେଶମ ଶାଢ଼ି ପିନ୍ଧିଥିଲେ। ଏହା କର୍ନାଟକର ଧାରୱାଡ ଅଞ୍ଚଳର କସୁତି ଏମ୍ବ୍ରୋଡୋରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଥିଲା।

୨୦୨୪ରେ ସିତାରାମନ ଏମ୍ବ୍ରୋଡେରୀ ସହିତ ଏକ ନୀଳ ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହା ପଶ୍ଚିମବଙ୍ଗରେ ଏକ ଲୋକପ୍ରିୟ ହସ୍ତଶିଳ୍ପ ସହ ଜଡ଼ିତ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri