ଆଜି ସ୍ବତନ୍ତ୍ର ଧଳା ଶାଢି ପିନ୍ଧି ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରାମନ୍‌: ଜାଣନ୍ତୁ କିଏ ଦେଇଥିଲେ ଉପହାର

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି।
ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଜେଟରେ ବ୍ୟବସ୍ଥା ରହିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଏହି ୨ ବର୍ଗଙ୍କ ପାଇଁ ଧନର ଦେବୀ ଲକ୍ଷ୍ମୀ ଉଦାର ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ସରକାରଙ୍କ ସମାନତା ସହ ଆର୍ଥତ୍କ ଅଭିବୃଦ୍ଧି ନୀତି କାଏମ ରହିବ ବୋଲି ଆଶା କରାଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି। ଚଳିତ ବଜେଟ ପାଇଁ ସେ ଧଳା ରଙ୍ଗର ଶାଢିରେ ଏବଂ ନାଲି ବ୍ଲାଉଜ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଶାଢିର ବର୍ଡରରେ ଗୋଲଡେନ୍‌ କାରୁକାର୍ଯ୍ୟ ହୋଇଛି। ଶାଢି ଚୟନରେ ହସ୍ତତନ୍ତ ପ୍ରତି ତାଙ୍କର ପ୍ରେମକୁ ସେ ପ୍ରଦର୍ଶନ କରିଛନ୍ତି। ଏହି ମଧୁବନି ଆର୍ଟ ଶାଢି ତାଙ୍କୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀ (୨୦୨୧) ଉପହାର ଦେଇଥିଲେ। ସେ ବଜେଟ ଦିନ ଏହି ଶାଢ଼ି ପିନ୍ଧିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ବର୍ଷ ବର୍ଷ ଧରି ସୀତାରାମନ ବଜେଟ ଦିବସରେ ସର୍ବଦା ହାତବୁଣା ଶାଢ଼ି ପିନ୍ଧୁଛନ୍ତି। ସେ ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ କପଡ଼ା ଐତିହ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି।

୨୦୧୯ ମସିହାରେ ତାଙ୍କର ପ୍ରଥମ ବଜେଟ ଅଧିବେଶନରେ ସୀତାରାମନ ଏକ ଗୋଲାପୀ ମଙ୍ଗଳଗିରି ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ଗୋଲଡେନ୍‌ ବର୍ଡର ଥିଲା।

ଅର୍ଥମନ୍ତ୍ରୀ ୨୦୨୦ ବଜେଟ ପାଇଁ ଏକ ହଳଦିଆ ରେଶମ ଶାଢ଼ି ପିନ୍ଧିଥିଲେ। ହିନ୍ଦୁ ସଂସ୍କୃତିରେ ହଳଦିଆ ରଙ୍ଗକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହା ଆଶା ଏବଂ ସମୃଦ୍ଧିର ପ୍ରତୀକ।

୨୦୨୧ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ, ସୀତାରମଣ ଏକ ପୋଚମ୍ପାପଲ୍ଲୀ ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ରଙ୍ଗ ଲାଲ ଏବଂ ଧଳା ଥିଲା। ଶାଢ଼ି ମାଧ୍ୟମରେ, ସେ ସ୍ଥାନୀୟ କାରିଗର ଏବଂ ଭାରତୀୟ ବୁଣାକାର ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ଥନ ଦେଖାଇଛନ୍ତି।

ଅର୍ଥମନ୍ତ୍ରୀ ୨୦୨୨ରେ ଏକ ବୋମକାଇ ପାଟ ଶାଢ଼ି ପିନ୍ଧିଥିଲେ ଯାହା ଆଞ୍ଚଳିକ ହସ୍ତଶିଳ୍ପ ଏବଂ କଳାକୁ ପ୍ରୋତ୍ସାହିତ କରିଥିଲା। ଏହା ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରତିନିଧିତ୍ୱ କରେ।
୨୦୨୩ରେ ବଜେଟ ଉପସ୍ଥାପନ କରିବା ସମୟରେ ସିତାରାମନ ଏକ ଲାଲ ରେଶମ ଶାଢ଼ି ପିନ୍ଧିଥିଲେ। ଏହା କର୍ନାଟକର ଧାରୱାଡ ଅଞ୍ଚଳର କସୁତି ଏମ୍ବ୍ରୋଡୋରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଥିଲା।

୨୦୨୪ରେ ସିତାରାମନ ଏମ୍ବ୍ରୋଡେରୀ ସହିତ ଏକ ନୀଳ ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହା ପଶ୍ଚିମବଙ୍ଗରେ ଏକ ଲୋକପ୍ରିୟ ହସ୍ତଶିଳ୍ପ ସହ ଜଡ଼ିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?