ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବା ଜଣାପଡିଛି । ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ କନ୍ଧମାଳ ଜିଲା ଦାରିଙ୍ଗିବାଡି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ  ଏକ କାର୍ଯ୍ୟକାରିଣୀ ବୈଠକ  ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ରୋମାଞ୍ଚ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂଘ ର ଉପସଭାପତି ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡ, କାର୍ଯ୍ୟକାରୀ ସଭାପତି ବୀରବର ସାହୁ , ସାଧାରଣ ସମ୍ପାଦକ ତପନ କୁମାର ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ଜିଲା ସରପଞ୍ଚ ସଂଘ ସଭାପତି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିଲେ ।

ଏହି ଅବସରରେ ଦିଗପହଣ୍ଡି ବ୍ଲକ ୨୮ ନଂ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରି ପଞ୍ଚାୟତ ରାଜନୀତିରେ ସଫଳତା ହାସଲ କରିଥିବା ନିରଞ୍ଜନଙ୍କୁ ସର୍ବସମ୍ମତି କ୍ରମେ ରାଜ୍ୟମହାସଂଘର ଉପଦେଷ୍ଟା ଭାବେ ମନୋନୀତ କରାଯିବା ପରେ ତାଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସରପଞ୍ଚ ମହାସଂଘ ରାଜ୍ୟ ସଭାପତି  ଏବଂ ଉପସଭାପତି ତଥା କର୍ମକର୍ତ୍ତା ବୃନ୍ଦ ସଙ୍ଗଠନକୁ ଅଧିକା କ୍ରିୟାଶୀଳ କରିବା ଦିଗରେ ନବନିଯୁକ୍ତ ଉପଦେଷ୍ଟା କାର୍ଯ୍ୟ କରିବା ଦିଗରେ ସହାୟକ ହେବେ ବୋଲି ମତପୋଷଣ କରିଥିଲେ। ବୈଠକ ଶେଷରେ ମହାସଂଘ ର ମନୋନୀତ ଉପଦେଷ୍ଟା ନିରଞ୍ଜନ ସମସ୍ତ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Dharitri – Odisha’s No.1 Odia Daily