Posted inଜାତୀୟ

୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ ସମାନ। କେରଳରେ ନିପା ସଂକ୍ରମଣ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟକୁ ସତର୍କ କରାଯାଇଛି। ତେବେ ଭାରତୀୟ ବୈଜ୍ଞାନିକମାନଙ୍କ ସତର୍କତା ଆଧାରରେ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ତରରେ ସତର୍କ ରହିବା ଲାଗି ସୂଚନା ଜାରି କରାଯାଇଛି। ନିପା ଭାଇରସ ଦେଶରେ ବାଦୁଡିମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେଉଛି।

ଅଦ୍ୟାବଧି, ୧୦ ଟି ରାଜ୍ୟରେ ଏହି ଭାଇରସରଉପସ୍ଥିତି ଚିହ୍ନଟ ହୋଇସାରିଛି, ଏହା ସତ୍ତ୍ୱେ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ କେହି ମଧ୍ୟ ନୀରିକ୍ଷଣସ୍ତରକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରୁନାହାଁନ୍ତି। ପରିସଂଖ୍ୟାନ ଦର୍ଶାଉଛି ଭାରତରେ ନିପାର ପ୍ରଥମ ମାମଲା ୨୦୦୧ରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା। ସେଠାରେ ୨୦୦୭ ରେ ଦ୍ୱିତୀୟ ଥର ଲୋକେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହା ପରେ, ୨୦୧୮ ରେ ତୃତୀୟ ଥର ପାଇଁ କେରଳରେ ନିପା ମାମଲା ରିପୋର୍ଟ ହୋଇଥିଲା ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେବେଠାରୁ ନିପା ସଂକ୍ରମଣ ଚାରିଥର କେରଳରେ ବ୍ୟାପିଛି। ଏହା ୧୯ ଜଣଙ୍କ ଜୀବନ ନେଇଛି। ତେବେ କେରଳ ବ୍ୟତୀତ ତାମିଲନାଡୁ, ଗୋଆ, କର୍ନାଟକ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଏବଂ ପୁଡୁଚେରୀରେ ସଂକ୍ରମିତ ବାଦୁଡି ଦେଖିବାକୁ ମିଳିଛି।

ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ର ମୁଖ୍ୟ ବୈଜ୍ଞାନିକ ଡାକ୍ତର ପ୍ରୟାଗ ଯାଦବ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ନିପା ସଂକ୍ରମଣ ଉପରେ ୬ ରୁ ୭ ଟି ଅଧ୍ୟୟନ କରିଛନ୍ତି। ଏପର୍ଯ୍ୟନ୍ତ ନିପା ସଂକ୍ରମିତ ରୋଗୀଙ୍କଠାରେ ଦୁଇଟି ରୋଗ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଗୋଟିଏ ଶୀଘ୍ର ଆରମ୍ଭ ହୋଇଥିବା ଶ୍ୱାସକ୍ରିୟା ରୋଗ ଏବଂ ବିଳମ୍ବରେ ଆରମ୍ଭ ହୋଇଥିବା ସ୍ନାୟୁଗତ ଲକ୍ଷଣ ରହିଛି।

ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ କେରଳର କୋଝିକୋଡେ ଜିଲାରେ ୪୦ ରୁ ଅଧିକ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ପୋଲିସ କର୍ଡନ ଦ୍ୱାରା ସ୍କୁଲ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିଛି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଝିକୋଡେସ୍ଥିତ ଏକ ଘରୋଇ ଡାକ୍ତରଖାନାର ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ତିନି ଜଣ ଲୋକ ସଂକ୍ରମିତ ହୋଇଛନ୍ତି।

ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକ ପରୀକ୍ଷା କରିଛନ୍ତି। କୋଝିକୋଡେ ଜିଲା କଲେକ୍ଟର ଏ ଗୀତା କହିଛନ୍ତି ନିପା ସଂକ୍ରମଣ ରୋଗୀଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୭୦୨ କୁ ବୃଦ୍ଧି ପାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିପଦପୂର୍ଣ୍ଣ ବର୍ଗରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri