ଏନ୍‌ଆଇଏନ୍‌ଏଲ୍‌ର ଜନଶୁଣାଣିକୁ ସମର୍ଥନ

ଯାଜପୁର,୧୯ା୧୨(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଆସନ୍ତା ୨୦ ତାରିଖ ଶୁକ୍ରବାର ହେବାକୁ ଥିବା ଜନଶୁଣାଣୀକୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ବୁଧବାର ଡୁବୁରୀସ୍ଥିତ କାର୍ଯ୍ୟାଳୟରେ ପରିଷଦର ସଭାପତି ବୀରେନ ଜାମୁଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନ୍‌ଆଇଏନ୍‌ଏଲର ସମ୍ପ୍ରସାରଣ କେବଳ ଯାଜପୁର ଜିଲା ନୁହେଁ ସମଗ୍ର ରାଜ୍ୟ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ଜାମୁଡା କହିବା ସହ ଏହାକୁ ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ସମ୍ପ୍ରସାରଣ ଜମିହରା ଓ ବିସ୍ଥାପିତମାନଙ୍କ ସର୍ବାଙ୍ଗୀନ ବିକାଶରେ ସହାୟତ ହୋଇ ପାରିବ। ସ୍ଥାନୀୟ ନିଯୁକ୍ତି ଏବଂ ପାରିପାର୍ଶ୍ୱିକ ବିକାଶରେ ଏନ୍‌ଆଇଏନ୍‌ଏଲ ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ପରିଷଦ ଦାବି କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲୌହ ଏବଂ ଇସ୍ପାତ ଉପତ୍ାଦନ ପାଇଁ ୧୯୮୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌) ଗଠନ ହୋଇଥିଲା। ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ୨୦୧୯ ଫେବୃଆରୀ ୬ରେ ଏନ୍‌ଆଇଏନ୍‌ଏଲର କାର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିମିଟେଡ ସଫଳ ନିବେଶକ ଭାବେ ଘୋଷିତ ହୋଇଥିଲା। ଏହାପରେ ଏନ୍‌ଆଇଏନ୍‌ଏଲର ଅଂଶଧାରୀ ଏବଂ ଟାଟା ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ ଲିମିଟେଡ ମଧ୍ୟରେ ୨୦୨୨ ମାର୍ଚ୍ଚ ୧୦ରେ ସେୟାର ବିକ୍ରୟ ଓ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ତଦନୁସାରେ ଏନ୍‌ଆଇଏନ୍‌ଏଲକୁ ୨୦୨୨ ଜୁଲାଇ ୪ରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଦ୍ୱାରା ଅଧିଗ୍ରହଣ ସମାପ୍ତ ହୋଇଥିଲା। ରାଜ୍ୟର ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଏନ୍‌ଆଇଏନ୍‌ଏଲର ଅଶୋଧିତ ଇସ୍ପାତ୍‌ ଉପତ୍ାଦନ କ୍ଷମତାକୁ ବାର୍ଷିକ ୦.୯୮୧ ଏମ୍‌ଟିରୁ ୯.୫ ଏମ୍‌ଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହିକ୍ରମରେ ସରକାରଙ୍କ ପକ୍ଷରୁ ଜନଶୁଣାଣୀ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଇସ୍ପାତ୍‌ କାରଖାନା ପାଇଁ କଞ୍ଚାମାଲ୍‌ର ମୋଟ ଆବଶ୍ୟକତା ବାର୍ଷିକ ୪.୭ ଏମ୍‌ଟିରୁ ୨୭ ଏମ୍‌ଟିକୁ ବୃଦ୍ଧି ପାଇବ। ଏହାବାଦ୍‌ ପ୍ଲାଣ୍ଟର ସର୍ବାଧିକ ବିଦ୍ୟୁତ୍‌ ଆବଶ୍ୟକତା ମୋଟ ୭୫୮ ମେଗାଓ୍ବାଟ ମଧ୍ୟରୁ ୫୫୭ ମେଗାଓ୍ବାଟ୍‌ ଗ୍ରୀଡ, ୨୮୮ ମେଗାଓ୍ବାଟ୍‌ କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟ ଏବଂ ୭୮.୫ ମେଗାଓ୍ବାଟ୍‌ ଅକ୍ଷୟ ଶକ୍ତି ଉତ୍ସରୁ ଉପତ୍ାଦନ କରାଯିବ। ସେହିପରି ଘଣ୍ଟାକୁ ୪୦୦ ଘନମିଟରରୁ ୪୬୦୦ ଘନମିଟରକୁ ଜଳ ଆବଶ୍ୟକତା କରିବ। ଖରସ୍ରୋତା ନଦୀରୁ ଏହି ଜଳ ବ୍ୟବହାର କରାଯିବ। ପ୍ରସ୍ତାବିତ ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୬୧,୭୬୯.୦୩ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ୪୫୦୦ ପ୍ରତ୍ୟକ୍ଷ ଏବଂ ୯୫୦୦ ପରୋକ୍ଷ ଭାବେ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଜାତୀୟ ଇସ୍ପାତ୍‌ ନୀତି ଅନୁଯାୟୀ ୨୦୩୦ ସୁଦ୍ଧା ୩୦୦ ନିଯୁତ ଟନ୍‌ ଇସ୍ପାତ୍‌ ଉପତ୍ାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଭିତ୍ତିଭୂମି ବିକାଶ ତ୍ୱରାନ୍ବିତ ହେବ। ପ୍ଲାଣ୍ଟ ପରିଚାଳନା ଏବଂ ପ୍ରସ୍ତାବିତ ପ୍ରକଳ୍ପ ସମ୍ପ୍ରସାରଣର ଆବଶ୍ୟକତାକୁ ପୂରଣ କରିବା ପାଇଁ ବର୍ତ୍ତମାନର ସଡ଼କ ସ୍ଥିତିରେ ଉନ୍ନତି ହେବ। ଏହାସହ ରେଳ ଓ ସ୍ଥାନୀୟ ପରିବହନ ସୁବିଧାରେ ଆହୁରି ଉନ୍ନତି କରାଯିବ ବୋଲି କମ୍ପାନୀର ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri