ଏନ୍‌ଆଇଏନ୍‌ଏଲ୍‌ର ଜନଶୁଣାଣିକୁ ସମର୍ଥନ

ଯାଜପୁର,୧୯ା୧୨(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଆସନ୍ତା ୨୦ ତାରିଖ ଶୁକ୍ରବାର ହେବାକୁ ଥିବା ଜନଶୁଣାଣୀକୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ବୁଧବାର ଡୁବୁରୀସ୍ଥିତ କାର୍ଯ୍ୟାଳୟରେ ପରିଷଦର ସଭାପତି ବୀରେନ ଜାମୁଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନ୍‌ଆଇଏନ୍‌ଏଲର ସମ୍ପ୍ରସାରଣ କେବଳ ଯାଜପୁର ଜିଲା ନୁହେଁ ସମଗ୍ର ରାଜ୍ୟ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ଜାମୁଡା କହିବା ସହ ଏହାକୁ ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ସମ୍ପ୍ରସାରଣ ଜମିହରା ଓ ବିସ୍ଥାପିତମାନଙ୍କ ସର୍ବାଙ୍ଗୀନ ବିକାଶରେ ସହାୟତ ହୋଇ ପାରିବ। ସ୍ଥାନୀୟ ନିଯୁକ୍ତି ଏବଂ ପାରିପାର୍ଶ୍ୱିକ ବିକାଶରେ ଏନ୍‌ଆଇଏନ୍‌ଏଲ ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ପରିଷଦ ଦାବି କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲୌହ ଏବଂ ଇସ୍ପାତ ଉପତ୍ାଦନ ପାଇଁ ୧୯୮୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌) ଗଠନ ହୋଇଥିଲା। ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ୨୦୧୯ ଫେବୃଆରୀ ୬ରେ ଏନ୍‌ଆଇଏନ୍‌ଏଲର କାର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିମିଟେଡ ସଫଳ ନିବେଶକ ଭାବେ ଘୋଷିତ ହୋଇଥିଲା। ଏହାପରେ ଏନ୍‌ଆଇଏନ୍‌ଏଲର ଅଂଶଧାରୀ ଏବଂ ଟାଟା ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ ଲିମିଟେଡ ମଧ୍ୟରେ ୨୦୨୨ ମାର୍ଚ୍ଚ ୧୦ରେ ସେୟାର ବିକ୍ରୟ ଓ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ତଦନୁସାରେ ଏନ୍‌ଆଇଏନ୍‌ଏଲକୁ ୨୦୨୨ ଜୁଲାଇ ୪ରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଦ୍ୱାରା ଅଧିଗ୍ରହଣ ସମାପ୍ତ ହୋଇଥିଲା। ରାଜ୍ୟର ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଏନ୍‌ଆଇଏନ୍‌ଏଲର ଅଶୋଧିତ ଇସ୍ପାତ୍‌ ଉପତ୍ାଦନ କ୍ଷମତାକୁ ବାର୍ଷିକ ୦.୯୮୧ ଏମ୍‌ଟିରୁ ୯.୫ ଏମ୍‌ଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହିକ୍ରମରେ ସରକାରଙ୍କ ପକ୍ଷରୁ ଜନଶୁଣାଣୀ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଇସ୍ପାତ୍‌ କାରଖାନା ପାଇଁ କଞ୍ଚାମାଲ୍‌ର ମୋଟ ଆବଶ୍ୟକତା ବାର୍ଷିକ ୪.୭ ଏମ୍‌ଟିରୁ ୨୭ ଏମ୍‌ଟିକୁ ବୃଦ୍ଧି ପାଇବ। ଏହାବାଦ୍‌ ପ୍ଲାଣ୍ଟର ସର୍ବାଧିକ ବିଦ୍ୟୁତ୍‌ ଆବଶ୍ୟକତା ମୋଟ ୭୫୮ ମେଗାଓ୍ବାଟ ମଧ୍ୟରୁ ୫୫୭ ମେଗାଓ୍ବାଟ୍‌ ଗ୍ରୀଡ, ୨୮୮ ମେଗାଓ୍ବାଟ୍‌ କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟ ଏବଂ ୭୮.୫ ମେଗାଓ୍ବାଟ୍‌ ଅକ୍ଷୟ ଶକ୍ତି ଉତ୍ସରୁ ଉପତ୍ାଦନ କରାଯିବ। ସେହିପରି ଘଣ୍ଟାକୁ ୪୦୦ ଘନମିଟରରୁ ୪୬୦୦ ଘନମିଟରକୁ ଜଳ ଆବଶ୍ୟକତା କରିବ। ଖରସ୍ରୋତା ନଦୀରୁ ଏହି ଜଳ ବ୍ୟବହାର କରାଯିବ। ପ୍ରସ୍ତାବିତ ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୬୧,୭୬୯.୦୩ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ୪୫୦୦ ପ୍ରତ୍ୟକ୍ଷ ଏବଂ ୯୫୦୦ ପରୋକ୍ଷ ଭାବେ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଜାତୀୟ ଇସ୍ପାତ୍‌ ନୀତି ଅନୁଯାୟୀ ୨୦୩୦ ସୁଦ୍ଧା ୩୦୦ ନିଯୁତ ଟନ୍‌ ଇସ୍ପାତ୍‌ ଉପତ୍ାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଭିତ୍ତିଭୂମି ବିକାଶ ତ୍ୱରାନ୍ବିତ ହେବ। ପ୍ଲାଣ୍ଟ ପରିଚାଳନା ଏବଂ ପ୍ରସ୍ତାବିତ ପ୍ରକଳ୍ପ ସମ୍ପ୍ରସାରଣର ଆବଶ୍ୟକତାକୁ ପୂରଣ କରିବା ପାଇଁ ବର୍ତ୍ତମାନର ସଡ଼କ ସ୍ଥିତିରେ ଉନ୍ନତି ହେବ। ଏହାସହ ରେଳ ଓ ସ୍ଥାନୀୟ ପରିବହନ ସୁବିଧାରେ ଆହୁରି ଉନ୍ନତି କରାଯିବ ବୋଲି କମ୍ପାନୀର ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri