ବିକ୍ରୟ ଟିମ୍‌କୁ ସମ୍ମାନିତ କଲା ନାଇନ୍‌

ନୂଆଦିଲ୍ଲୀ,୧୭।୫ ସ୍ବଚ୍ଛତା ଓ ବ୍ୟକ୍ତିଗତ ଯତ୍ନ କ୍ଷେତ୍ରରେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଦେଶର ପ୍ରମୁଖ କମ୍ପାନୀ ନାଇନ୍‌ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀ ତା’ର ବିକ୍ରୟ ଦଳକୁ ସମ୍ମାନିତ କରିଥିଲା। ଫଳରେ ସେମାନଙ୍କର ମନୋବଳ ବୃଦ୍ଧି ହେବା ସହ କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସାରା ଭାରତର ବିଭିନ୍ନ ରାଜ୍ୟରୁ ଏହାର ବିକ୍ରୟ ଦଳର ସଦସ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ୱଳନ ସହ ଶ୍ରୀଗଣେଶ ବନ୍ଦନାରୁ ଆରମ୍ଭ ହୋଇଥିଲା। ଏହି ଅବସରରେ ନାଇନ୍‌ର ପ୍ରତିଷ୍ଠାତା ଅମର ତୁଲସ୍ଥାନ ଏବଂ ଏହାର ସହ-ପ୍ରତିଷ୍ଠାତା ଗୌରବ ବଥୱାଲଙ୍କ ସମେତ ଶରତ ଖେମ୍‌କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି କମ୍ପାନୀର ବିକ୍ରୟ ଦଳର ବରିଷ୍ଠ ସଦସ୍ୟ ତାରାଚନ୍ଦ୍ର ଚହର, ବିଜୟ ଶର୍ମାଙ୍କ ସମେତ ବହୁ ବରିଷ୍ଠ କର୍ମଚାରୀ ମଧ୍ୟ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅପରପକ୍ଷରେ ବିକ୍ରୟ ଦଳକୁ ସମ୍ବୋଧିତ କରି ଅମର ତୁଲସ୍ଥାନ କହିଥିଲେ ଯେ, ଗୋଟିଏ କମ୍ପାନୀର ବିକ୍ରୟ ଦଳ ସେହି କମ୍ପାନୀର ଶକ୍ତି ହୋଇଥାଏ। ସେହିପରି ଆମର ବିକ୍ରୟ ଟିମ୍‌ ଆମ ପରିବାର ସଦସ୍ୟ ସହ ଆମର ଶକ୍ତି ବୋଲି ଅମର ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଗଡ଼ିବ OLA ଇ-ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ,୨୦ା୧୧: ଆପ୍‌ ଜରିଆରେ ଟ୍ୟାକ୍ସି ବୁକିଂ ସେବା ଦେଉଥିବା କମ୍ପାନୀ OLA ଏବେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା ଆସନ୍ତା ନୂଆବର୍ଷ ଉପଲକ୍ଷେ...

ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ...

ଅଣ୍ଟା ସଳଖାଉଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସମସ୍ୟାରେ ରହିଥିବା ମାନୁଫାକ୍‌ଚର ଏବଂ ଟ୍ରେଡର ପାର୍ବଣ ସମୟରେ ବିକ୍ରିରେ ଉନ୍ନତିକୁ ଅପେକ୍ଷା...

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ୱର, ୧୩।୯ : ବେଦାନ୍ତ ଲାଞ୍ଜିଗଡ଼ ଚଳିତ ବର୍ଷର ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର ପ୍ରାପ୍ତ ହୋଇଛି। କମ୍ପାନୀରେ କାର୍ଯ୍ୟରତ ୨୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କର ସୁରକ୍ଷା, ସ୍ବାସ୍ଥ୍ୟ...

ଡିସେମ୍ବରରେ ସେବା କ୍ଷେତ୍ର ପ୍ରଭାବିତ

ବାଙ୍ଗାଲୋର: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଡିସେମ୍ବରରେ ସେବା କ୍ଷେତ୍ର କାର୍ଯ୍ୟକଳାପ ଖସିଥିବା ଏକ ଘରୋଇ ସର୍ଭେରୁ ସାମ୍ନାକୁ ଆସିଛି। ବାଣିଜ୍ୟ ଏବଂ ନିଯୁକ୍ତି...

ଦିଓ୍ବାଲିରେ ୭୨ ହଜାର କୋଟିର କାରବାର

ନୂଆଦିଲ୍ଲୀ: କରୋନାର ପ୍ରଭାବ ସାରା ଦେଶରେ ରହିଥିବା ବେଳେ ଚଳିତ ଏହି ପର୍ବକୁ ଏକ ଭିନ୍ନ ଭାବେ ପାଳନ କରାଯାଇଛି। ଭାରତୀୟ ସାମଗ୍ରୀକୁ ବୃହତ୍ତ ମାତ୍ରାରେ...

ବିତ୍ତିୟ ନିଅଣ୍ଟ ଚିନ୍ତା; ଖର୍ଚ୍ଚ କାଟ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୮-୧: ସରକାରଙ୍କ ଖର୍ଚ୍ଚ ବଢିଥିଲେ ମଧ୍ୟ ସେହି ମୁତାବକ ରାଜସ୍ବ ଆସିବା ଏବେ କଷ୍ଟକର ହେଉଛି। ରାଜସ୍ବ ସଂଗ୍ରହ କମିଥିବା ବେଳେ ବିତ୍ତୀୟ ନିଅଣ୍ଟ ବଜେଟ...

ଆଜିଠାରୁ ଗଡ଼ିବ ୨୦୦ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୧।୬: ଜୁନ୍‌ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବା ନେଇ ରବିବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ପ୍ରଥମ ଦିନରେ...

Advertisement
Archives

Model This Week