ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ବିହାରୀ ଧଳ ।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀଙ୍କୁ ଶୁକ୍ରବାର ବଦଳି କରାଯାଛି। ତାଙ୍କ ସ୍ଥାନରେ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦିଆଯାଇଛି।  ନିକୁଞ୍ଜ ୧୯୯୩ ବ୍ୟାଚ ଆଇଏଏସ୍‌ ଅଧିକାରୀ।
ସେହିପରି ସୁଶିଲ ଲୋହାନୀଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ମଧ୍ୟ ରହିଛନ୍ତି। ସତ୍ୟବ୍ରତ ସାହୁଙ୍କୁ ଏସ୍‌ଆର୍‌ସିର ଅତିରିକ୍ତ ଦାୟିତ୍ୱ ମିଳିଛି ।

Share