‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ

ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛି।

ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ନିଜାରଙ୍କ ହତ୍ୟାରେ ଭାରତକୁ ଦାୟୀ କରିବା ଦାୟିତ୍ୱହୀନ ବୋଲି କାନାଡା ଗଣମାଧ୍ୟମ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛି। କାନାଡାର ଗଣମାଧ୍ୟମ ଏନେଇ କହିଛି, ଦେଶରେ ଦ୍ରୁତ ଗତିରେ ନିଜର ଲୋକପ୍ରିୟତା ହରାଇବା ଭିତରେ ଟ୍ରୁଡୋ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଯଦି ସେ ଏହାକୁ ଠିକ ପ୍ରମାଣ କରିପାରୁ ନାହାଁନ୍ତି, ତେବେ ଦେଶରେ ଓ ବିଶ୍ୱ ସ୍ତରରେ ଦେଶର ସମ୍ମାନ ହାନି ହେବ।

କାନାଡାର ଅଗ୍ରଣୀ ଖବରକାଗଜ ନ୍ୟାଶନାଲ ପୋଷ୍ଟ ଏହାର ସମ୍ପାଦକୀୟରେ ଲେଖିଛି ଯେ, ଟ୍ରୁଡୋ ଏପର୍ଯ୍ୟନ୍ତ ପ୍ରମାଣ ଦେଇ ପାରି ନାହାନ୍ତି। ସେ କାନାଡାବାସୀଙ୍କୁ ଅଭିଯୋଗର କୌଣସି ପ୍ରମାଣ ଦେଖାଇବାରେ ବିଫଳ ହୋଇଛନ୍ତି। ଟରୋଣ୍ଟୋ ସନ ଖବରକାଗଜରେ କୁହାଯାଇଛି, ନିଜାର କୌଣସି ସାଧୁ ନୁହଁନ୍ତି। ଯଦି ସେ ଜଣେ ଆତଙ୍କବାଦୀ ଯାହାକୁ ନେଇ ଭାରତ ସରକାର ଦାବି କରୁଛନ୍ତି, ତେବେ କୋର୍ଟ ତାହା ସ୍ଥିର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ଆଜିଠୁ ଟି୨୦ ବିଶ୍ୱକପ୍‌: ସାମ୍ନାସାମ୍ନି ହେବେ…

ମୁମ୍ବାଇ, ୭।୨: ଆଇସିସି ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ଭାରତ ନିଜର…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri