Posted inଜାତୀୟ

ଡି-ଗ୍ୟାଙ୍ଗ୍‌ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଏନ୍‌ଆଇଏ, ଟାର୍ଗେଟ୍‌ରେ ରାଜନେତା…

ନୂଆଦିଲ୍ଲୀ,୧୯।୨ : ଡି-ଗ୍ୟାଙ୍ଗର ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଏସମ୍ପର୍କରେ ବହୁ ଗୁପ୍ତ ସୂଚନା ମିଳିଛି। ଏନଆଇଏ ଅନୁଯାୟୀ, ଡି-ଗ୍ୟାଙ୍ଗ ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଡାଉଦ୍‌ ଇବ୍ରାହିମ୍‌ ଭାରତରେ ଆକ୍ରମଣ ପାଇଁ ଏକ ସ୍ବତନ୍ତ୍ର ୟୁନିଟ ଗଠନ କରିଛନ୍ତି। ଏହି ୟୁନିଟ୍‌ ଟାର୍ଗେଟ୍‌ ରେ ଦେଶର ବହୁ ବଡ଼ ବଡ଼ ରାଜନେତା ଏବଂ ସେଲିବ୍ରିଟି ରହିଛନ୍ତି।

ସୂଚନା ଅନୁଯାୟୀ, ଡାଉଦ୍‌ ତାଙ୍କ ସ୍ବତନ୍ତ୍ର ୟୁନିଟ ମାଧ୍ୟମରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ରଚା ଯାଇଛି। ବିସ୍ଫୋରକ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ୟୁନିଟ ମାଧ୍ୟମରେ ଦାଉଦ୍‌ ଭାରତର ବହୁ ଅଞ୍ଚଳ ଉପରେ ଏଭଳି ଆକ୍ରମଣ କରିବାକୁ ଚାହୁଁଛନ୍ତି।

ଅନୁସନ୍ଧାନ ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଭାରତର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି କରିବା। ଏନଆଇଏର ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ଡାଉଦ୍‌ଙ୍କ ଭାଇ ଇକବାଲ କାସକରଙ୍କୁ ଇଡି ଗିରଫ କରିଛି। ବ୍ୟାପକ ଅର୍ଥ ହେରଫେର୍‌ ମାମଲାରେ, ଇଡି ଆଗାମୀ ୭ ଦିନ ଅର୍ଥାତ୍‌ ଫେବୃଆରୀ ୨୪ ପର୍ଯ୍ୟନ୍ତ ଇକବାଲଙ୍କୁ ପଚରାଉଚରା କରିବ।

ନିକଟରେ ଡାଉଦ୍‌ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଇଡି ପକ୍ଷରୁ ଅର୍ଥ ହେରଫେର୍‌ ମାମଲା ରୁଜୁ କରିଛି। ଇଡି ଅନୁଯାୟୀ, ଅଭିଯୁକ୍ତମାନେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଉଥିଲେ। ଇଡିର ଉପ ନିର୍ଦ୍ଦେଶକ ଡିସି ନାହାକ କହିଛନ୍ତି ଯେ, ସେପ୍ଟେମ୍ବର ୨୦୧୭ ରେ ଜଣେ ବିଲ୍ଡରଙ୍କ ଅଭିଯୋଗ ଅଧାରରେ ଇକବାଲ କାସକର, ମମତାଜ ଅଜାଜ ଶେଖ, ଇସରାଲ ଜାମିଲ ସୟିଦ ଏବଂ ଅନ୍ୟ କେତେକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏନ୍‌ଆଇଏ ପକ୍ଷରୁ ଏହି ମାମଲାରେ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଥିବା ହିମାଚଳ ଆଇପିଏସ ଅଧିକାରୀ ଅରବିନ୍ଦ ଡିଜିଭିଜେ ନେଗିଙ୍କୁ ଗିରଫ ଗିରଫ କରାଯାଇଛି। ସେ ପ୍ରାୟ ଏକ ବର୍ଷ ଧରି ଏନ୍‌ଆଇଏର ରାଡାରରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri