ଆଜି ଶିଖରଚଣ୍ଡୀ ପରିଦର୍ଶନ କରିବେ ଏନ୍‌ଜିଟି ପ୍ରତିନିଧି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରକଳ୍ପ ଯୋଗୁ ଜୈବବିବିଧତା ନଷ୍ଟ ହେଉଥିବା ଅଭିଯୋଗ କରି ଶିଖରଚଣ୍ଡୀ ଆଞ୍ଚଳିତ ସୁରକ୍ଷା ସମିତି ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ ନିକଟରେ ଅଭିଯୋଗ କରିଥିଲା। ଫଳରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଜିଟିର ୪ଜଣିଆ ପ୍ରତିନିଧି ଦଳ ଶନିବାର ପୂର୍ବାହ୍ନ ୧୧ଟାରେ ଶିଖରଚଣ୍ଡୀ ପାହାଡ଼ ଯାଞ୍ଚ କରିବାକୁ ଆସୁଛନ୍ତି। ପ୍ରକଳ୍ପ ନିର୍ମାଣ ନାମରେ ବାସ୍ତବରେ ପାହାଡ଼କୁ ନଷ୍ଟ କରାଯାଉଛି କି ନାହିଁ ତାହାର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବେ। ଏହା ପରେ ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ। ତେବେ ଏହି ପ୍ରକଳ୍ପକୁ ନେଇ ଦୁଇଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। କିଛି ଲୋକ ପ୍ରକଳ୍ପକୁ ସ୍ବାଗତ କରିଥିବାବେଳେ ଆଉ କେତେଜଣ ଏହାକୁ ବିରୋଧ କରୁଛନ୍ତି।
ଏନେଇ ଶିଖରଚଣ୍ଡୀ ଆଞ୍ଚଳିତ ସୁରକ୍ଷା ସମିତିର ସଚିନ ମହାପାତ୍ର କହିଛନ୍ତି, ଶିଖରଚଣ୍ଡୀ ପାହାଡ଼ ପାଇକମାନଙ୍କର ସ୍ମୃତିପୀଠ। ମାତ୍ର ଉନ୍ନତି ନାମରେ ଏହାକୁ ନଷ୍ଟ କରାଯାଉଛି। ଶିଖରଚଣ୍ଡୀ ମା’ଙ୍କ ନାମରେ ଥିବା ୨୧୨ଏକର ଜମି ଥିବାବେଳେ ଏବେ ତାହା ଇଡ୍‌କୋ ନାମରେ ରହିଛି। ପ୍ରଥମେ ମା’ଙ୍କଠାରୁ ଜମି ଛଡାଇ ନିଆଯିବା ପରେ ଚକ୍ରାନ୍ତ କରି ଏହାକୁ ନଷ୍ଟ କରାଯାଉଛି। ପ୍ରକଳ୍ପ କରାଯିବା ନେଇ ପୂର୍ବରୁ ଏଠିକା ବାସିନ୍ଦାଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ। ଏଠାରେ ଥିବା ହନୁମାନ ଓ ଶିଖରଚଣ୍ତୀ ପାହାଡ଼ ଚନ୍ଦକା ଡମପଡା ଅଭୟାରଣ୍ୟ ସଂଲଗ୍ନ ଥିବାରୁ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ, ବୃକ୍ଷଲତା ଏଠାରେ ରହିଛି। ମାତ୍ର ପାହାଡ଼ କଟାଯାଇ ୱାଟ୍‌କୋ ପକ୍ଷରୁ ଏଠାରେ ୩୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଫଳରେ ଚନ୍ଦକା ଅଭୟାରଣ୍ୟର ହାତୀ ଏବେ ଚନ୍ଦକା, ଦାରୁଠେଙ୍ଗ, ପଥରଗଡିଆ ଜନବସତି ଆଡେ ଚାଲି ଆସୁଛନ୍ତି। ଅନେକ ଔଷଧୀୟ ବୃକ୍ଷଲତା ମଧ୍ୟ ନଷ୍ଟ ହେଉଛି। ତେବେ ଲୋକଙ୍କ ସ୍ବାର୍ଥକୁ ଦେଖି ପ୍ରକଳ୍ପକୁ ବିରୋଧ କରାଯାଉ ନାହିଁ। ମାତ୍ର ଶିଖରଚଣ୍ଡୀ ପାହାଡ଼ରେ ଏହାକୁ ନ କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଏନେଇ ଏନ୍‌ଜିଟିଙ୍କ ଦୃଷ୍ଟିଗୋଚର କରାଯିବ ବୋଲି ମଧ୍ୟ ସଚିନ କହିଛନ୍ତି। ଅପରପକ୍ଷେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରକଳ୍ପ ସପକ୍ଷରେ ସ୍ବର ଉଠିଛି। ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର ମିହିର ରାଉତ କହିଛନ୍ତି, କିଛିଲୋକ ଏହି ପ୍ରକଳ୍ପକୁ ଅଯଥାରେ ବିରୋଧ କରୁଛନ୍ତି। ପାହାଡ଼ରେ ଏବେ ବି ଗଛ ଅଛି। କେବଳ ଟାଙ୍କି ରହିବା ସ୍ଥାନରେ ବୁଦା କଟାଯାଇ ସଫା କରାଯାଇଛି। ଉତ୍ତର ନିର୍ବାଚନ ମଣ୍ଡଳୀର ୩ଲକ୍ଷ ଲୋକଙ୍କ ପାଇଁ ୨୪ଘଣ୍ଟିଆ ପାଣି ଦରକାର। ଡମଣା, ଚନ୍ଦ୍ରଶେଖରପୁର, ଗାଡ଼କଣ, ପଟିଆ, ହାଉସିଂବୋର୍ଡ, ଶୈଳଶ୍ରୀ ବିହାର, କାନନ ବିହାର, ପ୍ରଶାନ୍ତି ବିହାର, କଳାରାହାଙ୍ଗ ଆଦି ଅଞ୍ଚଳବାସୀଙ୍କ ପାଇଁ ପିଇବା ପାଣିର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେମାନେ ସବୁସମୟରେ ପାନୀୟ ଜଳ ପାଇ ପାରିବେ। ତେଣୁ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଉଥିଲା। ଏଥିପାଇଁ ସେମାନେ ବହୁତ ଖୁସି ମଧ୍ୟ ଥିଲେ। ମାତ୍ର ଏନ୍‌ଜିଟିରେ ମାମଲା ହେବା ପରେ କେବେ କେସ୍‌ ସରିବ ଏବଂ ପ୍ରକଳ୍ପ କାମ ଆରମ୍ଭ ହେବ ସେ ନେଇ ଲକ୍ଷାଧିକ ଲୋକ ଆଶଙ୍କାରେ ଅଛନ୍ତି। ଅପରପକ୍ଷେ କାମ ବନ୍ଦ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାର୍ଯ୍ୟ ଜାରି ରହିଥିଲା। ଏହାକୁ ନେଇ ଶୁକ୍ରବାର ସୁରକ୍ଷା ସମିତି, ଦାରୁଠେଙ୍ଗ ଓ ଚନ୍ଦକା ପଞ୍ଚାୟତର ସରପଞ୍ଚଙ୍କ ସମେତ ୧୦ରୁ ଊର୍ଦ୍ଧ ଗ୍ରାମବାସୀ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri