ଆଜି ଶିଖରଚଣ୍ଡୀ ପରିଦର୍ଶନ କରିବେ ଏନ୍‌ଜିଟି ପ୍ରତିନିଧି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରକଳ୍ପ ଯୋଗୁ ଜୈବବିବିଧତା ନଷ୍ଟ ହେଉଥିବା ଅଭିଯୋଗ କରି ଶିଖରଚଣ୍ଡୀ ଆଞ୍ଚଳିତ ସୁରକ୍ଷା ସମିତି ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ ନିକଟରେ ଅଭିଯୋଗ କରିଥିଲା। ଫଳରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଜିଟିର ୪ଜଣିଆ ପ୍ରତିନିଧି ଦଳ ଶନିବାର ପୂର୍ବାହ୍ନ ୧୧ଟାରେ ଶିଖରଚଣ୍ଡୀ ପାହାଡ଼ ଯାଞ୍ଚ କରିବାକୁ ଆସୁଛନ୍ତି। ପ୍ରକଳ୍ପ ନିର୍ମାଣ ନାମରେ ବାସ୍ତବରେ ପାହାଡ଼କୁ ନଷ୍ଟ କରାଯାଉଛି କି ନାହିଁ ତାହାର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବେ। ଏହା ପରେ ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ। ତେବେ ଏହି ପ୍ରକଳ୍ପକୁ ନେଇ ଦୁଇଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। କିଛି ଲୋକ ପ୍ରକଳ୍ପକୁ ସ୍ବାଗତ କରିଥିବାବେଳେ ଆଉ କେତେଜଣ ଏହାକୁ ବିରୋଧ କରୁଛନ୍ତି।
ଏନେଇ ଶିଖରଚଣ୍ଡୀ ଆଞ୍ଚଳିତ ସୁରକ୍ଷା ସମିତିର ସଚିନ ମହାପାତ୍ର କହିଛନ୍ତି, ଶିଖରଚଣ୍ଡୀ ପାହାଡ଼ ପାଇକମାନଙ୍କର ସ୍ମୃତିପୀଠ। ମାତ୍ର ଉନ୍ନତି ନାମରେ ଏହାକୁ ନଷ୍ଟ କରାଯାଉଛି। ଶିଖରଚଣ୍ଡୀ ମା’ଙ୍କ ନାମରେ ଥିବା ୨୧୨ଏକର ଜମି ଥିବାବେଳେ ଏବେ ତାହା ଇଡ୍‌କୋ ନାମରେ ରହିଛି। ପ୍ରଥମେ ମା’ଙ୍କଠାରୁ ଜମି ଛଡାଇ ନିଆଯିବା ପରେ ଚକ୍ରାନ୍ତ କରି ଏହାକୁ ନଷ୍ଟ କରାଯାଉଛି। ପ୍ରକଳ୍ପ କରାଯିବା ନେଇ ପୂର୍ବରୁ ଏଠିକା ବାସିନ୍ଦାଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ। ଏଠାରେ ଥିବା ହନୁମାନ ଓ ଶିଖରଚଣ୍ତୀ ପାହାଡ଼ ଚନ୍ଦକା ଡମପଡା ଅଭୟାରଣ୍ୟ ସଂଲଗ୍ନ ଥିବାରୁ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ, ବୃକ୍ଷଲତା ଏଠାରେ ରହିଛି। ମାତ୍ର ପାହାଡ଼ କଟାଯାଇ ୱାଟ୍‌କୋ ପକ୍ଷରୁ ଏଠାରେ ୩୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଫଳରେ ଚନ୍ଦକା ଅଭୟାରଣ୍ୟର ହାତୀ ଏବେ ଚନ୍ଦକା, ଦାରୁଠେଙ୍ଗ, ପଥରଗଡିଆ ଜନବସତି ଆଡେ ଚାଲି ଆସୁଛନ୍ତି। ଅନେକ ଔଷଧୀୟ ବୃକ୍ଷଲତା ମଧ୍ୟ ନଷ୍ଟ ହେଉଛି। ତେବେ ଲୋକଙ୍କ ସ୍ବାର୍ଥକୁ ଦେଖି ପ୍ରକଳ୍ପକୁ ବିରୋଧ କରାଯାଉ ନାହିଁ। ମାତ୍ର ଶିଖରଚଣ୍ଡୀ ପାହାଡ଼ରେ ଏହାକୁ ନ କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଏନେଇ ଏନ୍‌ଜିଟିଙ୍କ ଦୃଷ୍ଟିଗୋଚର କରାଯିବ ବୋଲି ମଧ୍ୟ ସଚିନ କହିଛନ୍ତି। ଅପରପକ୍ଷେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରକଳ୍ପ ସପକ୍ଷରେ ସ୍ବର ଉଠିଛି। ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର ମିହିର ରାଉତ କହିଛନ୍ତି, କିଛିଲୋକ ଏହି ପ୍ରକଳ୍ପକୁ ଅଯଥାରେ ବିରୋଧ କରୁଛନ୍ତି। ପାହାଡ଼ରେ ଏବେ ବି ଗଛ ଅଛି। କେବଳ ଟାଙ୍କି ରହିବା ସ୍ଥାନରେ ବୁଦା କଟାଯାଇ ସଫା କରାଯାଇଛି। ଉତ୍ତର ନିର୍ବାଚନ ମଣ୍ଡଳୀର ୩ଲକ୍ଷ ଲୋକଙ୍କ ପାଇଁ ୨୪ଘଣ୍ଟିଆ ପାଣି ଦରକାର। ଡମଣା, ଚନ୍ଦ୍ରଶେଖରପୁର, ଗାଡ଼କଣ, ପଟିଆ, ହାଉସିଂବୋର୍ଡ, ଶୈଳଶ୍ରୀ ବିହାର, କାନନ ବିହାର, ପ୍ରଶାନ୍ତି ବିହାର, କଳାରାହାଙ୍ଗ ଆଦି ଅଞ୍ଚଳବାସୀଙ୍କ ପାଇଁ ପିଇବା ପାଣିର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେମାନେ ସବୁସମୟରେ ପାନୀୟ ଜଳ ପାଇ ପାରିବେ। ତେଣୁ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଉଥିଲା। ଏଥିପାଇଁ ସେମାନେ ବହୁତ ଖୁସି ମଧ୍ୟ ଥିଲେ। ମାତ୍ର ଏନ୍‌ଜିଟିରେ ମାମଲା ହେବା ପରେ କେବେ କେସ୍‌ ସରିବ ଏବଂ ପ୍ରକଳ୍ପ କାମ ଆରମ୍ଭ ହେବ ସେ ନେଇ ଲକ୍ଷାଧିକ ଲୋକ ଆଶଙ୍କାରେ ଅଛନ୍ତି। ଅପରପକ୍ଷେ କାମ ବନ୍ଦ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାର୍ଯ୍ୟ ଜାରି ରହିଥିଲା। ଏହାକୁ ନେଇ ଶୁକ୍ରବାର ସୁରକ୍ଷା ସମିତି, ଦାରୁଠେଙ୍ଗ ଓ ଚନ୍ଦକା ପଞ୍ଚାୟତର ସରପଞ୍ଚଙ୍କ ସମେତ ୧୦ରୁ ଊର୍ଦ୍ଧ ଗ୍ରାମବାସୀ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri