ଅକ୍ଷୟ ଶକ୍ତି କ୍ରୟ କରିବ ନେକ୍ସଟ୍ରା

ଭୁବନେଶ୍ୱର,୧୯।୨: ଭାରତର ଅଗ୍ରଣୀ ଡାଟା ସେଣ୍ଟର କମ୍ପାନୀ ନେକ୍ସଟ୍ରା ଡାଟା ଲିମିଟେଡ (ଏନ୍‌ଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅକ୍ଷୟ ଶକ୍ତି ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି। ଏପରିକି ଅତିରିକ୍ତ ୧୪୦,୨୦୮ ମେଗାୱାଟ ଅକ୍ଷୟ ଶକ୍ତି କ୍ରୟ କରିବାକୁ କମ୍ପାନୀ ଏକ ଦ୍ୱିପାକ୍ଷିକ ରାଜିନାମା ବା ଚୁକ୍ତିନାମା (ପାୱାର୍‌-ହୁଇଲିଂ ଏଗ୍ରିମେଣ୍ଟ) ଆମ୍ପ୍ଲନ୍‌ ଏବଂ ଆମ୍ପ୍ଲସ୍‌ ଏନର୍ଜି ସହିତ ହୋଇଛି। ନେକ୍ଟ୍ରା ଡାଟା ଲିମିଟେଡ (ଏୟାରଟେଲ ବିଓ୍ବାଇ ନେକ୍ସଟ୍ରା)ର ସିଇଓ ଆଶିଷ ଆରୋରା କହିଛନ୍ତି, ଉଭୟ ସଂସ୍ଥା ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ନୂତନ ସହଭାଗିତା ବ୍ରାଣ୍ଡ୍‌ର ନେତୃତ୍ୱ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

ଭାରତର ସବୁଜ ଡାଟା କେନ୍ଦ୍ର ସ୍ଥାନ ଏବଂ ୨୦୩୧ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ହାସଲ କରିବାକୁ ଆମର ପ୍ରତିବଦ୍ଧତା ପୂରଣ କରିବା ପାଇଁ ଆମେ ଅତିରିକ୍ତ ସ୍ବଚ୍ଛ ଶକ୍ତି ଯୋଗାଣ ଓ ଅକ୍ଷୟ ଶକ୍ତି ଅଂଶକୁ ପ୍ରାୟ ୭୦% ବୃଦ୍ଧି କରିବୁ। ଅପରପକ୍ଷରେ ଏୟାରଟେଲ ଦ୍ୱାରା ପରିଚାଳିତ ନେକ୍ସଟ୍ରା ଅତିରିକ୍ତ ଅକ୍ଷୟ ଶକ୍ତି କ୍ରୟ କରିବାକୁ ଯାଉଛି, ଉପରୋକ୍ତ ଚୁକ୍ତିନାମା ଅନୁଯାୟୀ ଆମ୍ପ୍ଲନ୍‌ ଏବଂ ଆମ୍ପ୍ଲସ୍‌ ଏନର୍ଜି ଯଥାକ୍ରମେ ୪୮ ଏମଡବ୍ଲ୍ୟୁଡିସି(MWdc) ଏବଂ ୨୪.୩ ମେଗାଓ୍ବାଟର କ୍ୟାପ୍ଟିଭ୍‌ ସୋଲାର ଏବଂ ପବନ ଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ।

ସେହିଭଳି କମ୍ପାନୀର ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ତାମିଲନାଡୁଠାରେ ନେକ୍ସଟ୍ରାର ଡାଟା ସେଣ୍ଟର ଅବସ୍ଥିତ ଥିଲାବେଳେ ୨୫ ବର୍ଷର ଚୁକ୍ତିନାମା କମ୍ପାନୀର ନେଟ-ଶୂନ ଲକ୍ଷ୍ୟ ହାସଲ କରିବାକୁ ନେକ୍ସଟ୍ରାର ପ୍ରତିବଦ୍ଧତା ସହିତ ମେଳ ଖାଉଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ସହଯୋଗୀ ସଂସ୍ଥା ନେକ୍ଟ୍ରା ଡାଟା ଲିମିଟେଡ (ଏନ୍‌ଡିଏଲ) ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri