Posted inଜାତୀୟ

ଜାତୀୟତା ବିରୋଧୀ ଖବର ପାଇଁ ନ୍ୟୁଜ କ୍ଲିକ ବିକଶିତ କରାଯାଇଥିଲା, ଚାଇନାରୁ ଆସୁଥିଲା ଟଙ୍କା: ଇଡିର ଦାବି…

ନୂଆଦିଲ୍ଲୀ,୮।୮ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବାମପନ୍ଥୀ ନ୍ୟୁଜ ପୋର୍ଟାଲ ନ୍ୟୁଜ କ୍ଲିକ (ନ୍ୟୁଜ କ୍ଲିକ ବିରୋଧରେ ଇଡି ପ୍ରୋବ) ଚଳାଉଥିବା କମ୍ପାନୀ ବିରୋଧରେ ୮୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ବିଦେଶୀ ଅର୍ଥର ଯାଞ୍ଚ କରୁଛି। ମନି ଲଣ୍ଡରିଂ ବିରୋଧୀ ଆଇନ ଅନୁଯାୟୀ ଯାଞ୍ଚ କରାଯାଉଥିବା ମାମଲାରେ ଖୁବ ଶୀଘ୍ର ଏକ ଚାର୍ଜଶିଟ ଦାଖଲ କରାଯିବ ବୋଲି ଇଡ଼ି କହିଛି।

ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ନ୍ୟୁଜ କ୍ଲିକ ପୁଣି ଥରେ ଖବରରେ ରହିଛି। ଯେଉଁଥିରେ ଦାବି କରାଯାଇଛି ଏହି ପୋର୍ଟାଲ (କଂଗ୍ରେସ ପ୍ରୋ-ପୋର୍ଟାଲ) ଏକ ବିଶ୍ୱସ୍ତରୀୟ ନେଟୱାର୍କର ଅଂଶ, ଯାହା ଆମେରିକୀୟ ବିଲିୟନେୟାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ନୋବେଲ ରାୟ ସିଙ୍ଘମଙ୍କଠାରୁ ଏହି ଟଙ୍କା ଗ୍ରହଣ କରାଯାଇଥିଲା। ସିଙ୍ଘମ ଚାଇନା ସରକାରୀ ମିଡିଆ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ଏହି ରିପୋର୍ଟକୁ ଦର୍ଶାଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଭାରତ ୨୦୨୧ ଠାରୁ କହୁଛି ନ୍ୟୁଜ କ୍ଲିକ ହେଉଛି ଚାଇନାର ପ୍ରଚାର ପ୍ରସାରର ଏକ ବିପଜ୍ଜନକ ବିଶ୍ୱ ନେଟୱାର୍କ।

 

ସୂଚନାଯୋଗ୍ୟ ଏହାପୂର୍ବରୁ ସେପ୍ଟେମ୍ବର 2021 ରେ ନ୍ୟୁଜ ପୋର୍ଟାଲ ଏବଂ ଏହାର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କ ସମେତ ତାଙ୍କ ପ୍ରମୋଟରଙ୍କ ଘରେ ଇଡ଼ି ଚଢାଉ କରାଯାଇଥିଲା, ସେତେବେଳେ କଂଗ୍ରେସ ସମେତ କିଛି ବିରୋଧୀଦଳ ଏହାକୁ ଆକ୍ରମଣ ବୋଲି କହିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ, ନ୍ୟୁଜ କ୍ଲିକ ଏକ ବିବୃତ୍ତି ଜାରି କରି କହିଛି କେତେକ ରାଜନୈତିକ ନେତା ଏବଂ ବିଭାଗ ପ୍ରେସ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ଖବରକାଗଜ ନ୍ୟୁୟର୍କ ଟାଇମ୍ସରର ଦାବୀ ଭିତ୍ତିହୀନ। ବାସ୍ତବରେ କିମ୍ବା ଆଇନ ଭିତ୍ତିରେ ଏହାର କୌଣସି ଆଧାର ନାହିଁ। । ଆମେ ଆଇନଗତ ପ୍ରକ୍ରିୟାର ପବିତ୍ରତାକୁ ସମ୍ମାନ କରୁ ଏବଂ ମିଡିଆ ଟ୍ରାଏଲରେ ଜଡିତ ହେବାକୁ ଇଚ୍ଛା କରୁନାହୁଁ। ଇଡି ଅନୁସନ୍ଧାନ ଅନୁଯାୟୀ କମ୍ପାନୀ ନ୍ୟୁଜ କ୍ଲିକ ଜଷ୍ଟିସ ଆଣ୍ଡ ଏଜୁକେସନ ଫଣ୍ଡ ୟୁଏସ, ଟ୍ରାଇକୋଣ୍ଟିନେଣ୍ଟାଲ ଲିମିଟେଡ ୟୁଏସ, ଜିଏସପିଏନ ଏଲ.ସି. ଆମେରିକା ଏବଂ ସେଣ୍ଟ୍ରୋ ପପୁଲାର୍‌ ଡି ମିଡାସ, ବ୍ରାଜିଲ ମାର୍ଚ୍ଚ ୨୦୧୮ ରୁ ୨୦୨୧ପର୍ଯ୍ୟନ୍ତ ଯଥାକ୍ରମେ ୭୬.୮୪ କୋଟି, ୧.୬୧ କୋଟି, ୨୬.୯୮ ଲକ୍ଷ ଏବଂ ୨.୦୩ ଲକ୍ଷ ଟଙ୍କା ଗ୍ରହଣ କରିଥିବା ଦାବି କରାଯାଇଥିଲା।

ସୂଚନାନୁସାରେ, ଚଢ଼ାଉ ସମୟରେ ଏଜେନ୍ସି ଏହି ସଂସ୍ଥାଗୁଡ଼ିକୁ ସେବା ଯୋଗାଣ ହୋଇଥିାର କୌଣସି ପ୍ରମାଣ ପାଇଲା ନାହିଁ। ସୂତ୍ରରୁ ପ୍ରକାଶ ଫେଡେରାଲ ଏଜେନ୍ସି ଖୁବ ଶୀଘ୍ର ଏକ ଚାର୍ଜଶିଟ ଦାଖଲ କରିବ। ଏହା ମଧ୍ୟ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ୯.୫୯କୋଟି ଟଙ୍କା ଟ୍ରାନ୍ସଫରର ଯାଞ୍ଚ କରୁଛି, ଯାହା ଏପ୍ରିଲ ୨୦୧୮ ରେ ପିପିକେ ନ୍ୟୁଜ କ୍ଲିକ ଷ୍ଟୁଡିଓ ପିଭି ଲିମିଟେଡର ଶେୟାର ସବସ୍କ୍ରିପଶନ ଦ୍ୱାରା ଗ୍ରହଣ କରାଯାଇଛି। ଅବଶ୍ୟ, ଏହି କମ୍ପାନୀ ୱାଲର୍ର୍‌ଡ ମିଡିଆ ହୋଲ୍ଡିଂସ ଏଲଏଲ୍ସି, ଯୁକ୍ତରାଷ୍ଟ୍ର (ଏକ ଡେଲାୱେର୍‌ ଲିମିଟେଡ କମ୍ପାନୀ) ନ୍ୟୁଜ କ୍ଲିକ ପାଣ୍ଠି ଦେବା ପରେ କାରବାର ବନ୍ଦ କରିଦେଇଥିଲା। ଇଡି ସନ୍ଦେହ କରୁଛି ଜଷ୍ଟିସ ଆଣ୍ଡ ଏଜୁକେସନ ଫଣ୍ଡ ଇନ ୟୁଏସ ମାଧ୍ୟମରେ ପଠାଯାଇଥିବା ଟଙ୍କା ନୋବେଲ ରାୟ ସିଙ୍ଘମଙ୍କର ଅଟେ। ସେ ପୁରକାୟସ୍ତଙ୍କର ଘନିଷ୍ଠ ଏବଂ ଜଣେ ଚାଇନା ସମର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri