ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍‌ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ସୂରଜ ବେଙ୍ଗାଲୁରୁରୁ ମହାରାଷ୍ଟ୍ରର ନାଗପୁର ଯାଇ ଶନିବାର ସେଠାରେ ଆତ୍ମହତ୍ୟା କରିଥିବାବେଳେ ସାଙ୍ଗରେ ଯାଇଥିବା ତାଙ୍କ ମାଆ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।
ବାହାଘର ପରେ ଉଭୟ ହନିମୁନ୍‌ ପାଇଁ ଶ୍ରୀଲଙ୍କା ଯାଇଥିଲେ। ତେବେ ବିବାଦ ଦେଖାଦେବାରୁ ସେମାନେ ହନିମୁନ୍‌କୁ କାଟଛାଣ୍ଟ କରି ଗତ ସପ୍ତାହରେ ବେଙ୍ଗାଲୁରୁ ଫେରିଥିଲେ। ଶାଶୁଘରେ ଗାନ୍‌ଭି ପ୍ରତ୍ୟାଖ୍ୟାତ ଓ ଅପମାନର ସମ୍ମୁଖୀନ ହେବାରୁ ବାପଘର ଲୋକେ ଝିଅକୁ ନିଜ ପାଖକୁ ନେଇଯାଇଥିଲେ। ଗତ ମଙ୍ଗଳବାର ଗାନ୍‌ଭି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରି ଭେଣ୍ଟିଲେଟରରେ ରଖିଥିବାବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ସୂରଜ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କ ଗିରଫ ପାଇଁ ଘର ଆଗରେ ବିକ୍ଷୋଭ କରିଥିଲେ। ସୂରଜ ଓ ତାଙ୍କ ମା’ ଜୟନ୍ତୀ ନାଗପୁର ପଳାଇଥିଲେ। ସେଠାରେ ଏକ ହୋଟେଲରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂରଜଙ୍କ ମୃତ୍ୟୁ ଘଟିଥିବାବେଳେ ଜୟନ୍ତୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

 

Dharitri – Odisha’s No.1 Odia Daily

 

Share