ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନେଗୀପାଲି ନର୍ସରୀ ନିକଟରେ କେହି ଫିଙ୍ଗି ଦେଇଥିବା ନବଜାତ କନ୍ୟା ସନ୍ତାନକୁ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ପ୍ରଥମେ ଲୋଇସିଂହା ସିଏଚ୍ସି ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଏସ୍ଏନ୍ସିୟୁରେ ଭର୍ତ୍ତି କରିଥିବା ଜଣାପଡ଼ିଛି। କିଏ ନବଜାତ କନ୍ୟା ସନ୍ତାନକୁ ଫିଙ୍ଗିଲା ଜଣାପଡ଼ିନାହିଁ। ତେବେ ଅବୈଧ ସମ୍ପର୍କକୁ ଲୁଚାଇବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଲୋଇସିଂହା ଥାନା ଆଇଆଇସି ଯାଜ୍ଞସେନୀ ନାୟକ ନବଜାତ କନ୍ୟା ସନ୍ତାନକୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି )ରେ ହାଜର କରିବା ପରେ ନବଜାତ କନ୍ୟାକୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି।