ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼ ଗ୍ରାମରେ। ଗାଁର ଏକ ଅଳିଆଗଦାରେ ନବଜାତ ଶିଶୁକନ୍ୟା ପଡ଼ିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ। ଦେଖିବା ପରେ ଶିଶୁକନ୍ୟାକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନଓ୍ବାଡ଼ି ଓ ଆଶାକର୍ମୀକୁ ଦେଇଥିଲେ। ତେବେ ଶିଶୁକୁ କିଏ ଜନ୍ମ କରି ଅଳିଆଗଦାରେ ଫିଙ୍ଗି ଦେଇଛି ବର୍ତ୍ତମାନ ପର୍ଯନ୍ତ ଜଣାପଡ଼ିନାହିଁ। ଯାହାକୁ ନେଇ ଗାଁରେ ଚର୍ଚ୍ଚା ଜୋର୍‌ ଧରିଛି।

Dharitri –Odisha’s No.1 Trusted Odia Daily