ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଚାରଗୋଠ ଗ୍ରାମ ନିକଟସ୍ଥ ପୋଖରୀ ପାର୍ଶ୍ୱରେ ଥିବା ବିଲରେ ପଡିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଆଜି ସକାଳୁ ଏକ କୁକୁର ମୃତ ଶିଶୁକୁ ଧରି ନେଇ ଯାଉଥିବାବେଳେ ବିଲରେ କାମ କରୁଥିବା ଲୋକ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ କୁକୁରକୁ ଘଉଡାଇ ଥିଲେ। ପରେ କୁକୁରଟି ଶିଶୁଟିକୁ ତଳେ ପକାଇ ଦୌଡ଼ି ପଳାଇଥିଲା। ହେଲେ କିଏ କାହିଁକି ଏପରି ଅମାନୁଷିକ କାଣ୍ଡ ଘଟାଇଛି। ତାହାକୁ ନେଇ ପ୍ରଶ୍ନ ଉଠିଛି।
Dharitri – Odisha’s No.1 Odia Daily

