ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପ୍ରସୂତି ୱାର୍ଡ ଡଷ୍ଟବିନରେ ଏକ ମୃତ ନବଜାତ ଶିଶୁପୁତ୍ର ପଡ଼ିଥିବାସୋମବାର ଦେଖିବାକୁ ମିଳିଛି। ତେବେ ମୃତ ନବଜାତ ଶିଶୁପୁତ୍ରଟି କାହାର ତାହା ସଠିକ୍ ଭାବେ ଜଣାପଡ଼ିନାହିଁ। ଅପରପକ୍ଷେ ମେଡିକାଲ ରେକର୍ଡରେ ମଧ୍ୟ ସଂମ୍ପୃକ୍ତ ଗର୍ଭବତୀ ମହିଳାଙ୍କ କୌଣସି ସଠିକ୍ ଠିକଣା ନାହିଁ। ତେଣୁ ମୃତ ନବଜାତ ଶିଶୁପୁତ୍ର ଟି ବୈଧ ନା ଅବୈଧ ସନ୍ତାନ ତାହା ସଠିକ୍ କିଛି ଜଣାପଡିନାହିଁ। ଏ ନେଇ ମେଡିକାଲ ଅଧିକ୍ଷକ ଡାକ୍ତର ସିତାଶୁଂ ଶେଖର ଶତପଥୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।
ସୂଚନାଯୋଗ୍ୟ, ରବିବାର ରାତିରେ ପ୍ରସୂତି ୱାର୍ଡ ପାଇଖାନାଘରେ ମୃତ ଶିଶୁପୁତ୍ରଟି ପଡ଼ିଥିବା କିଛି କର୍ମଚାରୀ ଦେଖିଥିଲେ। ପରେ ସେଠାରୁ ମୃତ ଶିଶୁ ପୁତ୍ରକୁଉଠାଇ ଆଣି ପ୍ରସୂତି ୱାର୍ଡ ଡଷ୍ଟବିନରେ ରଖାଯାଇଥିଲା। ପରେ ତାକୁ ଅନ୍ୟତ୍ର ନେଇ ପୋତିବା ପୂର୍ବରୁ ଡଷ୍ଟବିନରେ ମୃତ ଶିଶୁ ପୁତ୍ରଟିି ପଡ଼ିଥିବା ଫୋଟ ଭାଇରାଲ ହୋଇଯାଇଥିଲା । ଯାହାକୁ ନେଇ ନାନା ଆଲୋଚନା ହେଉଛି। ଅପରପକ୍ଷେ ଏ ନେଇ କିଛି ତଳିଆ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ଏନେଇ କିଛି ଜାଣିନାହାନ୍ତି କହି ଏଡାଇ ଯାଉଛନ୍ତି।