Posted inଖେଳ

ଟି୨୦ ବିଶ୍ୱକପ୍‌ରେ ସ୍ଥାନ ନ ମିଳିବାରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟର

ଖ୍ରିଷ୍ଟଚର୍ଚ୍ଚ,୧୧ା୫: ନ୍ୟୁଜିଲାଣ୍ଡର ଅନ୍ୟତମ ଟପ୍‌ ଅର୍ଡର ବ୍ୟାଟର କଲିନ୍‌ ମୁନ୍‌ରୋ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍‌ ପାଇଁ ଜାତୀୟ ଦଳରେ ସ୍ଥାନ ନ ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ମୁନ୍‌ରୋ ନ୍ୟୁଜିଲାଣ୍ଡ ତରଫରୁ ଗୋଟିଏ ଟେଷ୍ଟ, ୫୭ ଅନ୍ତର୍ଜାତୀୟ ଦିନିକିଆ ଏବଂ ୬୫ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ମୋଟ ୩୦୧୦ ରନ ସଂଗ୍ରହ କରିଛନ୍ତି।

ଏହି ବାମହାତୀ ବ୍ୟାଟର ଖେଳର କ୍ଷୁଦ୍ରତମ ଫର୍ମାଟରେ ମୋଟ ୩୦୧୦ ରନ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୫୬.୪୪ ରହିଛି। ସମସ୍ତ ପ୍ରକାର ଟି୨୦ ପ୍ରତିଯୋଗିତାରେ ତାଙ୍କର ମୋଟ ରନ ସଂଖ୍ୟା ୧୦,୦୦୦ରନରୁ ଊର୍ଦ୍ଧ୍ୱ ରହିଛି। କ୍ୱଚିତ ଖେଳାଳି ଏହି ସଫଳତା ହାସଲ କରିପାରିଛନ୍ତି। ଡର୍ବାନରେ ଜନ୍ମିତ ଏହି ଖେଳାଳି ମୋଟ ୪୨୮ ଟି୨୦ ଖେଳି ୩୦.୪୪ ଆଭରେଜରେ ୧୪୧.୨୫ ଷ୍ଟ୍ରାଇକ ରେଟ୍‌ରେ ୧୦,୯୬୧ ରନ ସଂଗ୍ରହ କରିଛନ୍ତି।

ମୁନ୍‌ରୋ ନ୍ୟୁଜିଲାଣ୍ଡ ପାଇଁ ତାଙ୍କ ଅନ୍ତିମ ଗେମ୍‌ ୨୦୨୦ରେ ମାଉଣ୍ଟ ମଙ୍ଗାନୁଇଠାରେ ଭାରତ ବିପକ୍ଷରେ ଖେଳିଥିଲେ। ନ୍ୟୁଜିଲାଣ୍ଡ କୋଚ୍‌ ଗ୍ୟାରି ଷ୍ଟେଡ୍‌ କହିଛନ୍ତି ଦଳ ମନୋନୟନ ବେଳେ ମୁନ୍‌ରୋଙ୍କ ନାମ ଆଲୋଚନା ହୋଇଥିଲା। ହେଲେ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଅନ୍ତର୍ଜାତୀୟ କ୍ରିିକେଟରୁ ଅବସର ନେଇସାରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ଏହି ବ୍ୟାଟର ବିଶ୍ୱବ୍ୟାପୀ ବିଭିନ୍ନ ଟି୨୦ ଲିଗ୍‌ରେ ତାଙ୍କ ଖେଳ ଜାରି ରଖିବେ।

ମୁନ୍‌ରୋ ତାଙ୍କ କ୍ୟାରିୟରରେ କେତୋଟି ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ୨୦୧୬ରେ ଇଡେନପାର୍କଠାରେ ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମାତ୍ର ୧୪ଟି ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଜଣେ ନ୍ୟୁଜିଲାଣ୍ଡ ବ୍ୟାଟର ହିସାବରେ ଏହା ହେଉଛି ସବୁଠାରୁ ଦ୍ରୁତତମ ଅନ୍ତର୍ଜାତୀୟ ଟି୨୦ ଅର୍ଦ୍ଧଶତକ। ସେ ଆହୁରି ମଧ୍ୟ ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୪୭ ବଲ୍‌ରେ ଶତକ ଅର୍ଜନ କରିଥିଲେ। ନ୍ୟୁଜିଲାଣ୍ଡର ଜଣେ ଖେଳାଳି ହିସାବରେ ଅନ୍ତର୍ଜାତୀୟ ଟି୨୦ରେ ଏହା ହେଉଛି ସବୁଠାରୁ ଦ୍ରୁତତମ। ଅନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ଶତକ ହାସଲରେ ସେ ବିଶ୍ୱର ତୃତୀୟ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri