Posted inଖେଳ

ଟି୨୦ ବିଶ୍ୱକପ୍‌ରେ ସ୍ଥାନ ନ ମିଳିବାରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟର

ଖ୍ରିଷ୍ଟଚର୍ଚ୍ଚ,୧୧ା୫: ନ୍ୟୁଜିଲାଣ୍ଡର ଅନ୍ୟତମ ଟପ୍‌ ଅର୍ଡର ବ୍ୟାଟର କଲିନ୍‌ ମୁନ୍‌ରୋ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍‌ ପାଇଁ ଜାତୀୟ ଦଳରେ ସ୍ଥାନ ନ ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ମୁନ୍‌ରୋ ନ୍ୟୁଜିଲାଣ୍ଡ ତରଫରୁ ଗୋଟିଏ ଟେଷ୍ଟ, ୫୭ ଅନ୍ତର୍ଜାତୀୟ ଦିନିକିଆ ଏବଂ ୬୫ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ମୋଟ ୩୦୧୦ ରନ ସଂଗ୍ରହ କରିଛନ୍ତି।

ଏହି ବାମହାତୀ ବ୍ୟାଟର ଖେଳର କ୍ଷୁଦ୍ରତମ ଫର୍ମାଟରେ ମୋଟ ୩୦୧୦ ରନ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୫୬.୪୪ ରହିଛି। ସମସ୍ତ ପ୍ରକାର ଟି୨୦ ପ୍ରତିଯୋଗିତାରେ ତାଙ୍କର ମୋଟ ରନ ସଂଖ୍ୟା ୧୦,୦୦୦ରନରୁ ଊର୍ଦ୍ଧ୍ୱ ରହିଛି। କ୍ୱଚିତ ଖେଳାଳି ଏହି ସଫଳତା ହାସଲ କରିପାରିଛନ୍ତି। ଡର୍ବାନରେ ଜନ୍ମିତ ଏହି ଖେଳାଳି ମୋଟ ୪୨୮ ଟି୨୦ ଖେଳି ୩୦.୪୪ ଆଭରେଜରେ ୧୪୧.୨୫ ଷ୍ଟ୍ରାଇକ ରେଟ୍‌ରେ ୧୦,୯୬୧ ରନ ସଂଗ୍ରହ କରିଛନ୍ତି।

ମୁନ୍‌ରୋ ନ୍ୟୁଜିଲାଣ୍ଡ ପାଇଁ ତାଙ୍କ ଅନ୍ତିମ ଗେମ୍‌ ୨୦୨୦ରେ ମାଉଣ୍ଟ ମଙ୍ଗାନୁଇଠାରେ ଭାରତ ବିପକ୍ଷରେ ଖେଳିଥିଲେ। ନ୍ୟୁଜିଲାଣ୍ଡ କୋଚ୍‌ ଗ୍ୟାରି ଷ୍ଟେଡ୍‌ କହିଛନ୍ତି ଦଳ ମନୋନୟନ ବେଳେ ମୁନ୍‌ରୋଙ୍କ ନାମ ଆଲୋଚନା ହୋଇଥିଲା। ହେଲେ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଅନ୍ତର୍ଜାତୀୟ କ୍ରିିକେଟରୁ ଅବସର ନେଇସାରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ଏହି ବ୍ୟାଟର ବିଶ୍ୱବ୍ୟାପୀ ବିଭିନ୍ନ ଟି୨୦ ଲିଗ୍‌ରେ ତାଙ୍କ ଖେଳ ଜାରି ରଖିବେ।

ମୁନ୍‌ରୋ ତାଙ୍କ କ୍ୟାରିୟରରେ କେତୋଟି ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ୨୦୧୬ରେ ଇଡେନପାର୍କଠାରେ ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମାତ୍ର ୧୪ଟି ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଜଣେ ନ୍ୟୁଜିଲାଣ୍ଡ ବ୍ୟାଟର ହିସାବରେ ଏହା ହେଉଛି ସବୁଠାରୁ ଦ୍ରୁତତମ ଅନ୍ତର୍ଜାତୀୟ ଟି୨୦ ଅର୍ଦ୍ଧଶତକ। ସେ ଆହୁରି ମଧ୍ୟ ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୪୭ ବଲ୍‌ରେ ଶତକ ଅର୍ଜନ କରିଥିଲେ। ନ୍ୟୁଜିଲାଣ୍ଡର ଜଣେ ଖେଳାଳି ହିସାବରେ ଅନ୍ତର୍ଜାତୀୟ ଟି୨୦ରେ ଏହା ହେଉଛି ସବୁଠାରୁ ଦ୍ରୁତତମ। ଅନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ଶତକ ହାସଲରେ ସେ ବିଶ୍ୱର ତୃତୀୟ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri