Posted inଖେଳ

ନ୍ୟୁଜିଲାଣ୍ଡ ବିଜୟ ନିକଟତର: ସୌଦିଙ୍କୁ ୩୦୦ତମ ଟେଷ୍ଟ ଉଇକେଟ

ମାଉଣ୍ଟ ମଙ୍ଗାନୁଇ, ୩୦ା୧୨ (ଏପି)-ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟ ନିକଟତର ହୋଇଛି। ପ୍ରଥମ ଇନିଂସରେ ୧୯୨ରନ ଅଗ୍ରଣୀ ଲାଭ କରିବାପରେ ଘରୋଇ ଦଳ ମଙ୍ଗଳବାର ଚତୁର୍ଥ ଦିବସ ଖେଳରେ ୧୮୦/୫ରେ ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଫଳରେ ପାକିସ୍ତାନ ଆଗରେ ୩୭୩ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ପାକିସ୍ତାନ ୩ ଉଇକେଟ ବିନିମୟରେ ୭୧ ରନ କରିଥିଲା। ଦଳ ଏବେ ସୁଦ୍ଧା ୨୦୨ ରନ ପଛରେ ରହିଛି। ଆଝାର ଅଲୀ ୩୪ ଏବଂ ଫଓ୍ବାଦ ଆଲାମ ୨୧ ରନ କରି ଅପରାଜିତ ଅଛନ୍ତି। ଦୁହେଁ ପାର୍ଟନରଶିପ୍‌ରେ ଅପରାଜିତ ୩୪ ରନ ଯୋଗ କରିସାରିଛନ୍ତି। ଭ୍ରମଣକାରୀ ଦଳର ଆରମ୍ଭ ଭଲ ନ ଥିଲା। ଦଳ ବିନା କୌଣସି ରନ୍‌ରେ ଏହାର ୨ଟି ଉଇକେଟ ହରାଇଥିଲା। ମଙ୍ଗଳବାର ପ୍ରଥମ ପାକିସ୍ତାନ ଉଇକେଟ ଟିମ୍‌ ସୌଦି ଅକ୍ତିଆର କରିଥିଲେ। ସେ ତାଙ୍କ ୯ ଓଭର ବୋଲିଂରେ ୧୫ରନ ବିନିମୟରେ ୨ଟି ଉଇକେଟ ହାସଲ କରିଥିଲେ। ଫଳରେ ଟେଷ୍ଟରେ ୩୦୦ ଉଇକେଟ ମାଇଲ ଖୁଣ୍ଟ ହାସଲ କରିବାରେ ରିଚାର୍ଡ ହାଡ୍‌ଲି (୪୩୧) ଓ ଡାନିଏଲ ଭିଟୋରୀ (୩୬୧)ଙ୍କ ପଛକୁ ସେ ନ୍ୟୁଜିଲାଣ୍ଡର ତୃତୀୟ, ବିଶ୍ୱର ୩୪ତମ ଏବଂ ବର୍ତ୍ତମାନ ସକ୍ରିୟ ଥିବା ୪ର୍ଥ ବୋଲର ହୋଇଛନ୍ତି। ସେ ୭୬ ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଆଭରେଜ ୨୮.୪୮ ଏବଂ ଷ୍ଟ୍ରାଇକ୍‌ ରେଟ୍‌ ୫୬.୮ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri