ବର୍ଷାରେ ଭାସିଲା ନ୍ୟୁୟର୍କ ସହର

ନ୍ୟୁୟର୍କ,୧ା୧୦: ଆମେରିକାର ନ୍ୟୁୟର୍କରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ମେଟ୍ରୋପଲିଟାନ୍‌ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବିଭିନ୍ନ ରାସ୍ତାରେ ଅଣ୍ଟାଏ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟାତ ଠପ୍‌ ହୋଇଯାଇଛି। ରେଳଲାଇନଗୁଡ଼ିକ ମଧ୍ୟ ବର୍ଷପାଣିରେ ବୁଡ଼ିଯାଇଛି। ଅଟ୍ଟାଳିକାଗୁଡ଼ିକର ବେସ୍‌ମେଣ୍ଟ ବୁଡ଼ିଯାଇଛି। ସହରର ଲାଗୌର୍ଡିଆ ଏୟାରପୋର୍ଟକୁ ଦୀର୍ଘସମୟ ବନ୍ଦ କରିଦିଆଯାଇଥିଲା। ବହୁ ଦଶନ୍ଧି ମଧ୍ୟରେ ଏହା ସହରର ସବୁଠୁ ବର୍ଷଣମୁଖର ଦିନ ବୋଲି କୁହାଯାଉଛି। ଶୁକ୍ରବାର ରାତିରେ ବ୍ରୁକ୍‌ଲିନ୍‌ର କେତେକ ଅଞ୍ଚଳରେ ୧୮.୪୧ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ଗୋଟିଏ ସ୍ଥାନରେ ଘଣ୍ଟାଏ ମଧ୍ୟରେ ୬ ସେଣ୍ଟିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ଜନ୍‌ ଏଫ୍‌. କେନେଡି ଏୟାରପୋର୍ଟରେ ରେକର୍ଡ ୨୧.୯୭ ସେଣ୍ଟିମିଟର ବର୍ଷା ହୋଇଛି। ଏପରିକି ୧୯୬୦ର ବାତ୍ୟା ଡୋନାରେ ମଧ୍ୟ ଏତେ ପରିମାଣରେ ବର୍ଷା ହୋଇ ନ ଥିଲା। ଆହୁରି ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ହରିକେନ୍‌ ଇଡାରେ ବର୍ଷା ରେକର୍ଡ ଭାଙ୍ଗିଥିଲା ଏବଂ ନ୍ୟୁୟର୍କ ସହରରେ ଅନୂ୍ୟନ ୧୩ ଜଣ ପ୍ରାଣ ହରାଇଥିଲେ। ଏହାର ଦୁଇବର୍ଷ ପରେ ଶୁକ୍ରବାର ରାତିରେ ହୋଇଥିବା ଲଗାଣ ବର୍ଷାରେ କେହି ମୃତ କିମ୍ବା ଗୁରୁତର ଆହତ ହୋଇଥିବାରୁ ଖବର ମିଳିନାହିଁ। ତେବେ ଏହା ପୁଣିଥରେ ଲୋକଙ୍କ ମନରେ ଇଡା ବାତ୍ୟାର ଭୟ ସୃଷ୍ଟି କରିଛି। ଉଡ୍‌ସାଇଡ୍‌ରେ ରହୁଥିବା ଜୟ ଓ୍ବଙ୍ଗ କହିଛନ୍ତି, ବର୍ଷାପାଣିର ଢେଉ ତାଙ୍କ ଘର ସାମ୍‌ନା କବାଟରେ ମାଡ଼ ହେଉଛି। ଚାରିଆଡ଼େ ସମୁଦ୍ର ଭଳି ହୋଇଯାଇଥିବାରୁ ଘରୁ ବାହାରିବା ବିପଜ୍ଜନକ ହୋଇପଡ଼ିଥିବା ସେ କହିଛନ୍ତି। ଅନେକ ଘରର ବେସ୍‌ମେଣ୍ଟ ବୁଡ଼ିଥିଲେ ମଧ୍ୟ ସେଠାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗଭର୍ନର କାଥି ହୋଚୁଲ ଏବଂ ମେୟର ଏରିକ ଆଡାମ୍ସ ଜରୁରୀ ସ୍ଥିତି ଜାରି କରିବା ସହ ଲୋକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri