ନ୍ୟୁ ଇୟର୍‌ ଅଫିସ୍‌ ପାର୍ଟି ଲୁକ୍‌: ଜାଣନ୍ତୁ କିଭଳି ପାଇବେ ଷ୍ଟାଇଲିଶ୍‌ ସହ ପ୍ରଫେଶନାଲ୍‌ ଲୁକ୍‌

ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଭିଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ସେଇଥିପାଇଁ ତ ଏହାର ପୂର୍ବ ରାତିରେ ଘଣ୍ଟାକଣ୍ଟା ଆଗକୁ ଆଗକୁ ଯିବା ସହ ସେଲିବ୍ରେସନ୍‌ ଜୋର୍‌ ଧରେ। କିଏ ପରିବାର, ସାଙ୍ଗସାଥୀଙ୍କ ସହ ସେଲିବ୍ରେଟ୍‌ କରେ ତ ଆଉ କେଉଁଠି ଅଫିସ୍‌ରେ ବି ହୁଏ ପାର୍ଟିର ଆୟୋଜନ। ତେବେ ଅଫିସ୍‌ ନ୍ୟୁ ଇୟର ପାର୍ଟି ପାଇଁ ନିଜର ଗେଟ୍‌ଅପ୍‌ ପ୍ରତି ସଜାଗ ରହିବା ନିହାତି ଜରୁରୀ। ଏହିଦିନ ଆପଣ କିଭଳି ଷ୍ଟାଇଲିଶ୍‌ ସହ ପ୍ରଫେଶନାଲ୍‌ ଲୁକ୍‌ ପାଇପାରିବେ ଜାଣନ୍ତୁ…

ପ୍ୟାଣ୍ଟ ସୁଟ୍‌ ଲୁକ୍‌- ପ୍ୟାଣ୍ଟ ସୁଟ୍‌ ଷ୍ଟାଇଲିଶ୍‌ ସହ ପ୍ରଫେଶନାଲ ଲୁକ୍‌ ଦେଇଥାଏ। ଆଜିକାଲି ବହୁତ ଷ୍ଟାଇଲିଶ୍‌ ପ୍ୟାଣ୍ଟ ସୁଟ୍‌ ମିଳୁଛି। ସୋଲ୍ଡରରେ କଟ୍‌ଆଉଟ୍‌ ହୋଇଥିବା ପ୍ୟାଣ୍ଟସୁଟ୍‌ ଯଦି ଟ୍ରାଏ କରିବେ ତେବେ ଆହୁରି ଷ୍ଟାଇଲିଶ୍‌ ଲାଗିବେ। ଏହା ସହ ଆପଣ ହାଇ ପୋନିଟେଲ୍‌ କରିପାରିବେ। ଆଉ ଷ୍ଟେଟ୍‌ମେଣ୍ଟ ଇୟରିଂ ପିନ୍ଧନ୍ତୁ ଦେଖିବେ ପାର୍ଟିରେ ଖାସ୍‌ ଲାଗିବେ।

ହ୍ବାଇଟ୍‌ ସୁଟ୍‌ ଲୁକ୍‌- ନ୍ୟୁ ଇୟର ପାର୍ଟିରେ ଆପଣ ଯଦି ଇଣ୍ଡିଆନ୍‌ ଓ୍ବେୟର୍‌ ପିନ୍ଧି ଗ୍ରେସ୍‌ଫୁଲ ଦେଖାଯିବାକୁ ଚାହୁଁଛନ୍ତି ତେବେ ହ୍ବାଇଟ୍‌ସୁଟ୍‌ ପିନ୍ଧି ପାରିବେ। ଧଳାରଙ୍ଗର ଅନାରକଲି ସହ କାନରେ ସୁନ୍ଦର ଝୁମ୍‌କା ପିନ୍ଧନ୍ତୁ ଦେଖିବେ ବହୁତ ସୁନ୍ଦର ଓ ଆକର୍ଷକ ଲାଗିବେ। ଏହି ରଙ୍ଗର ଷ୍ଟ୍ରେଟ୍‌ କୁର୍ତ୍ତି ଓ ଆଙ୍କଲ ଲେନ୍ଥ ପ୍ୟାଣ୍ଟ ବି ଟ୍ରାଏ କରିପାରିବେ।

ସେକ୍ୱିନ୍‌ ଶାଢ଼ି- ପାର୍ଟି କଥା ଉଠୁଛି ମାନେ ସେକ୍ୱିନ ଶାଢ଼ି ଓ ଡ୍ରେସ୍‌ ସାମିଲ କରାଯିବନି, ଏଭଳି ହୋଇ ନ ପାରେ। ଏହା ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଏହି ଶାଢ଼ି ସହ ଖୋଲା କେଶ ଓ ସିମ୍ପଲ ମେକ୍‌ଅପ୍‌ ଭଲ ଲାଗେ।

ଲଙ୍ଗ୍‌ ଜ୍ୟାକେଟ୍‌ ସହ କ୍ରପ୍‌ ଟପ୍‌ ପଲାଜୋ- ଏହି ଗେଟ୍‌ଅପ୍‌ରେ ଆପଣ ଷ୍ଟାଇଲିଶ ଦେଖାଯିବା ସହ କମ୍ଫର୍ଟେବୁଲ ଅନୁଭବ କରିବେ। ଏହାସହ ମ୍ୟାଚିଂ ଇୟର ରିଂ ଓ କେଶ ଖୋଲା ରଖିଲେ ଭଲ ଲାଗେ।

ଷ୍ଟାଇଲିଶ୍‌ ଜମ୍ପସୁଟ୍‌- ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ଥଣ୍ଡାରୁ ରକ୍ଷା କରିବ। ଏହାକୁ ପିନ୍ଧିବା ସହଜ। କମ୍ଫର୍ଟେବୁଲ ବି ଅନୁଭବ କରିବେ।

ପେନ୍‌ସିଲ ସ୍କର୍ଟ ଓ ଟପ୍ସ- ଆଣ୍ଠୁଠାରୁ ଅଳ୍ପ ତଳକୁ ରହୁଥିବା ପେନ୍‌ସିଲ ସ୍କର୍ଟ ସହ ଫ୍ୟାଶନେବୁଲ ଟପ୍‌ ବହୁତ ଷ୍ଟାଇଲିଶ୍‌ ଲାଗେ। ପାର୍ଟିକୁ ଏହି ଗେଟ୍‌ଅପ୍‌ରେ ଗଲେ ସ୍ମାର୍ଟ ସହ ଷ୍ଟାଇଲିଶ୍‌ ଲାଗିବେ।

ଜିନ୍ସ ଓ ଷ୍ଟ୍ରେଟ୍‌ କୁର୍ତ୍ତି- ଜିନ୍ସ ସହ ବ୍ରାଇଟ୍‌ କଲର୍‌ର ଷ୍ଟ୍ରେଟ୍‌ କୁର୍ତ୍ତି ବି ସ୍ମାର୍ଟ ଲୁକ୍‌ ଦେଇଥାଏ। ତେଣୁ ଏହାକୁ ଟ୍ରାଏ କରିପାରିବେ।

ଜିନ୍ସ ଓ ଷ୍ଟାଇଲିସ୍‌ ଟପ୍ସ- ଜିନ୍ସ ସହ ଆପଣ କିଛି ଷ୍ଟାଇଲିଶ୍‌ ଟପ୍‌ ପିନ୍ଧିପାରିବେ। ଆଜିକାଲି ବିଭିନ୍ନ ଡିଜାଇନ୍‌ର ସୁନ୍ଦର ଓ ଷ୍ଟାଇଲିଶ୍‌ ଟପ୍ସ ମିଳୁଛି। ଏହାକୁ ଜିନ୍ସ ସହିତ ପେୟାର କରିପାରିବେ।

ନୂଆବର୍ଷ ପାଇଁ ପାର୍ଟି କରନ୍ତୁ। ହେଲେ କୋଭିଡ କଟକଣା ମାନି କଲେ ସମସ୍ତେ ସୁରକ୍ଷିତ ରହିବେ। ତେଣୁ ଏଥିପ୍ରତି ବି ଧ୍ୟାନ ଦେବା ଜରୁରୀ।