ନୂଆବର୍ଷରେ ପିତାମାତା ପିଲାଙ୍କୁ ଫିଙ୍ଗନ୍ତି ପିଆଜ-ଭାଙ୍ଗନ୍ତି ପ୍ଲେଟ, ଏଠାରେ ରହିଛି କିଛି ଅଜବ ପରମ୍ପରା

ନୂଆ ବର୍ଷ ଆସିବା ପାଇଁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଲୋକେ ସେଲିବ୍ରେଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି। କିଏ ଭୋଜି ପାଇଁ ପ୍ରସ୍ତୁତ ହେଉଛି ତ କିଏ ଜିରୋ ନାଇଟ ସେଲିବ୍ରେଶନ ପାଇଁ। କିଛିଜଣ ନୂଆବର୍ଷରେ ରିଜୋଲ୍ୟୁଶନ ସେଟ୍‌ କରିସାରିଲେଣି। ତେବେ ୨୦୨୪ରେ ସକରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିବା ସହ ବର୍ଷଯାକ ଭଲରେ କଟିବା ପାଇଁ ଲୋକେ ବିଭିନ୍ନ ପରମ୍ପରା ପାଳନ କରଥାନ୍ତି। ତେବେ ବିଶ୍ୱରେ ଏମିତି କିଛି ପରମ୍ପରା ରହିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛିଜଣ ନୂଆବର୍ଷ ଭଲରେ କଟିବା ପାଇଁ ବର୍ଷ ଆରମ୍ଭରୁ କିଛି ପରମ୍ପରା ପାଳନ କରିଥାନ୍ତି। କିଛିଜଣ ଦୁଆର ମୁହଁରେ ପିଆଜ କାଟୁଥିବାବେଳେ କିଛିଜଣ ପ୍ଲେଟ ଭାଙ୍ଗିଥାନ୍ତି। ଚାଲନ୍ତୁ ଜାଣିବା ଭିନ୍ନ ପରମ୍ପରା ବିଷୟରେ…

ଗ୍ରୀସରେ ଘରେ ଘରେ ନୂଆବର୍ଷ ଆରମ୍ଭରୁ ଦୁଆର ମୁହଁରେ ପିଆଜ ଟଙ୍ଗା ଯାଇଥାଏ। ପିଆଜ ଟାଙ୍ଗିବା ଦ୍ୱାରା ପୁର୍ନଜନ୍ମ ମିଳିବା ସହ ଓ ନୂଆ ଆରମ୍ଭକୁ ସୂଚାଇ ଥାଏ ବୋଲି ସେଠାକାର ଲୋକେ ବିଶ୍ୱାସ କରନ୍ତି। ଗ୍ରୀସରେ ଆହୁରି ପରମ୍ପରା ରହିଛି କି, ପିତା-ମାତା ପିଲାଙ୍କ ମୁଣ୍ଡରେ ପିଆଜ ଫିଙ୍ଗି ଉଠାଇଲେ, ପିଲାଙ୍କର ବର୍ଷ ଭଲ ଯାଇଥାଏ।

Good Luck

ନୂଆବର୍ଷ ଦିନ ଅର୍ଥାତ୍‌ ରାତିରେ ଘଣ୍ଟାରେ ୧୨ବାଜିବା ମାତ୍ରେ ସ୍ପେନବାସୀ ଅଙ୍ଗୁର ଖାଇଥାନ୍ତି। ୧୨ବାଜିବା ମାତ୍ରେ ଗୋଟିଏ ଗୋଟିଏ ଅଙ୍ଗୁର ଖାଇବା ଆରମ୍ଭ କରିଥାନ୍ତି। ଗୋଟିଏ ମିନିଟରେ ଗୋଟିଏ ଅଙ୍ଗୁର ଖାଇବାବେଳେ ଯଦି ଗୋଟିଏ ବାକି ରହିଯାଏ। ତାହାକୁ ଅଶୁଭ ମନାଯାଏ।

Good Luck

ଡେନମାର୍କରେ ନୂଆବର୍ଷ ପ୍ଲେଟ ଭାଙ୍ଗିବାକୁ ଶୁଭ ମାନିଥାନ୍ତି। ପ୍ରିୟଜନଙ୍କ ଘର ସମ୍ମୁଖରେ ସେମାନେ ପ୍ଲେଟ ଗୋଟିକ ପରେ ଗୋଟିଏ ଭାଙ୍ଗିଥାନ୍ତି। ଯେତେ ଅଧିକ ପ୍ଲେଟ ଭାଙ୍ଗିବ ସେତେ ଶୁଭ ବୋଲି ଏଠାରେ ପରମ୍ପରା ରହିଛି।

Good Luck

କଲୋମ୍ବିଆବାସୀ ନୂଆବର୍ଷ ଆରମ୍ଭରୁ ଖାଲି ସୁଟକେଶ୍‌ ନେଇ ବୁଲିବାର ପରମ୍ପରା ରହିଛି। ଖାଲି ବ୍ୟାଗ ଧରି ବୁଲିବା ଦ୍ୱାରା ବର୍ଷସାରା ଟ୍ରାଭେଲ କରିବାକୁ ମିଳିବ ବୋଲି ବିଶ୍ୱାସ ରହିଛି।

Good Luck


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri