ଦିଗପହଣ୍ଡି ବ୍ଳକରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ନୂତନ ବିଡ଼ିଓ ଭାବେ ଅନାମିକା ପାଣ୍ଡେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଗତ ୨୦୧୭ରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ନବରଙ୍ଗପୁର, ମୁନିଗୁଡା ଏବଂ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏଥି ପୂର୍ବରୁ ସେ କନ୍ଧମାଳ ଜିଲା ଫିରିଙ୍ଗିଆ ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

ପୂର୍ବରୁ ଦିଗପହଣ୍ଡି ବ୍ଲକର ବିଡ଼ିଓ ଦାୟିତ୍ୱରେ ଥିବା ଡ. ଚିତ୍ତରଞ୍ଜନ ଦାସଙ୍କୁ କଟକର ବଡ଼ମ୍ବା ବ୍ଳକକୁ ବଦଳି ହୋଇଥିବା ବେଳେ ସେ ନବାଗତ ବିଡ଼ିଓ ଅନାମିକାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ସଫଳ ରୂପାୟନ କରି ଗ୍ରାମାଞ୍ଚଳର ପ୍ରତ୍ୟେକ ହିତାଧିକାରୀଙ୍କ ସୁଫଳ ପହଞ୍ଚାଇବା, ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟାର ସମାଧାନ ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗର ଆବଶ୍ୟକତା ଜରୁରୀ ବୋଲି ନବାଗତ ବିଡ଼ିଓ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସମ୍ମିଳନୀ କକ୍ଷରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କର୍ମଚାରୀ ବୃନ୍ଦ ନବାଗତ ବିଡ଼ିଓ ଏବଂ ପୂର୍ବତନ ବିଡ଼ିଓଙ୍କୁ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବ୍ଳକ ସହକାରୀ ର୍ନିବାହୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ , ଜିପିଡିଓ ଉମେଶ ସେଠୀ, ବରିଷ୍ଠ କିରାଣୀ ଚଞ୍ଚଳା ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, ଜାଣନ୍ତୁ କିଏ ଦେଇଛନ୍ତି ଏମିତି ଧମକ

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଝାରଗ୍ରାମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୋକାନରେ ଝାଲମୁଢି ଖାଇବା ପାଇଁ ଅଟକିଥିଲେ, ଏକ ଭିଡିଓରେ କଏଦ…

କକ୍ରୋଚ ଜନତା ପାର୍ଟିକୁ ମିଳିବ ନିର୍ବାଚନୀ ଚିହ୍ନ? ଜାତୀୟ ରାଜନୀତି ହଲଚଲ!

ନୂଆଦିଲ୍‌ଲୀ,୨୨।୫: ଡିଜିଟାଲ ଯୁଗରେ, ସୋସିଆଲ ମିଡିଆରେ କ’ଣ ଭାଇରାଲ ହେବ କିମ୍ୱା କେବେ ହେବ ତାହା କହିହେବ ନାହିଁ। ମାତ୍ର ପାଞ୍ଚ ଦିନ ପୂର୍ୱରୁ, ଇଣ୍ଟରନେଟରେ ଆରମ୍ଭ…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri