ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ  ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିଥାଏ। ୪ ମାସ ବ୍ୟବଧାନରେ ଏହି ଟଙ୍କା ୨୦୦୦ ଟଙ୍କା ଲେଖାଏ ମିଳିଥାଏ। ଏହି ଟଙ୍କା ନିୟମିତ ବ୍ୟବଧାନରେ ମିଳିବା ପାଇଁ କିଛି କାମ କରିବା ଜରୁରୀ। ଯଦି ଆପଣଙ୍କ କଓ୍ବୋଇସି  ଅପ୍‌ଡେଟ୍‌୍‌ ନାହିଁ, ନଚେତ ମୋବାଇଲ ନମ୍ବର ଅପ୍‌ଡେଟ୍‌ ନାହିଁ ତେବେ ଏହା ବିଳମ୍ବ ହୋଇପାରେ। ଆସନ୍ତୁ ଜାଣିବା…
ଯଦି ଆପଣଙ୍କୁ ପିଏମ୍‌ କିଷାନ ଯୋଜନାର ଲାଭ ମିଳିଥାଏ ତେବେ ଯଥାଶୀଘ୍ର ପିଏମ୍‌ କିଷାନ ପୋର୍ଟାଲ ନଚେତ ନିକଟତମ ସିଏସ୍‌ସି(କମନ୍‌ ସର୍ଭିସ ସେଣ୍ଟର) ଜରିଆରେ ନିଜର କଓ୍ବୋଇସି ପୂରଣ କରନ୍ତୁ।
ପିଏମ୍‌ କିଷାନ ଓ୍ବେବସାଇଟ୍‌ ଅନୁସାରେ,ଏଥିପାଇଁ ରେଜିଷ୍ଟର୍ଡ କିଷାନ ପାଇଁ ଇ-କଓ୍ବୋଇସି ଅନିବାର୍ଯ୍ୟ। ଓଟିପି ଇ-କଓ୍ବୋଇସି ପିଏମ୍‌ କିଷାନ ପୋର୍ଟାଲରେ ଉପଲବ୍ଧ ନଚେତ ବାୟୋମେଟ୍ରିକ ଆଧାରିତ ଇ-କଓ୍ବୋଇସି ଲାଗି ନିକଟତମ ସିଏସ୍‌ସି କେନ୍ଦ୍ର ସମ୍ପର୍କ କରାଯାଇପାରିବ।
ପିଏମ୍‌ କିଷାନ ଯୋଜନା ଲାଗି ମୋବାଇଲ ନମ୍ବର ଅପ୍‌ଡେଟ୍‌:
-ଆଧିକାରିକ ଓ୍ବେବ୍‌ସାଇଟ୍‌ http://pmkisan.gov.in କୁ ଯାଆନ୍ତୁ
-ହୋମ୍‌ପେଜ୍‌ ‘Farmer corner’ ଅପଶନକୁ ଯାଆନ୍ତୁ।
-ମୋବାଇଲ ନମ୍ବର ଅପଡେଟ୍‌ କରନ୍ତୁ ଅର୍ଥାତ ଡିଟେଲ୍‌ ଅପ୍‌ଡେଟ୍‌ କରିବା ଦ୍ୱାରା ସମ୍ବନ୍ଧିତ ବିକଳ୍ପ କ୍ଲିକ୍‌ କରନ୍ତୁ।
-ରେଜିଷ୍ଟ୍ରେଶନ ନମ୍ବର ଅର୍ଥାତ ଆଧାର ନମ୍ବର ଜରିଆରେ ନିଜର ଡିଟେଲ୍‌ ଖୋଜନ୍ତୁ
-ଦିଆଯାଇଥିବା ଫିଲ୍ଡରେ ନିଜର ପଞ୍ଜିକରଣ ନମ୍ବର ଅର୍ଥାତ ଆଧାର ନମ୍ବର ଦାଖଲ କରନ୍ତୁ।
-ସ୍କ୍ରିନରେ ଦେଖାଯାଇଥିବା କ୍ୟାପ୍‌ଚା କୋଡ ଦାଖଲ କରନ୍ତୁ
-ଏବେ ସବ୍‌ମିଟ୍‌ ଉପରେ କ୍ଲ୍‌ିକ୍‌ କରନ୍ତୁ
-ସବ୍‌ମିଟ୍‌ କରିବା ପରେ ନିଜର ମୋବାଇଲ ନମ୍ବର ଅପ୍‌ଡେଟ୍‌ ଅଥବା ସଠିକ୍‌ କରିବା ସ୍କ୍ରିନରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ।
ପିଏମ୍‌ କିଷାନ ଯୋଜନା ଲାଗି ବେନିଫିଶିଆରୀ ଷ୍ଟାଟସ କିଭଳି ଚେକ୍‌ କରିବେ:
-ପିଏମ୍‌ କିଷାନର ଆଧିକାରୀକ ଓ୍ବେବସାଇଟ pmkisan.gov.inକୁ ଯାଆନ୍ତୁ
-ନିଜର ଆଧାର ନମ୍ବର କିମ୍ବା ଆକାଉଣ୍ଟ ନମ୍ବର ଦାଖଲ କରନ୍ତୁ
-ନିଜର ପେମେଣ୍ଟ ହିଷ୍ଟ୍ରି ଏବଂ ଏଲିଜିବିଲିଟି ଭେରିଫାଏ କରନ୍ତୁ

Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri