ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ଘଟଣାରେ ନୂଆମୋଡ଼: ପୀଡ଼ିତା କହିଦେଲେ ସାଂଘାତିକ କଥା, ଅନ୍ୟ କେହି ନୁହେଁ…

କୋଲକାତା,୧୫ା୧୦:ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ବାହାରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲା ମଙ୍ଗଳବାର ନୂଆ ମୋଡ଼ ନେଇଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି। ମଙ୍ଗଳବାର ସନ୍ଧ୍ୟାରେ ଓ୍ବାସିଫଙ୍କୁ ପୋଲିସ ଗିରଫ କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।
ବାଲେଶ୍ୱର ଜିଲା ଜଳେଶ୍ୱରର ଏହି ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପୁରୁଷ ବନ୍ଧୁଙ୍କ ସହ ମେଡିକାଲ କଲେଜ ବାହାରକୁ ଡିନର କରିବାକୁ ଯାଇଥିବାବେଳେ ବଳାତ୍କାରର ଶିକାର ହୋଇଥିଲେ। ପୁରୁଷ ବନ୍ଧୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତାଙ୍କ ବୟାନରୁ ଜଣାପଡ଼ିଛି। ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗରେ ଓ୍ବାସିଫଙ୍କ ନଁା ନେଇଥିଲେ। ତାଙ୍କୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚତ୍ଛି। ଓ୍ବାସିଫଙ୍କୁ ବୁଧବାର ସକାଳେ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି।
ଇତିମଧ୍ୟରେ ପୋଲିସ ଗଣବଳାତ୍କାର ଅଭିଯୋଗକୁ ଖଣ୍ଡନ କରିଛି। ଜଣେ ବ୍ୟକ୍ତି ହିଁ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ବୟାନ, ପ୍ରାରମ୍ଭିକ ଭୌତିକ ପ୍ରମାଣ ଆଦିରୁ ଜଣେ ବ୍ୟକ୍ତି ହିଁ ବଳାତ୍କାର କରିଥିତ୍ବା ସ୍ପଷ୍ଟ ହେଉଛି ବୋଲି ଆସନସୋଲ୍‌-ଦୁର୍ଗାପୁର ପୋଲିସ କମିଶନର ସୁନିଲ କୁମାର ଚୌଧୁରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତେବେ ଆମେ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ସହ ସବୁ ଦିଗକୁ ଅନୁଧ୍ୟାନ କରୁଛୁ ବୋଲି ସେ କହିଛନ୍ତି।
ପୁରୁଷ ବନ୍ଧୁଙ୍କୁ ଗିରଫ କରାଯିବା ପୂର୍ବରୁ ଅପରାହ୍ନରେ ପୋଲିସ ୫ ଅଭିଯୁକ୍ତଙ୍କ ସହ ତାଙ୍କୁ ଅପରାଧ ସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ର ରିକ୍ରିଏଶନ କରିଥିଲା। କାଳୀବାରି ଶ୍ମଶାନ ନିକଟବର୍ତ୍ତୀ ଜଙ୍ଗଲରେ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଅଭିଯୁକ୍ତ ଓ ପୁରୁଷ ବନ୍ଧୁଙ୍କୁ ସେଠାକୁ ନିଆଯାଇ ଶୁକ୍ରବାର ରାତିରେ ଅପରଧ ଘଟାଇବା ବେଳେ ସେମାନେ କ’ଣ ସବୁ କରିଥିଲେ, ତାହା ପୁନର୍ବାର କରିବାକୁ ପୋଲିସ କହିଥିଲା। ସମ୍ପୂର୍ଣ୍ଣ ରିକ୍ରିଏଶନ ଦୃଶ୍ୟର ଭିଡିଓଗ୍ରାଫି କରାଯିବା ସହ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ପୀଡ଼ିତାଙ୍କ ବୟାନ ସହ ଯାଞ୍ଚ୍‌ କରାଯିବ ବୋଲି ତଦନ୍ତକାରୀ ଟିମ୍‌ର ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ଅପରାଧ ସ୍ଥଳକୁ ନେବା ପୂର୍ବରୁ ପୀଡ଼ିତାଙ୍କ ବନ୍ଧୁଙ୍କୁ ପୋଲିସ ଘଣ୍ଟାଏ ଧରି ଜେରା କରିଥିଲା। ୨ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ସେମାନଙ୍କ ଘରକୁ ନିଆଯାଇ ଅପରାଧ ସହ ସାମିଲ ଥିବା ପ୍ରମାଣକୁ ପୋଲିସ ଖୋଜିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ିଗାର୍ଡ ହାତରେ ଥିବା Briefcase କ’ଣ? ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ କିମ୍ବା ବିଦେଶ ଗସ୍ତରେ ଯୋଗ ଦିଅନ୍ତି, ତାଙ୍କ ସହିତ କଳା ସୁଟ ଏବଂ କଳା ଚଷମା…

ଅନ୍ଧ, ମୂକ, ବଧିର ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୋଗ ଆଣିବାରୁ…

ଭବାନୀପାଟଣା,୨।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ…

ଭାରତର ମ୍ୟାଚ ବୟକଟକୁ ନେଇ ବଡ଼ କଥା କହିଲେ ପାକିସ୍ତାନୀ ଅଧିନାୟକ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

ବଜେଟରେ କୌଣସି କବି ବା କବିତାର ଉଲ୍ଲେଖ କଲେ ନାହିଁ ନିର୍ମଳା

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରମଣଙ୍କ ପ୍ରାୟ ୮୫ ମିନିଟର…

କୃଷିଭିତ୍ତିିକ ଶିଳ୍ପର ସ୍ଥିତି

ଓଡ଼ିଶାରେ ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ ପରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି, ହେବା ମଧ୍ୟ ସ୍ବାଭାବିକ। ତେବେ ଏସବୁ ଭିତରେ…

ଇନ୍ଦୋର: ସ୍ବଚ୍ଛ ଭାରତର ଦୁଃଖ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରଦୂଷିତ ଜଳ ପିଇ ଜାନୁଆରୀ ମାସରେ ୧୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବା ସହ ବହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri