ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ଅର୍ପିତା ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀଙ୍କ ସହ ମିଳିତ ଆଗୁଆ ଜାମିନ ଆବଦେନ କରିଥିଲେ ଅର୍ପିତା। ହ୍ୟୁମାନ ସାଗରଙ୍କ ମୃତ୍ୟୁ  ମାମଲାରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ମମାଲା ରୁଜୁ କରିଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା।

ସେପଟେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୋଲିସ ତନାଘନା ଚଳାଇଛି। ଏମ୍ସ ମେଡିକାଲରୁ ହ୍ୟୁମାନଙ୍କ ଚିକିତ୍ସା ବାବଦ କିଛି ଦସ୍ତାବିଜ ପାଇଛି କମିଶନରେଟ ପୋଲିସ। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ଘନେଇବାରେ ଲାଗିଥିଲା ବେଳେ ଏହି ମାମଲାରେ କଟକ କମିଶନରେଟ ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରିଛି ।

Dharitri – The Largest & Most Trusted Odia Daily