ରିଲାଏନ୍ସ ଜିଓକୁ ନୂଆ ସଫଳତା

ଭୁବନେଶ୍ୱର,୯।୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ତଥା ରିଲାଏନ୍ସ ଜିଓକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଜିଓର ଷ୍ଟାଣ୍ଡାଲୋନ୍‌ ୫ଜି ନେଟ୍‌ୱାର୍କ ବଳରେ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଉଚ୍ଚମାନର ହାଇସ୍ପିଡ୍‌ ଡାଟା ଯୋଗାଇବାରେ ସକ୍ଷମ ହେଉଥିବା ବିଶ୍ୱର ପ୍ରସିଦ୍ଧ ମୋବାଇଲ ନେଟ୍‌ୱର୍କ ଆନାଲିଟିକ୍ସ କମ୍ପାନୀ ଓପନ୍‌ ସିଗ୍‌ନାଲ ତା’ର ଏକ ରିପୋର୍ଟରେ ପ୍ରକାଶ କରିଛି। ଓପନ୍‌ ସିଗ୍‌ନାଲ କହିବା ଅନୁଯାୟୀ ଜିଓର ଫିକ୍ସଡ୍‌ ୱେରଲେସ ସେବା ଜିଓ ଏୟାରଫାଇବର ଜରିଆରେ ଗ୍ରାହକମାନେ ମାସକୁ ହାରାହାରି ୪୦୦ଜିବି ଡାଟା ବ୍ୟବହାର କରୁଛନ୍ତି। ମୋବାଇଲ ଗ୍ରାହକଙ୍କ ତୁଳନାରେ ଏହି ପରିମାଣର ଡାଟା ବ୍ୟବହାର ବେଶ୍‌ ଅଧିକ ରହିଛି। ଏହା ସତ୍ତ୍ୱେ ଜିଓ ଏୟାରଫାଇବରର ବେଗ ଏବଂ ଗୁଣାତ୍ମକ ସ୍କୋର ୫ଜି ମୋବାଇଲ ନେଟ୍‌ୱର୍କ ଭଳି ସମାନ ରହିଛି।

ଉଲ୍ଲେଖଯୋଗ୍ୟ , ଜିଓର ୫ଜି ନେଟ୍‌ୱର୍କର ବେଗ ଦେଶରେ ସର୍ବାଧିକ ରହିଥିଲାବେଳେ ବର୍ତ୍ତମାନ ଭାରତରେ ଫିକ୍ସଡ୍‌ ୱେରଲେସ ସେବା ମଧ୍ୟ କେବଳ ରିଲାଏନ୍ସ ଜିଓ ଷ୍ଟାଣ୍ଡାଲୋନ୍‌ ୫ଜି ନେଟ୍‌ୱର୍କ ବ୍ୟବହାର କରୁଛି। ଓପନ୍‌ ସିଗ୍‌ନାଲ ଅନୁଯାୟୀ ଷ୍ଟାଣ୍ଡାଲୋନ୍‌ ୫ଜି ସହ ନେଟ୍‌ୱର୍କ ସ୍ଲାଇସିଂ ଟେକ୍ନୋଲୋଜି ମଧ୍ୟ ଜିଓ ଏୟାରଫାଇବରକୁ ଡାଟା ବ୍ୟବହାର ପରିଚାଳନା କରିବାରେ ସାହାଯ୍ୟ କରୁଛି। ଏହି ରିପୋର୍ଟରେ କୁହାଯାଇଛି ଏହି ଟେକ୍ନୋଲୋଜିର ଲାଭକୁ ବିଚାରକରି ଏୟାରଟେଲ ମଧ୍ୟ ଷ୍ଟାଣ୍ଡାଲୋନ ୫ଜି ନେଟ୍‌ୱର୍କରେ ଫିକ୍ସଡ୍‌ ୱେରଲେସ ସେବା ଆଣିବାକୁ ପ୍ରସ୍ତୁତ ହେଉଛି। ଯେଉଁ ଅଞ୍ଚଳଗୁଡିକରେ ବ୍ରଡ୍‌ବ୍ୟାଣ୍ଡ କଭରେଜ୍‌ କମ୍‌ ରହିଛି, ସେସବୁ ଅଞ୍ଚଳକୁ ହାଇ-ସ୍ପିଡ୍‌ ନେଟ୍‌ୱର୍କ କଭରେଜ ମଧ୍ୟକୁ ଆଣିବା ପାଇଁ ରିଲାଏନ୍ସ ଜିଓ ଗତ ବର୍ଷ ଜିଓ ଏୟାରଫାଇବର ସେବା ଶୁଭାରମ୍ଭ କରିଥିଲା। ଜିଓ ଏୟାରଫାଇବରର ଅଧିକ ଚାହିଦା ଛୋଟ ସହରଗୁଡିକରୁ ଆସୁଛି। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଜିଓ ୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନେକ ସୁଲଭ ପ୍ଲାନ୍‌ ମଧ୍ୟ ଆରମ୍ଭ କରିଛି। ଏହି ସେବା ସହ ୧୦କୋଟି ପରିସରକୁ ସଂଯୋଗ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?