କଳାହାଣ୍ଡିରେ ନୂତନ ଏସପିଙ୍କ ଦାୟିତ୍ୱ ଗ୍ରହଣ: ମାଓ ଦମନ,ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା

ଭବାନୀପାଟଣା ,୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଏସ୍‌ପିି ଭାବେ ନାଗରାଜ ଦେବର କୋଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି ଅଭିଲାସ ଜିଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିି । ଏହା ପୂର୍ବରୁ ଏସପି କୋଣ୍ଡା ବୌଦ୍ଧ ଜିଲାରେ କାର୍ଯ୍ୟରତ ଥିଲେ। ପୂର୍ବରୁ କଳାହାଣ୍ଡି ଏସପି ଥିବା ଅଭିଲାସ ଜିଙ୍କୁ ବଲାଙ୍ଗୀର ଜିଲା ବଦଳି ହେବାରୁ ତାଙ୍କ ସ୍ଥାନରେ ସେ ଯୋଗ ଦେଇଛନ୍ତି। ମଙ୍ଗଳବାର ସଂନ୍ଧ୍ୟାରେ ଭବାନୀପାଟଣା ଜିଲା ପୋଲିସ ମୁଖ୍ୟାଳୟରେ ନୂତନ ଏସପି କୋଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ ଦେଇ ଜିଲାରେ ମାଓ ଦମନ,ନିଶା କାରବାର,ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ ମହିଳା ସୁରକ୍ଷା ଓ ସାଇବର ଅପରାଧ ଦିଗରେ ସ୍ବତନ୍ତ୍ର ପ୍ରାଥମିକତା ଦେବି ବୋଲି କହିଥିଲେ। ନୂତନ ଏସ୍‌ପି ନାଗରାଜ ଦେବର କୋଣ୍ଡା ଯୋଗଦାନ କରିବା ପରେ କଳାହାଣ୍ଡି ଜିଲା ପୋଲିସ ବିଭାଗର ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।