ଏସିଆନ ପେଣ୍ଟ୍‌ସର ନୂତନ ଯୋଜନା

ଭୁବନେଶ୍ୱର,୧୦ା୬: ଭାରତର ଅଗ୍ରଣୀ ପେଣ୍ଟ ଆଣ୍ଡ ଡେକୋର କମ୍ପାନୀ ‘ଏସିଆନ ପେଣ୍ଟସ୍‌’ର ନୂତନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୫ରୁ ୧୪ ବର୍ଷ ବୟସର ଯୁବ କ୍ରିକେଟ ଉତ୍ସାହୀଙ୍କ ପାଇଁ ‘କ୍ରିକେଟ ସ୍କଲାରଶିପ ପାୱାରଡ ବାଇ ନିଓଭାରତ’ର ଶୁଭାରମ୍ଭ ହୋଇଛି। ସେହିଭଳି କମ୍ପାନୀର ଏହି ପ୍ରୟାସ ତା’ର ବ୍ରାଣ୍ଡ ଉଦ୍ଦେଶ୍ୟ ‘ହରଘର ଖେଲେଗା, ହରଘର ଖିଲେଗା’କୁ ପ୍ରତିଫଳିତ କରୁଛି,ଯାହା ପ୍ରତ୍ୟେକ ପରିବାରରେ ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ସୁଯୋଗ ଯୋଗାଇଦେବାର ଆନ୍ତରିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।

ଅପରପକ୍ଷରେ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ବିରାଟ କୋହଲିଙ୍କୁ ନେଇ ଏକ ପ୍ରଚାର ଅଭିଯାନ ଆରମ୍ଭ ସହିତ ଏସିଆନ ପେଣ୍ଟସ ଉଭୟ ପିତାମାତା ଓ ପିଲାମାନଙ୍କୁ ଏହି ସୁଯୋଗର ସଦ୍‌ବ୍ୟବହାର କରିବା ଏବଂ କ୍ରିକେଟ ସ୍କଲାରଶିପ ନିମନ୍ତେ ନାମ ଅନ୍ତର୍ଭୁକ୍ତ କରାଇବାକୁ ପ୍ରେରଣା ଦେବା ଲକ୍ଷ୍ୟ ରଖୁଛି। ସେହିପରି କମ୍ପାନୀର ଏହି ପ୍ରୟାସ ଭାରତର ଟିୟର ୨ ଓ ୩ ବଜାରଗୁଡିକରେ ଆକାଂକ୍ଷୀ ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ନିଓଭାରତ ଲକ୍ଷ୍ୟର ଅଂଶ ବିଶେଷ ହୋଇଥିଲାବେଳେ ଏହା ଉଦୀୟମାନ କ୍ରିକେଟ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କର ପରିପୋଷଣ ସହିତ ସେମାନଙ୍କୁ ସେମାନଙ୍କର କୁଶଳତାକୁ ଅଧିକ ପରିପୁଷ୍ଟ କରିବା ଏବଂ ସେମାନଙ୍କର ଆଗ୍ରହକୁ ନେଇ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିଛି।

ନିଓଭାରତ ସମର୍ଥନ ଦ୍ୱାରା ପରିଚାଳିତ ଏହି କ୍ରିକେଟ ସ୍କଲାରଶିପ ଅଧୀନରେ ୧୦୦ ଉଦୀୟମାନ ଯୁବ ବର୍ଗଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ସ୍କଲାରଶିପ ପ୍ରଦାନ କରାଯିବ। ଏକ ବୃତ୍ତିଗତ ଖେଳ ସେଟ୍‌ ଅପ୍‌ରେ ପ୍ରଦର୍ଶନ କରାଯାଉଥିବା କୁଶଳତା ଆଧାରରେ ଦୁଇଜଣ ପ୍ରାକ୍ତନ କ୍ରିକେଟରଙ୍କ ଦ୍ୱାରା ଆବେଦନପତ୍ରଗୁଡିକର ମୂଲ୍ୟାୟନ କରାଯିବ। ଏହି କ୍ରିକେଟ ସ୍କଲାରଶିପ ନିମନ୍ତେ ଆବେଦନ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିଛି, ଯାହା ନିଓଭାରତ ଏସିଆନ ପେଣ୍ଟ ଓ ୱେବ୍‌ସାଇଟ-https://www.asianpaints.com/products/paints-and-textures/interior-walls/plain-finishes/neobh


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri