ଏସିଆନ ପେଣ୍ଟ୍‌ସର ନୂତନ ଯୋଜନା

ଭୁବନେଶ୍ୱର,୧୦ା୬: ଭାରତର ଅଗ୍ରଣୀ ପେଣ୍ଟ ଆଣ୍ଡ ଡେକୋର କମ୍ପାନୀ ‘ଏସିଆନ ପେଣ୍ଟସ୍‌’ର ନୂତନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୫ରୁ ୧୪ ବର୍ଷ ବୟସର ଯୁବ କ୍ରିକେଟ ଉତ୍ସାହୀଙ୍କ ପାଇଁ ‘କ୍ରିକେଟ ସ୍କଲାରଶିପ ପାୱାରଡ ବାଇ ନିଓଭାରତ’ର ଶୁଭାରମ୍ଭ ହୋଇଛି। ସେହିଭଳି କମ୍ପାନୀର ଏହି ପ୍ରୟାସ ତା’ର ବ୍ରାଣ୍ଡ ଉଦ୍ଦେଶ୍ୟ ‘ହରଘର ଖେଲେଗା, ହରଘର ଖିଲେଗା’କୁ ପ୍ରତିଫଳିତ କରୁଛି,ଯାହା ପ୍ରତ୍ୟେକ ପରିବାରରେ ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ସୁଯୋଗ ଯୋଗାଇଦେବାର ଆନ୍ତରିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।

ଅପରପକ୍ଷରେ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ବିରାଟ କୋହଲିଙ୍କୁ ନେଇ ଏକ ପ୍ରଚାର ଅଭିଯାନ ଆରମ୍ଭ ସହିତ ଏସିଆନ ପେଣ୍ଟସ ଉଭୟ ପିତାମାତା ଓ ପିଲାମାନଙ୍କୁ ଏହି ସୁଯୋଗର ସଦ୍‌ବ୍ୟବହାର କରିବା ଏବଂ କ୍ରିକେଟ ସ୍କଲାରଶିପ ନିମନ୍ତେ ନାମ ଅନ୍ତର୍ଭୁକ୍ତ କରାଇବାକୁ ପ୍ରେରଣା ଦେବା ଲକ୍ଷ୍ୟ ରଖୁଛି। ସେହିପରି କମ୍ପାନୀର ଏହି ପ୍ରୟାସ ଭାରତର ଟିୟର ୨ ଓ ୩ ବଜାରଗୁଡିକରେ ଆକାଂକ୍ଷୀ ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ନିଓଭାରତ ଲକ୍ଷ୍ୟର ଅଂଶ ବିଶେଷ ହୋଇଥିଲାବେଳେ ଏହା ଉଦୀୟମାନ କ୍ରିକେଟ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କର ପରିପୋଷଣ ସହିତ ସେମାନଙ୍କୁ ସେମାନଙ୍କର କୁଶଳତାକୁ ଅଧିକ ପରିପୁଷ୍ଟ କରିବା ଏବଂ ସେମାନଙ୍କର ଆଗ୍ରହକୁ ନେଇ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିଛି।

ନିଓଭାରତ ସମର୍ଥନ ଦ୍ୱାରା ପରିଚାଳିତ ଏହି କ୍ରିକେଟ ସ୍କଲାରଶିପ ଅଧୀନରେ ୧୦୦ ଉଦୀୟମାନ ଯୁବ ବର୍ଗଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ସ୍କଲାରଶିପ ପ୍ରଦାନ କରାଯିବ। ଏକ ବୃତ୍ତିଗତ ଖେଳ ସେଟ୍‌ ଅପ୍‌ରେ ପ୍ରଦର୍ଶନ କରାଯାଉଥିବା କୁଶଳତା ଆଧାରରେ ଦୁଇଜଣ ପ୍ରାକ୍ତନ କ୍ରିକେଟରଙ୍କ ଦ୍ୱାରା ଆବେଦନପତ୍ରଗୁଡିକର ମୂଲ୍ୟାୟନ କରାଯିବ। ଏହି କ୍ରିକେଟ ସ୍କଲାରଶିପ ନିମନ୍ତେ ଆବେଦନ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିଛି, ଯାହା ନିଓଭାରତ ଏସିଆନ ପେଣ୍ଟ ଓ ୱେବ୍‌ସାଇଟ-https://www.asianpaints.com/products/paints-and-textures/interior-walls/plain-finishes/neobh


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri