ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…

ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ସାଧାରଣ ବୀମା ପରିଷଦ (ଜିଆଇସି) ପଲିସିଧାରୀଙ୍କ ସ୍ବାର୍ଥ ପାଇଁ ଏହି ନିଷ୍ପତ୍ତି ନେଇଛି। ସାଧାରଣ ତଥା ସ୍ବାସ୍ଥ୍ୟ ବୀମା କମ୍ପାନୀଗୁଡିକ ସହ ଆଲୋଚନା ପରେ ପରିଷଦ ‘କ୍ୟାସଲେସ ଏଭ୍ରିହ୍ବେର’ ପଦକ୍ଷେପ ଆରମ୍ଭ କରିଛି। ଏଥିରେ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇବାକୁ ସହମତି ପ୍ରକାଶ ପାଇଛି।

ସମ୍ପ୍ରତି, ସ୍ବାସ୍ଥ୍ୟ ବୀମା କ୍ରୟ କରୁଥିବା ଗ୍ରାହକମାନେ କେବଳ ସେହି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସାର ସୁବିଧା ପାଇପାରୁଛନ୍ତି, ଯାହା ବୀମା କମ୍ପାନୀର ନେଟୱାର୍କରେ ଅନ୍ତର୍ଭୁକ୍ତ ରହିଥାଏ। ଯଦି କୌଣସି ଡାକ୍ତରଖାନା କମ୍ପାନୀର ନେଟୱାର୍କରେ ଅନ୍ତର୍ଭୁକ୍ତ ନାହିଁ, ତେବେ ସେଠାରେ ଚିକିତ୍ସା ପାଇଁ ପଲିସିଧାରୀଙ୍କୁ ନିଜେ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିଥାଏ ଏବଂ ପରେ ତାଙ୍କୁ ବୀମା କମ୍ପାନୀରୁ କ୍ଷତିପୂରଣ ନେବାକୁ ପଡିଥାଏ। ଏଥିରେ ଅସୁବିଧା ହେଉଛି ଯଦି ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ପାଖରେ ଟଙ୍କା ନ ଥାଏ ତେବେ ସେ ବୀମାର ଲାଭ ପାଇପାରି ନ ଥାନ୍ତି।

ବୀମା କମ୍ପାନୀ ଡାକ୍ତରଖାନାରେ କରାଯାଇଥିବା ଚିକିତ୍ସା ପାଇଁ ଦେୟ ଦେବାକୁ ବାଧ୍ୟ ହେବେ, ସେ ଡାକ୍ତରଖାନା କମ୍ପାନୀୀ ନେଟୱାର୍କରେ ଥାଉ ଅବା ନ ଥାଉ କିଛି ଫରକ ପଡ଼ିବ ନାହିଁ।

୧୫ ରୁ ଅଧିକ ଶଯ୍ୟା ବିଶିଷ୍ଟ ତଥା ରାଜ୍ୟ ସ୍ବାସ୍ଥ୍ୟ ପ୍ରାଧିକରଣରେ ପଞ୍ଜୀକୃତ ହୋଇଥିବା ଏହି ଡାକ୍ତରଖାନାଗୁଡ଼ିକରେ ନଗଦବିହୀନ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ । ବୀମା କମ୍ପାନୀ ନେଟୱାର୍କରେ ଥିବା ଡାକ୍ତରଖାନା ହାର ଆଧାରରେ ଚିକିତ୍ସାର ମୂଲ୍ୟ ସ୍ଥିର କରାଯିବ। ଏହା ସହିତ, ଗ୍ରାହକଙ୍କଠାରୁ ମନ ଇଛା ଟଙ୍କା ଚାର୍ଜ କରି ହେବ ନାହିଁ ।

କ୍ୟାସଲେସ ଚିକିତ୍ସାର ସୁବିଧା ପାଇ ଉଭୟ ବୀମା କମ୍ପାନୀ ଏବଂ ପଲିସିଧାରୀ ଉପକୃତ ହେବେ। ବର୍ତ୍ତମାନ, ଯଦି ଜଣେ ଗ୍ରାହକ ଏକ ନେଟୱାର୍କ ନ ଥିବା ଡାକ୍ତରଖାନାରେ ଚିକିତ୍ସା ନେଇଛନ୍ତି, ତେବେ ତାଙ୍କୁ ଦାବି ଉପସ୍ଥାପନ କରିବାକୁ ଅନେକ ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ ପଡିଥାଏ। ଏହା ସହିତ ବୀମା କମ୍ପାନୀଗୁଡିକର ସମସ୍ତ ପ୍ରକାରର ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ। ଯଦି କ୍ୟାସଲେସ ଚିକିତ୍ସା ହୁଏ ତେବେ ଏହି ସମସ୍ୟା ସମାପ୍ତ ହେବ। ଅପରପକ୍ଷରେ, ବୀମା କମ୍ପାନୀଗୁଡିକ ମଧ୍ୟ ଉପକୃତ ହେବେ କାରଣ ନକଲି ବିଲ ମାଧ୍ୟମରେ ଦାବି କରିବା ଭଳି ଘଟଣାକୁ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri