Posted inଜାତୀୟ

ଆଜିଠାରୁ ଲାଗୁ ହେଲା ୫ ନୂଆ ନିୟମ, ଖାଉଟିଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ, ଜାଣି ନିଅନ୍ତୁ ନ ହେଲେ ପସ୍ତେଇବେ…

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ ୨୦୨୪ ଅର୍ଥାତ ଆଜିଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ନିୟମ ପର୍ଯ୍ୟନ୍ତ ଏବଂ ମାଗଣା ଆଧାର ଅପଡେଟ କରିବାର ସମୟସୀମା ଠାରୁ ଆରମ୍ଭ କରି ସ୍ବତନ୍ତ୍ର ଏଫଡି ଯୋଜନାରେ ଟଙ୍କା ବିନିଯୋଗର ନିୟମକୁ ମଧ୍ୟ ପ୍ରଭାବିତ କରିବ।

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ମାଗଣା ଆଧାର ଡକ୍ୟୁମେଣ୍ଟ ଅପଡେଟକୁ ଜୁନ ୧୪ରୁ ସେପ୍ଟେମ୍ବର ୧୪, ୨୦୨୪ ପର୍ଯ୍ୟନ୍ତ ଅର୍ଥାତ ତିନିମାସ ବୃଦ୍ଧି କରିଛି। ଯଦି ଆପଣ ଏହି ମାଗଣା ସେବାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ୧୪ ସେପ୍ଟେମ୍ବର ସୁଦ୍ଧା ଆପଣଙ୍କର ଆଧାର ଅନଲାଇନରେ ଅପଡେଟ କରନ୍ତୁ। ନଚେତ ୧୪ ତାରିଖ ପରେ ଆପଣଙ୍କୁ ଦେୟ ଦେବାକୁ ପଡିବ। ବର୍ତ୍ତମାନ ମାଗଣା ଆଧାର ଅପଡେଟ କେବଳ ଅନଲାଇନରେ ଉପଲବ୍ଧ ହେଉଛି। ଯଦି ଆପଣ ଅପଡେଟ୍‌ ପାଇଁ ଆଧାର ସେବା କେନ୍ଦ୍ରକୁ ଯାଆନ୍ତି, ତେବେ ଆପଣଙ୍କୁ ସେଠାରେ ଦେୟ ଦେବାକୁ ପଡିବ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଜିଠାରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବଡ଼ ପରିବର୍ତ୍ତନ କରିଛନ୍ତି। ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୯ ଟଙ୍କା ବୃଦ୍ଧି କରାଯାଇଛି। ୧୯ କିଲୋଗ୍ରାମ ସିଲିଣ୍ଡରର ୧୬୯୧.୫୦ ଟଙ୍କାରେ ବିକ୍ରି ହେବ। ଏହା ବ୍ୟତୀତ ଏଭିଏଶନ ଟର୍ବାଇନ ଇନ୍ଧନ ଏବଂ CAG-PNG ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

ବଢୁଥିବା ନକଲି କଲ ଏବଂ ସ୍ପାମ ମେସେଜକୁ ରୋକିବା ପାଇଁ ଟେଲିକମ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ (TRAI) ଆଜିଠାରୁ ଏକ ନୂଆ ନିୟମ ଲାଗୁ କରୁଛି। TRAI ଟେଲିକମ କମ୍ପାନୀଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୩୦ ସୁଦ୍ଧା ସେମାନେ ସିରିଜରୁ ଆରମ୍ଭ ହୋଇଥିବା ୧୪୦ଟି ମୋବାଇଲ ନମ୍ବର ଟେଲି ମାର୍କେଟିଂ କଲ ଏବଂ ବ୍ୟବସାୟିକ ମେସେଜିଂକୁ ବ୍ଲକଚେନ୍‌ ବେସ ଡିଷ୍ଟ୍ରିବ୍ୟୁଶନରେ ସ୍ଥାନାନ୍ତର କରିବା ଉଚିତ। ଏଥିସହ ଟେଲି ମାର୍କେଟିଂ ସେବାଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ଲକ ଚେନ ଆଧାରିତ ସିଷ୍ଟମରେ ରୂପାନ୍ତରିତ ହେବ। ଏହା ସୁରକ୍ଷା ବୃଦ୍ଧି କରିବା ସହ ଅବାଞ୍ଛିତ କଲ ଓ ମେସେଜକୁ ହ୍ରାସ କରିବ।

କ୍ରେଡିଟ କାର୍ଡ ନିୟମରେ ବିଶେଷକରି ରିଓ୍ବାର୍ଡ ପଏଣ୍ଟ ଏବଂ ଦେୟ ସୂଚୀ ସମ୍ବନ୍ଧରେ ପରିବର୍ତ୍ତନ କରାଯିବ। HDFC ବ୍ୟାଙ୍କର କାରବାର ଉପରେ ରିଓ୍ବାର୍ଡ ପଏଣ୍ଟ କ୍ୟାପ ସୀମା ନିର୍ଦ୍ଧାରଣ କରାଯିବ। ଅର୍ଥାତ କାର୍ଡଧାରୀମାନେ କେବଳ ବିଦ୍ୟୁତ କିମ୍ବା ଜଳ ପରି ସେବା ପାଇଁ ଦେୟ ଦେବାବେଳେ ମାସକୁ ୨ହଜାର ପଏଣ୍ଟ ପର୍ଯ୍ୟନ୍ତ ରିଓ୍ବାର୍ଡ ପାଇପାରିବେ। ଏହା ବ୍ୟତୀତ, HDFC ବ୍ୟାଙ୍କ ତୃତୀୟ ପକ୍ଷ ଆପ ମାଧ୍ୟମରେ ଶିକ୍ଷାଗତ ଦେୟ ଦେବାରେ କୌଣସି ରିଓ୍ବାର୍ଡ ଦେବ ନାହିଁ। IDFC ଫାଷ୍ଟ ବ୍ୟାଙ୍କ ଏହାର ଦେୟ ସୂଚୀକୁ ଅପଡେଟ୍‌ କରୁଛି। ଏଥିରେ, କ୍ରେଡିଟ କାର୍ଡରେ ଦିଆଯିବାକୁ ଥିବା ସର୍ବନିମ୍ନ ପରିମାଣ ସେପ୍ଟେମ୍ବରରୁ ହ୍ରାସ ହେବ। ଦେୟ ତାରିଖକୁ ବର୍ତ୍ତମାନ ୧୫ ଦିନକୁ ହ୍ରାସ କରାଯିବ।

ରୁପେ କ୍ରେଡିଟ କାର୍ଡ ଜାରି କରିଥିବା ସମସ୍ତ ବ୍ୟାଙ୍କ୍‌କୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI)ର ନିର୍ଦ୍ଦେଶ ଅନୁଯାୟୀ, ରୁପେ କ୍ରେଡିଟ କାର୍ଡ ଏବଂ ୟୁପିଇ କାରବାର ଶୁଳ୍କ ରିଓ୍ବାର୍ଡ ପଏଣ୍ଟ କିମ୍ବା ଅନ୍ୟାନ୍ୟ ଲାଭରୁ କାଟି ଦିଆଯିବା ଉଚିତ ନୁହେଁ। NPCI ର ଏହି ନିର୍ଦ୍ଦେଶ ୧ ସେପ୍ଟେମ୍ବର ୨୦୧୪ ଠାରୁ କାର୍ଯ୍ୟକାରୀ ହେବ।

ଆଇଡିବିଆଇ ବ୍ୟାଙ୍କ ଏଫଡିର ଡେଡ୍‌ଲାଇନ୍‌ ଅବଧି ୩୦୦ ଦିନ, ୩୭୫ ଦିନ ଏବଂ ୪୪୪ଦିନର ବିଶେଷ ଅବଧି ଯାଏଁ ବୃଦ୍ଧି କରିଛି। ତାଲିକାରେ ଯୋଡି ହୋଇଥିବା ନୂଆ କାର୍ଯ୍ୟକାଳ ୭୦୦ ଦିନ ରହିଛି। ୩୦୦ ଦିନରେ ମାଚ୍ୟୁର ହେଉଥିବା ସ୍ବତନ୍ତ୍ର ଏଫଡି ଉପରେ ସାଧାରଣ ନାଗରିକମାନଙ୍କୁ ବ୍ୟାଙ୍କ ୭.୦୫% ପ୍ରଦାନ କରିଥାଏ। ଏହି ସମୟରେ, ବରିଷ୍ଠ ନାଗରିକମାନେ ୩୦୦ ଦିନର ସ୍ବତନ୍ତ୍ର FD ରେ ୭.୫୫% ପାଆନ୍ତି ।।
IDBI ବ୍ୟାଙ୍କ ଜୁନ ୩୦, ୨୦୨୪ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ବତନ୍ତ୍ର FD ପାଇଁ ସମୟସୀମା ବୃଦ୍ଧି କରିଛି। ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ସ୍ବତନ୍ତ୍ର ଏଫଡି ପାଇଁ ସମୟ ସୀମା ୩୦ ସେପ୍ଟେମ୍ବର ରହିଛି। ଏସବିଆଇ ଅମୃତ କଲଶ ସ୍ପେଶାଲ ଏଫଡି ସ୍କିମର ଶେଷ ତାରିଖ ମଧ୍ୟ ୩୦ ସେପ୍ଟେମ୍ବର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri