ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା

ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର ଏଚ୍‌-୧ବି ଭିଜା ଦେୟ ବୃଦ୍ଧି ଭାରତୀୟ ଆଇଟି ସେବା ରପ୍ତାନିକୁ ବଡ଼ ଝଟକା ଦେବା ଆଶଙ୍କା କରାଯାଉଥିବାରୁ ଏହା ଟଙ୍କା ମୂଲ୍ୟକୁ ପ୍ରଭାବିତ କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ଅଗଷ୍ଟରେ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଓ ରୁଷୀୟ ତୈଳ କ୍ରୟ ବାବଦ ଜରିମାନାକୁ ମିଶାଇ ୫୦% ଟାରିଫ୍‌ ଲଗାଇଥିଲେ। ଏହାବାଦ୍‌ ଟ୍ରମ୍ପ୍‌ ସେପ୍ଟେମ୍ବର ୨୧ ମଧ୍ୟରାତ୍ରିରୁ ଏଚ୍‌-୧ବି ଭିଜା ଫି’ ୧ ଲକ୍ଷ ଡଲାର (୮୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ)କୁ ବୃଦ୍ଧି କରିଛନ୍ତି। ଏଥିଯୋଗୁ ଆମେରିକାରେ ବସବାସ କରୁଥିବା ଭାରତୀୟମାନେ ସ୍ବଦେଶକୁ ପଠାଉଥିବା ଅର୍ଥ ପରିମାଣ ଆଗକୁ ହ୍ରାସ ପାଇବ। ଏଥିସହିତ ଆମେରିକାକୁ ଭାରତର ସେବା ରପ୍ତାନି ମଧ୍ୟ ପ୍ରଭାବିତ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଘରୋଇ ବଜାରରେ ସମ୍ଭାବ୍ୟ ବିପଦରୁ ବର୍ତ୍ତିବା ପାଇଁ ଟଙ୍କା ଉପରେ ଚାପ ବଢ଼ିପାରେ ବୋଲି ଫରେକ୍ସ ଟ୍ରେଡରମାନେ କହିଛନ୍ତି। ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜ୍‌ରେ ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୮.୪୧ ରହିଥିବାବେଳେ ଏଥିରେ ଆହୁରି ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତର ୮୮.୭୯ରେ ପହଞ୍ଚତ୍ଥିଲା। କାରବାର ଶେଷ ସୁଦ୍ଧା ଏହା ୮୮ ଟଙ୍କା ୭୫ ପଇସାରେ ସ୍ଥିର ରହିଛି, ଅର୍ଥାତ୍‌ ପୂର୍ବଦିନ ତୁଳନାରେ ଟଙ୍କା ମୂଲ୍ୟ ୪୭ ପଇସା କମ୍‌ ରହିଛି। ଆମେରିକା ଭିଜା ଦେୟ ବୃଦ୍ଧି ଘରୋଇ ବଜାର ମନୋଭାବକୁ କ୍ରମାଗତ ନିରୁତ୍ସାହିତ କରିବା ଆଶଙ୍କା ଥିବାରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ମଧ୍ୟ ଜାରି ରହିବ। ତେବେ ଅଶୋଧିତ ତୈଳର ବୈଶ୍ୱିକ ମୂଲ୍ୟ ହ୍ରାସ ଘରୋଇ ମୁଦ୍ରାକୁ ସମର୍ଥନ ଦେଇପାରେ ବୋଲି କରେନ୍ସି ରିସର୍ଚ୍ଚ ଆନାଲିଷ୍ଟ ଅନୁଜ ଚୌଧରୀ ଅନୁମାନ କରିଛନ୍ତି। ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ମଧ୍ୟ ନିମ୍ନସ୍ତରରେ ଥିବା ଟଙ୍କାକୁ ସହାୟକ ହୋଇପାରେ ବୋଲି ସେ କହିଛନ୍ତି। ଷ୍ଟକ୍‌ ବଜାର ତଥ୍ୟ ଅନୁଯାୟୀ ବିଦେଶୀ ନିବେଶକମାନେ ସୋମବାର ୨,୯୧୦.୦୯ କୋଟି ଟଙ୍କା ମୂଲ୍ୟର ଶେୟାର ପ୍ରତ୍ୟାହାର କରିନେଇଥିଲେ। ଭାରତୀୟ ସାମଗ୍ରୀ ଉପରେ ଆମେରିକାର ବର୍ଦ୍ଧିତ ଟାରିଫ୍‌ ନିବେଶକଙ୍କ ମନୋଭାବକୁ ପ୍ରଭାବିତ କରିଥିବା ଫରେକ୍ସ ଟ୍ରେଡର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri