ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା

ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର ଏଚ୍‌-୧ବି ଭିଜା ଦେୟ ବୃଦ୍ଧି ଭାରତୀୟ ଆଇଟି ସେବା ରପ୍ତାନିକୁ ବଡ଼ ଝଟକା ଦେବା ଆଶଙ୍କା କରାଯାଉଥିବାରୁ ଏହା ଟଙ୍କା ମୂଲ୍ୟକୁ ପ୍ରଭାବିତ କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ଅଗଷ୍ଟରେ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଓ ରୁଷୀୟ ତୈଳ କ୍ରୟ ବାବଦ ଜରିମାନାକୁ ମିଶାଇ ୫୦% ଟାରିଫ୍‌ ଲଗାଇଥିଲେ। ଏହାବାଦ୍‌ ଟ୍ରମ୍ପ୍‌ ସେପ୍ଟେମ୍ବର ୨୧ ମଧ୍ୟରାତ୍ରିରୁ ଏଚ୍‌-୧ବି ଭିଜା ଫି’ ୧ ଲକ୍ଷ ଡଲାର (୮୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ)କୁ ବୃଦ୍ଧି କରିଛନ୍ତି। ଏଥିଯୋଗୁ ଆମେରିକାରେ ବସବାସ କରୁଥିବା ଭାରତୀୟମାନେ ସ୍ବଦେଶକୁ ପଠାଉଥିବା ଅର୍ଥ ପରିମାଣ ଆଗକୁ ହ୍ରାସ ପାଇବ। ଏଥିସହିତ ଆମେରିକାକୁ ଭାରତର ସେବା ରପ୍ତାନି ମଧ୍ୟ ପ୍ରଭାବିତ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଘରୋଇ ବଜାରରେ ସମ୍ଭାବ୍ୟ ବିପଦରୁ ବର୍ତ୍ତିବା ପାଇଁ ଟଙ୍କା ଉପରେ ଚାପ ବଢ଼ିପାରେ ବୋଲି ଫରେକ୍ସ ଟ୍ରେଡରମାନେ କହିଛନ୍ତି। ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜ୍‌ରେ ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୮.୪୧ ରହିଥିବାବେଳେ ଏଥିରେ ଆହୁରି ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତର ୮୮.୭୯ରେ ପହଞ୍ଚତ୍ଥିଲା। କାରବାର ଶେଷ ସୁଦ୍ଧା ଏହା ୮୮ ଟଙ୍କା ୭୫ ପଇସାରେ ସ୍ଥିର ରହିଛି, ଅର୍ଥାତ୍‌ ପୂର୍ବଦିନ ତୁଳନାରେ ଟଙ୍କା ମୂଲ୍ୟ ୪୭ ପଇସା କମ୍‌ ରହିଛି। ଆମେରିକା ଭିଜା ଦେୟ ବୃଦ୍ଧି ଘରୋଇ ବଜାର ମନୋଭାବକୁ କ୍ରମାଗତ ନିରୁତ୍ସାହିତ କରିବା ଆଶଙ୍କା ଥିବାରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ମଧ୍ୟ ଜାରି ରହିବ। ତେବେ ଅଶୋଧିତ ତୈଳର ବୈଶ୍ୱିକ ମୂଲ୍ୟ ହ୍ରାସ ଘରୋଇ ମୁଦ୍ରାକୁ ସମର୍ଥନ ଦେଇପାରେ ବୋଲି କରେନ୍ସି ରିସର୍ଚ୍ଚ ଆନାଲିଷ୍ଟ ଅନୁଜ ଚୌଧରୀ ଅନୁମାନ କରିଛନ୍ତି। ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ମଧ୍ୟ ନିମ୍ନସ୍ତରରେ ଥିବା ଟଙ୍କାକୁ ସହାୟକ ହୋଇପାରେ ବୋଲି ସେ କହିଛନ୍ତି। ଷ୍ଟକ୍‌ ବଜାର ତଥ୍ୟ ଅନୁଯାୟୀ ବିଦେଶୀ ନିବେଶକମାନେ ସୋମବାର ୨,୯୧୦.୦୯ କୋଟି ଟଙ୍କା ମୂଲ୍ୟର ଶେୟାର ପ୍ରତ୍ୟାହାର କରିନେଇଥିଲେ। ଭାରତୀୟ ସାମଗ୍ରୀ ଉପରେ ଆମେରିକାର ବର୍ଦ୍ଧିତ ଟାରିଫ୍‌ ନିବେଶକଙ୍କ ମନୋଭାବକୁ ପ୍ରଭାବିତ କରିଥିବା ଫରେକ୍ସ ଟ୍ରେଡର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri