ହାଉସିଫାଏ ଡେଭଲପର୍ସର ନୂତନ ପ୍ରକଳ୍ପ

ଭୁବନେଶ୍ୱର,୨୫।୪: ରାଜ୍ୟ ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ହାଉସିଫାଏ ଡେଭଲପର୍ସର ନୂତନ ପ୍ରକଳ୍ପ ଅକ୍ଷୟ ତୃତୀୟା ଅବସରରେ ଉଦ୍‌ଘାଟିତ ହୋଇଯାଇଛି। ଏପରି କି ଭୁବନେଶ୍ୱର ନିକଟସ୍ଥ ବାରଙ୍ଗ ନୂଆ ରେଲ୍‌ୱେଷ୍ଟେଶନ ନିକଟରେ ହାଉସିଫାଏ ଡେଭେଲପର୍ସର ସାଢ଼େ ତିନି ଏକର ପରିମିତ ଜମିରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ ସହ ଭୂମିପୂଜା ସମାପନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହାଉସିଫାଏ ଡେଭେଲପର୍ସର ଅଧ୍ୟକ୍ଷ ଡ. ଶୁଭାଶିଷ ଦାସ କହିଛନ୍ତି, ସହରର ବର୍ଦ୍ଧିତ ଚେହେରା ଓ ଗ୍ରାହକଙ୍କ ଚାହିଦାକୁ ଆଖିଆଗରେ ରଖି ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିଭଳି ଆମେ ଏଠାରେ ତିନିଶହରୁ ଊର୍ଦ୍ଧ୍ୱ ୩ ବିଏଚ୍‌କେ ଫ୍ଲାଟ୍‌ ନିର୍ମାଣ ପାଇଁ ଆଶା ରଖିଛୁ। ଉକ୍ତ ପ୍ରକଳ୍ପରେ ଫ୍ଲାଟ୍‌ ପାଇବା ପାଇଁ ପଞ୍ଜୀକୃତ ବ୍ୟକ୍ତିମାନଙ୍କୁ ଗୁଣାତ୍ମକ ସେବା ଓ ସମୟାନୁବର୍ତ୍ତିତା ସହ ଘର ଯୋଗାଇଦେବା କ୍ଷେତ୍ରରେ ସମସ୍ତ ପ୍ରକାର ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ପେଲେଟ୍‌ ଷ୍ଟିଲ୍‌ ଉପତ୍ାଦନ ଓ ରପ୍ତାନି କ୍ଷେତ୍ରରେ ମଧ୍ୟ ଆମର ବ୍ୟବସାୟ ରହିଛି। ଏପରି କି ଆମେ ଉକ୍ତ ବ୍ୟବସାୟରେ ଅଦ୍ଭୁତପୂର୍ବ ସଫଳତା ମଧ୍ୟ ହାସଲ କରିପାରିଛୁ। ବିଶେଷକରି ବ୍ୟବସାୟର ପୂର୍ବ ଅଭିଜ୍ଞତା, ଦକ୍ଷତା ଓ ସଫଳତାକୁ ପାଥେୟକରି ଆଗାମୀ ଦିନରେ ଆମେ ରିୟଲ୍‌ ଇଷ୍ଟେଟ୍‌ ପ୍ରକଳ୍ପ ଜରିଆରେ ଗୃହ ନିର୍ମାଣ କରି ଶତ ପ୍ରତିଶତ ସଫଳତା ହାସଲ କରିପାରିବୁ ବୋଲି ଦୃଢ଼ ଆଶାବାଦୀ ରହିଛୁ ବୋଲି ସେ ମତପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ଭୂମିପୂଜନ ଉତ୍ସବରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀଙ୍କ ସହ ପ୍ରକଳ୍ପର ଅନ୍ୟତମ ନିର୍ଦ୍ଦେଶକ ବିଭୂତି ଦାସ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?