ଆଇଟିସି ସନ୍‌ଫିଷ୍ଟର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୨।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଟିସି ଫୁଡ୍‌ସର ଅଗ୍ରୀଣ ଫୁଡ୍‌ସ ବ୍ରାଣ୍ଡ ‘ସନ୍‌ଫିଷ୍ଟ’ର ନୂତନ ଉତ୍ପାଦ ‘ସୁପର ଏଗ୍‌ ଆଣ୍ଡ ମିଲ୍କ ବିସ୍କୁଟ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରି କି ବଜାରରେ ବ୍ରାଣ୍ଡର ଏହି ନୂତନ ଉତ୍ପାଦ ଭିନ୍ନ ଭିନ୍ନ ରେଞ୍ଜରେ ଉପଲବ୍ଧ ବୋଲି ଆଇଟିସି ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ଭାରତର ସାଉଥ୍‌ ଆଣ୍ଡ ଇଷ୍ଟ ଇଣ୍ଡିଆ ମାର୍କେଟରେ ସନ୍‌ଫିଷ୍ଟ ‘ସୁପର ଏଗ୍‌ ଆଣ୍ଡ ମିଲ୍କ’ ବିସ୍କୁଟ୍‌ସ ୫ଟଙ୍କା, ୧୦ ଟଙ୍କା ଏବଂ ୧୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଏ ସମ୍ପର୍କରେ ଆଇଟିସି ଫୁଡ୍‌ସର ସିଓଓ (ବିସ୍କୁଟ୍‌ସ ଆଣ୍ଡ କେକ୍‌ସ କ୍ଲଷ୍ଟର) ଅଲି ହାରିସ ଶେରେ କହିଥିଲେ, ଆମେ ଆମର ନୂତନ ଉତ୍ପାଦ ସନ୍‌ଫିଷ୍ଟ ‘ସୁପର ଏଗ୍‌ ଆଣ୍ଡ ମିଲ୍କ’ ବିସ୍କୁଟ୍‌ସର ଶୁଭାରମ୍ଭ ସହ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରି କି ଆମର ଗ୍ରାହକ ଗବେଷଣାରୁ ଜଣାଯାଇଥିଲା ଯେ ମା’ମାନେ ଅଣ୍ଡା ଓ ଦୁଗ୍ଧକୁ ପିଲାଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ଭାବେ ବିବେଚନା କରିଥାନ୍ତି, ତେବେ ବ୍ୟକ୍ତିଗତ ଭାବେ ଏହି ସମସ୍ତ ଉପାଦାନଗୁଡ଼ିକ ପିଲାମାନେ ଖାଇବା ସେଭଳି ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ନୁହେଁ। ବିଶେଷକରି ଘର ବାହାରେ ଖାଇବା ସମୟରେ ଏହାକୁ ଖାଦ୍ୟରେ ସାମିଲ କରିବା ସେଭଳି ସହଜ ନୁହେଁ। ମା’ମାନେ ଏହି ସମସ୍ତ ପୋଷକ ସେମାନଙ୍କ ପିଲାଙ୍କୁ ଯୋଗାଇ ଦେବାକୁ ଚାହାନ୍ତି, କିନ୍ତୁ ସମ୍ପ୍ରତି ବଜାରରେ ରହିଥିବା ଉପତ୍ାଦଗୁଡ଼ିକରେ ଉଭୟର ସମ୍ମିଶ୍ରଣ ନାହିଁ। ଉଲ୍ଲେଖଯୋଗ୍ୟ, ଅନୁରୂପ ଅନ୍ତର୍ଦୃଷ୍ଟି ଏବଂ ବୋଧଗମ୍ୟତା ଉପରେ ଆଧାରିତ ଅଣ୍ଡା ଓ ମିଲ୍କ ବିସ୍କୁଟ ନିମନ୍ତେ ଶିଳ୍ପରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ଆଇଟିସି ସନ୍‌ଫିଷ୍ଟ ପକ୍ଷରୁ ତାହାର ଅଧୁନାତନ ନବୋନ୍ମେଷୀ ଉପତ୍ାଦ ‘ସନ୍‌ଫିଷ୍ଟ ସୁପର ଏଗ୍‌ ଆଣ୍ଡ ମିଲ୍କ ବିସ୍କୁଟ’ର ଶୁଭାରମ୍ଭ କରାଯାଇଥିଲା; ଯେଉଁଥିରେ ‘ପ୍ରୋଟିନ୍‌ର ଉତ୍ତମତା’ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri