ବଜାଜ୍‌ ଫିନ୍‌ସର୍ଭର ନୂତନ ଉତ୍ପାଦ

ଭୁବନେଶ୍ୱର,୩୦।୭: ବଜାଜ ଫିନ୍‌ସର୍ଭ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡର ନୂତନ ଉତ୍ପାଦ ‘ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଫଣ୍ଡ୍‌ ଦୀର୍ଘାବଧିରେ ଉତ୍ତମ ରିସ୍କ-ଆଡ୍‌ଜଷ୍ଟେଡ ରିଟର୍ନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡର ଏକ ଉଚ୍ଚ ସହମତିପୂର୍ଣ୍ଣ ଷ୍ଟକ୍‌ ଚୟନ ଆଭିମୁଖ୍ୟ ସହିତ ଏକ କେନ୍ଦ୍ରୀଭୂତ ପୋର୍ଟଫୋଲିଓ ରହିବ, ଯାହା ଦୀର୍ଘାବଧିରେ ବେଞ୍ଚ୍‌ମାର୍କଠାରୁ ଭଲ ପ୍ରଦର୍ଶନ କରିବ।

ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ ଲାର୍ଜ କ୍ୟାପ୍‌ କମ୍ପାନୀଗୁଡିକର ଇକ୍ୱିଟି ଏବଂ ଇକ୍ୱିଟି ସମ୍ବନ୍ଧିତ ସିକ୍ୟୁରିଟିଗୁଡିକରେ ୮୦%ରୁ ୧୦୦% ନିବେଶ କରିବ। ଏ ସମ୍ପର୍କରେ ବଜାଜ ଫିନ୍‌ସର୍ଭ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡର ସିଇଓ ଗଣେଶ ମୋହନ କହିଛନ୍ତି, ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ୍‌ ନିବେଶକଙ୍କୁ ଏକ ଏକକ ନିବେଶ ମାର୍ଗ ମାଧ୍ୟମରେ କର୍ପୋରେଟ୍‌ ଇଣ୍ଡିଆର ଚାମ୍ପିୟନଗୁଡିକରେ ନିବେଶ କରିବା ପାଇଁ ଏକ ସ୍ବତନ୍ତ୍ର ସୁଯୋଗ ପ୍ରଦାନ କରୁଛି। ଏହି ଫଣ୍ଡ୍‌ ଷ୍ଟକ୍‌ ଚୟନ କ୍ଷେତ୍ରରେ ଦୃଢ ସହମତି ଦ୍ୱାରା ଚାଳିତ ଏକ କେନ୍ଦ୍ରୀଭୂତ ପୋର୍ଟଫୋଲିଓ ସୃଷ୍ଟି କରିବ ଏବଂ ଦୀର୍ଘାବଧିରେ ବେଞ୍ଚମାର୍କ ଇଣ୍ଡେକ୍ସକୁ ଅତିକ୍ରମ କରିବା ପାଇଁ ଏକ ଉଚ୍ଚ ସକ୍ରିୟ ଶେୟାର ରଣନୀତି ବଜାୟ ରଖିବ।

ଏହି ଫଣ୍ଡ୍‌ ନିବେଶକଙ୍କ ପୋର୍ଟଫୋଲିଓରେ ଏକ ମୂଲ୍ୟବାନ ଯୋଗ ହେବ ଏବଂ ଏହା ସେମାନଙ୍କର ଆର୍ଥିକ ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିବ ବୋଲି ଆମେ ବିଶ୍ୱାସ କରୁଛୁ। ସେହିପରି କମ୍ପାନୀର ମୁଖ୍ୟ ନିବେଶ ଅଧିକାରୀ ନିମେଶ ଚନ୍ଦନ କହିଛନ୍ତି, ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ୍‌ ଏକ କେନ୍ଦ୍ରୀଭୂତ ଆଭିମୁଖ୍ୟ ଗ୍ରହଣ କରି ଓ ଏକ ଉଚ୍ଚ ସକ୍ରିୟ ସେୟାର ରଖି ନିଜ ବର୍ଗରେ ଅନ୍ୟ ଫଣ୍ଡ୍‌ଗୁଡିକଠାରୁ ନିଜକୁ ପୃଥକ ଓ ସ୍ବତନ୍ତ୍ର କରିବ। ଆମର ଲାର୍ଜ କ୍ୟାପ୍‌ ଫଣ୍ଡ୍‌ରେ ଆମେ ନିର୍ଦ୍ଦିଷ୍ଟ ୨୫-୩୦ଟି କମ୍ପାନୀ ଉପରେ ଗୁରୁତ୍ୱ ଦେଇ ଏକ ଉଚ୍ଚ ସକ୍ରିୟ ସେୟାର ରଖିବା ପାଇଁ ପ୍ରୟାସ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଆଉ ତା’ପରେ…

ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା

କର୍ଲାମୁଣ୍ଡା;୨୦।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ କୋଟି ଅର୍ଥ…

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri