ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନର ଟାୟାର ବ୍ରାଣ୍ଡ୍‌ ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇପିଏଲ୍‌ ଟିମ୍‌ ସିଏସ୍‌କେ ଅଧିନାୟକ ଏମ୍‌.ଏସ୍‌. ଧୋନୀ ଓ ଅନ୍ୟ ସିଏସ୍‌କେ ଖେଳାଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଏପରିକି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଆଡ୍‌ଭେଞ୍ଚର ଟୁରିଂ ଟାୟାର ଓ ସୁପରବାଇକ୍‌ ଟାୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ଶ୍ରୀଚକ୍ର ଲିମିଟେଡ୍‌ର ଇଭିପି (ସେଲ୍‌ସ ଆଣ୍ଡ ମାର୍କେଟିଂ) ପି.ମାଧବନ କହିଛନ୍ତି, ଆଡ୍‌ଭେଞ୍ଚର ଟୁରିଂ ଓ ସୁପରବାଇକ୍‌ ଟାୟାରର ଶୁଭାରମ୍ଭ କରିବା ଆମ ପାଇଁ ଏକ ବୃହତ୍‌ ମାଇଲଖୁଣ୍ଟ। ଏହା ସହିତ ଆମେ ଆମର ଉପତ୍ାଦର ସମ୍ଭାରକୁ ଆହୁରି ଅଧିକ ବ୍ୟାପକ କରିପାରିଛୁ, ଯେଉଁଥିରେ ବ୍ୟାପକ ଶ୍ରେଣୀୟ ଉପତ୍ାଦ ପ୍ରଦାନ କରାଯାଉଛି। ଏପରିକି ଆମେ ଏହାକୁ ଆମର ବିଜ୍‌ନେସ୍‌ ପାର୍ଟନର ଓ ସିଏସ୍‌କେ ଷ୍ଟାର୍‌ଙ୍କ ଉପସ୍ଥିତିରେ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ସେହିଭଳି ଏଭଳି ଏକ ଉଚ୍ଚ କାର୍ଯ୍ୟ ଦକ୍ଷତାସମ୍ପନ୍ନ ଉପତ୍ାଦଗୁଡ଼ିକ ୟୁରୋପ ବଜାରରେ ଡିଜାଇନ କରାଯାଇଛି ଓ ଏହାକୁ ଭାରତୀୟ ରାସ୍ତାର ଅବସ୍ଥା ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ଉପତ୍ାଦ ଅନ୍ତର୍ଜାତୀୟ ଭାବେ ଶୁଭାରମ୍ଭ କରାଯାଇଛି ଓ ଆମର ଏହି ଉପତ୍ାଦ ସମ୍ପର୍କରେ ଗ୍ରାହକମାନଙ୍କଠାରୁ ସକାରାତ୍ମକ ମତାମତ ଗ୍ରହଣ କରିଛୁ। ତେଣୁ ଏହି ଉପତ୍ାଦକୁ ଆମେ ଭାରତୀୟ ବଜାରକୁ ଆଣି ପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ। ଉକ୍ତ କାର୍ଯ୍ୟକ୍ରମରେ ବ୍ରାଣ୍ଡ୍‌ର ବିଜ୍‌ନେସ୍‌ ପାର୍ଟନର ଓ ପ୍ରମୁଖ ଗ୍ରାହକମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri