ୱାନ୍‌ପ୍ଲସ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୯:ବିଶ୍ୱସ୍ତରୀୟ ମୋବାଇଲ ଟେକ୍ନୋଲୋଜି ବ୍ରାଣ୍ଡ୍‌ ୱାନ୍‌ପ୍ଲସ୍‌ ନିକଟରେ ୱାନ୍‌ ପ୍ଲସ୍‌ ଗ୍ରୀଷ୍ମକାଳୀନ ଉତ୍ପାଦ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ବହୁ ପ୍ରତୀକ୍ଷିତ ନର୍ଡ ଉତ୍ପାଦ ୱାନ୍‌ ପ୍ଲସ୍‌ ନର୍ଡ ୩ ୫ଜି, ୱାନ୍‌ ପ୍ଲସ୍‌ ନର୍ଡ ସିଇ ୩ ୫ଜି ଏବଂ ୱାନ୍‌ ପ୍ଲସ୍‌ ନର୍ଡ ବଡ୍ସ ୨ ଆରକୁ ଆନୁଷ୍ଠାନିକ ଭାବେ କମ୍ପାନୀ ବଜାର ପ୍ରବେଶ କରାଇଥିଲା। ସେହିଭଳି ୱାନ୍‌ ପ୍ଲସ୍‌ ନର୍ଡ ସିଇ୩ ୫ଜି ଦୁଇଟି ଭାରିଆଣ୍ଟରେ ଆସୁଛି, ୮ଜିବି+୧୨୮ଜିବି ଭାରିଆଣ୍ଟ ୨୬,୯୯୯ ଟଙ୍କାରେ ମିଳୁଥିବା ବେଳେ ୧୨ଜିବି+୧୨୮ଜିବି ଭାରିଆଣ୍ଟ ୨୮,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ୱାନ୍‌ ପ୍ଲସ୍‌ ନର୍ଡ୩ ୫ଜି ମଧ୍ୟ ଦୁଇଟି ଭାରିଆଣ୍ଟରେ ଆସୁଛି, ୮ଜିବି+୧୨୮ଜିବି ଭାରିଆଣ୍ଟ ୩୩,୯୯୯ ଟଙ୍କାରେ ମିଳୁଥିବା ଥିବାବେଳେ ୧୨ଜିବି+୧୨୮ଜିବି ଭାରିଆଣ୍ଟ ୩୭,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ବିଶେଷକରି ଆମାଜନ୍‌ ଡଟ୍‌ ଇନ୍‌, ୱାନ୍‌ ପ୍ଲସ୍‌ ଡଟ୍‌ ଇନ୍‌, ୱାନ୍‌ ପ୍ଲସ୍‌ ଏକ୍ସପିରିଏନ୍ସ ଷ୍ଟୋର, ଅପ୍‌ଲାଇନ ସହଯୋଗୀ ଏବଂ ୱାନ ପ୍ଲସ୍‌ ଷ୍ଟୋର ଆପ୍‌ରେ ମଧ୍ୟ ଏହି ସ୍ମାର୍ଟ ଫୋନ୍‌ ଉପଲବ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ସେପ୍ଟେମ୍ବର ପହଲାରୁ ୱାନ୍‌ ପ୍ଲସ୍‌ ଡଟ୍‌ ଇନ୍‌, ୱାନ୍‌ ପ୍ଲସ୍‌ ଷ୍ଟୋର ଆପ୍‌, ୱାନ୍‌ ପ୍ଲସ୍‌ ଏକ୍ସପିରିଏନ୍ସ ଷ୍ଟୋର ଏବଂ ଆମାଜନ୍‌ ଡଟ୍‌ ଇନ୍‌ ଆଦିରୁ ୱାନ ପ୍ଲସ୍‌ ନର୍ଡ ୩ ୫ଜି କିଣିବାକୁ ଚାହୁଁଥିବା ୟୁଜରମାନେ ଯଦି ଆକ୍ସିସ ବ୍ୟାଙ୍କ ଓ ସିଟି ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଏବଂ ସମସ୍ତ ୱାନ୍‌କାର୍ଡ ଟ୍ରାଞ୍ଜାକ୍ସନ ଜରିଆରେ ଏହି ସ୍ମାର୍ଟଫୋନ୍‌ କିଣନ୍ତି ତା’ହେଲେ ସେମାନଙ୍କୁ ୨୦୦୦ ଟଙ୍କାର ବ୍ୟାଙ୍କ ରିହାତି ମିଳିବ। ଏହି ଅଫର ସେପ୍ଟେମ୍ବର ପହିଲାଠାରୁ ଲାଗୁହେବ। ସେହିଭଳି ୟୁଜରମାନେ ଯଦି ଆକ୍ସିସ ବ୍ୟାଙ୍କ ଓ ସିଟି ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଏବଂ ସମସ୍ତ ୱାନ୍‌କାର୍ଡ ଟ୍ରାଞ୍ଜାକ୍ସନ ଜରିଆରେ ୱାନ୍‌ ପ୍ଲସ୍‌ ନର୍ଡ ସିଇ ୩ ଫାଇଭ ଜି କିଣନ୍ତି ସେମାନଙ୍କୁ ୧୦୦୦ ଟଙ୍କାର ରିହାତି ମିଳିବ। ଏହି ଅଫର ସେପ୍ଟେମ୍ବର ପହିଲାରୁ ବୈଧ ହେବ। ଏହା ବ୍ୟତୀତ ଆକ୍ସିସ ବ୍ୟାଙ୍କ, ସିଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍‌ବିଆଇ କାର୍ଡ ଏବଂ ୱାନ କାର୍ଡ ସହିତ ଏହି ସ୍ମାର୍ଟଫୋନ୍‌ କିଣିଲେ ୟୁର୍ଜରଙ୍କୁ ୬ ମାସ ପର୍ଯ୍ୟନ୍ତ ନୋକଷ୍ଟ ଇଏମ୍‌ଆଇ ସୁବିଧା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri