ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋଙ୍କୁ ପସନ୍ଦ କରନ୍ତି ନାହିଁ କାନାଡାବାସୀ

ଅଟାଓ୍ବା,୨୨।୯: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ଭାରତର ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ତେବେ ଏହାରି ଭିତରେ ଏକ ସର୍ଭେ ଦ୍ୱାରା ସୂଚନା ମିଳିଛି କି, ପ୍ରଧାନମନ୍ତ୍ରୀ ପଦରେ ଜଷ୍ଟିନ ଟ୍ରୁଡୋଙ୍କୁ କାନାଡାବାସୀ ବେଶୀ ପସନ୍ଦ କରନ୍ତି ନାହିଁ।

କାନାଡର ନ୍ୟୁଜ ପ୍ଲାଟଫର୍ମ ଗ୍ଲୋବାଲ ନ୍ୟୁଜ ଦ୍ୱାରା କରାଯାଇଥିବା ଏକ ନୂତନ ଇପ୍ସୋସ ସର୍ଭେ ଅନୁଯାୟୀ, ୪୦ପ୍ରତିଶତ କାନାଡିୟଙ୍କ ପସନ୍ଦର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ବିରୋଧୀ କଞ୍ଜରଭେଟିଭ ପାର୍ଟି ନେତା ପିୟେର ପୋଏଲିଭ୍ରେ। କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଲିଷ୍ଟରେ ବହୁତ ପଛରେ ପଡିଯାଇଛନ୍ତି।

୨୦୨୫ରେ ହେବାକୁ ଥିବା ନିର୍ବାଚନରେ କଞ୍ଜରଭେଟିଭ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାର ଅଧିକ ସମ୍ଭାବନା ରହିଛି ବୋଲି ଗ୍ଲୋବାଲ ନ୍ୟୁଜ ନିଜ ରିପୋର୍ଟରେ ଦର୍ଶାଇଛି। କଞ୍ଜରଭେଟିଭ ପାର୍ଟି ନେତା ପିୟେର ପୋଏଲିଭ୍ରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ସର୍ଭେରେ କୁହାଯାଇଛି ଯେ, ପ୍ରାୟ ୪୦ପ୍ରତିଶତ କାନାଡିୟ କହିଛନ୍ତି ଯେ ପିୟେର ପ୍ରଧାନମନ୍ତ୍ରୀ ପଦ ପାଇଁ ସେମାନଙ୍କର ସର୍ବୋତ୍ତମ ପସନ୍ଦ। ପୂର୍ବ ବର୍ଷ ଠାରୁ ତାଙ୍କ ଲୋକପ୍ରିୟତା ପାଞ୍ଚଗୁଣ ଅଧିକ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ, ପିଏମ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୩୧ପ୍ରତିଶତ ଲୋକ ପସନ୍ଦ କରିଛନ୍ତି।
ଦେଶର ଅର୍ଥନୀତି, ସ୍ବାସ୍ଥ୍ୟସେବା ଏବଂ ଗୃହ ଭଳି ପ୍ରମୁଖ ପ୍ରସଙ୍ଗକୁ ନେଇ ଏହି ସର୍ଭେରୁ ଜଣାପଡିଛି ଯେ କାନାଡାର ଅଧିକାଂଶ ଜନସଂଖ୍ୟା ବିଶ୍ୱାସ କରନ୍ତି ଯେ ପୋଏଲିଭ୍ରେ ଏହି ତିନୋଟି କ୍ଷେତ୍ରରେ ଦେଶର ସର୍ବୋତ୍ତମ ବିକାଶ କରିପାରିବେ।

ତେବେ ନିଜାରଙ୍କ ହତ୍ୟା ଘଟଣାରେ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପୋଏଲିଭ୍ରେ ନିଜର ବୟାନ ଜାରି କରିଛନ୍ତି। ସେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଟ୍ରୁଡୋ ହତ୍ୟାକୁ ନେଇ ସମସ୍ତ ତଥ୍ୟ ଉପସ୍ଥାପନା କରନ୍ତୁ। ଏହାଦ୍ୱାରା ସମସ୍ତେ ଘଟଣାକୁ ନେଇ ସ୍ପଷ୍ଟ ସୂଚନା ପାଇପାରିବେ। ଆମକୁ ସମସ୍ତ ସମ୍ଭାବ୍ୟ ପ୍ରମାଣ ଜାଣିବା ଆବଶ୍ୟକ ଯାହା ଦ୍ୱାରା କାନାଡିୟମାନେ ଏହା ଉପରେ ସଠିକ୍‌ ନିଷ୍ପତ୍ତି ନେଇ ପାରିବେ। କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି ସେ କେବଳ ସଂସଦରେ ବିବୃତ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri